
ପଟ୍ଟାମୁଣ୍ଡାଇ ତା ୨୩/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ବାସୁଦେବ ମଠରେ ତିନି ଦିନ ବ୍ୟାପି ହରିବଂଶ ପଠନ ଓ ପ୍ରବଚନ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ରବୀନ୍ଦ୍ର ଦାଶ ଓ ମୃତ୍ୟୁଞ୍ଜୟ ପଣ୍ଡା ହରିବଂଶ ପାଠ କରିଥିଲେ । ପଣ୍ଡିତ ଦାଶ ବାସୁଦେବଙ୍କୁ ନୈବେଦ୍ୟ ଅର୍ପଣ,ଘଟ ସ୍ଥାପନ, ହୋମ ଯଜ୍ଞ ଆଦି କାର୍ଯ୍ୟ ଯଥାଵିଧି ସମ୍ପନ୍ନ କରିଥିଲେ । ପ୍ରତ୍ୟେକ ସନ୍ଧ୍ୟାରେ ଭାଗବତ ବ୍ୟାଖ୍ୟାକାର ଦତ୍ତହରି ପଣ୍ଡା,ଗାୟକ ଭୂଷଣ ବସନ୍ତ ବେହେରା, ପଣ୍ଡିତ ଧ୍ରୁବ ରଥ ପ୍ରମୁଖ ହରିବଂଶର ପ୍ରତିଟି ଶ୍ଳୋକକୁ ବ୍ୟାଖ୍ୟା କରି ପ୍ରବଚନ ପ୍ରଦାନ କରିଥିଲେ ।ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପ୍ରାକ୍ତନ ବିଧାୟକ ଅଂଶୁମାନ ମହାନ୍ତି, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ରାଜନଗର ଥାନା ଆଇ ଆଇ ସି ଅଜୟ ଜେନା, ଅଧ୍ୟାପିକା ଭଗବତୀ ରାଉତ ଓ ସମାଜସେବୀ କୈଳାଶ ମହାନ୍ତି ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଜ୍ଞା ଭାରତୀ ରାଉତରାୟ,ବିଜୟଲଷ୍ମୀ ରାଉତରାୟ, ସୁଧାଂଶୁ ରାଉତରାୟ, ବନିତା ରାଉତରାୟ, ଲଷ୍ମୀ ରାଉତରାୟ ପରିଚାଳନା କରିଥିଲେ ।











