ବଳଦେବ ସେବା ପକ୍ଷରୁ ରକ୍ତଦାନ ଶିବିର



କେନ୍ଦ୍ରାପଡ଼ା, ୨୨ା୧୨: ବଳଦେବ ସେନା ଆନୁକୂଲ୍ୟରେ ପଞ୍ଚମ ବାର୍ଷିକ ରକ୍ତଦାନ ଶିବିର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରକ୍ତ କେନ୍ଦ୍ରର କର୍ମଚାରୀ ରାକେଶ କୁମାର ମିଶ୍ରଙ୍କ ସହଯୋଗରେ ୮୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ କେନ୍ଦ୍ରାପଡ଼ା ଟାଉନ ଥାନା ଅଧିକାରୀ ଦିଲୀପ କୁମାର ସାହୁ, ନରହରି ଦାସ, ଶ୍ରୀଜୀଉଙ୍କ ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ନୃସିଂହ ତ୍ରିପାଠୀ, ଦାମଦୋର ରାଉତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଚୈତନ ସାମଲ, ଅନିଲ ରଞ୍ଜନ ପଣ୍ଡା, ସୁରେଶ ଚନ୍ଦ୍ର କର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ସେନାର ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ଶିବିରକୁ ସେନାର ସଭାପତି ପପୁନ କୁମାର ସ୍ୱାଇଁ, ଉପସଭାପତି ନିରଞ୍ଜନ ସୁଆର, ସମ୍ପାଦକ ଅମର କୁମାର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ, ସଦସ୍ୟ ଆଶୁତୋଷ ପଣ୍ଡା, ହିମାଂଶୁ ରାଉତ, ଜ୍ୟୋତିରଞ୍ଜନ ପତ୍ରୀ, ଉମେଶ ବେହେରା, ନୀଳମାଧବ ବେହେରା,ପଦ୍ମଲୋଚନ ସାହୁ, ଲଲାଟେନ୍ଦୁ ବେହେରା, ପ୍ରକାଶ ଗୋଛାୟତ,ବିଚିତ୍ର ମହାରଣା, ଆଲୋକ ସାହୁ, ରାକେଶ ପ୍ରଧାନ, ଖଗେଶ୍ୱର ବେହେରା, ଉମାକାନ୍ତ ବେହେରା, ଅନିଶ ସୁତାର, ଅଭୟ ବେହେରା, ଦିଲ୍ଲୀପ ପ୍ରଧାନ, ଭବାନୀ କେଶରୀ ସାହୁ, ରାକେଶ ମହାନ୍ତି, କମଳ ସାହୁ, ଶ୍ରୀକାନ୍ତ ଜେନା, ଅନୁପ କର୍ମାକର, ମମତା ମୟୀ ସାମଲ, ବିଷ୍ନୁପ୍ରିୟ ସାମଲ, ଶୁଭଲକ୍ଷ୍ମୀ ମେକାପ ପ୍ରମୁଖ ଉପସ୍ଥିତ ରହି ଶିବିରର ସୁପରିଚାଳନା କରିଥିଲେ। ଆଗାମୀ ଦିନରେ ଆହୁରି ଅଧିକ ମାତ୍ରାରେ ରକ୍ତ ସଂଗ୍ରହ ପାଇଁ ସଚେତନ କାର୍ଯକ୍ରମ କରାଯିବ ବୋଲି ସଭାପତି କହିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading