ପଟ୍ଟାମୁଣ୍ଡାଇ କଲେଜ ଇଂରାଜୀ ବିଭାଗ ଆଲୋଚନାଚକ୍ର



ପଟ୍ଟାମୁଣ୍ଡାଇ ତା ୨୩/୧୨- ପଟ୍ଟାମୁଣ୍ଡାଇ କଲେଜ ଇଂରାଜୀ ବିଭାଗ ପକ୍ଷରୁ “ଦି କଲଚରାଲ ଡିପିକ୍ସନ ଅଫ ଓମେନ ଇନ ମିଡ଼ିଆ ଫୋକଲୋର ଆଣ୍ଡ ଲିଟିରେଚର :ଇଫେକ୍ଟସ ଅନ ସୋସି ଏଟାଲ ପରସେପସନସ ଇସ୍ୟୁଜ ଆଣ୍ଡ ଚ୍ୟାଲେଞ୍ଜେସ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।  ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ଅଧ୍ୟାପକ ଡ଼ ମାନସ କୁମାର ନାୟକ ଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ବିହାର ମହାତ୍ମାଗାନ୍ଧୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ଼ ଉମେଶ ପାତ୍ର,ଉତ୍ତରାଖଣ୍ଡ ଡେରାଡୁନର ଡ଼ ଜୟଦେବ ପରିଡା, ପାଟକୁରା ଏଲ ଏନ କଲେଜ ଅଧ୍ୟକ୍ଷ ମେଜର ମନୋରଞ୍ଜନ ମହାନ୍ତି, କଟକ ଜେକେବିକେ କଲେଜ ପ୍ରାକ୍ତନ ପ୍ରଫେସର ସରୋଜ ପାଢ଼ୀ ପ୍ରମୁଖ ଯୋଗ ଦେଇ ନାରୀ ସଶକ୍ତିକରଣ ସମ୍ପର୍କରେ ଉଲ୍ଲେଖ କରି ବଲିଉଡ ଠାରୁ ଟେଲିଭିଜନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନାରୀମାନେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ପ୍ରକାଶ କରିବା ସହିତ ମିଥରେ ନାରୀ ବର୍ଣ୍ଣନା କରିଥିଲେ । ଇଂରାଜୀ ବିଭାଗ ମୁଖ୍ୟ ଅମୀୟ ଦାସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଅଧ୍ୟାପିକା ଦେବସ୍ମିତା ତ୍ରିପାଠୀ ସ୍ୱାଗତଭାଷଣ ଓ ଅଧ୍ୟାପକ ଡ଼ ମାନସ ନାୟକ ଅତିଥିପରିଚୟ ପ୍ରଦାନ କରିଥିଲେ ।  ଅଧ୍ୟାପକ ବିଶ୍ୱରଞ୍ଜନ ସାହୁ, ଅଧ୍ୟାପକ ସୁଶାନ୍ତ ଦାସ, ଅଧ୍ୟାପକ ଲିଙ୍ଗରାଜ ମହା ନନ୍ଦିଆ,ଅଧ୍ୟାପକ ବିକାଶ ବେହେରା, ଅଧ୍ୟାପକ ଶୁଭମ ରାଉତ ଓ ଅଧ୍ୟାପିକା ସଂଘମିତ୍ରା ପାଢ଼ୀ, ଅଧ୍ୟାପିକା ସ୍ନେହପ୍ରଭା ପଣ୍ଡା ପ୍ରମୁଖ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ ।  ଏହି ଆଲୋଚନାଚକ୍ରରେ ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ,ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ, ସୁଭାଶିଷ ମିଶ୍ର, ଆଲୋକ ସାହୁ, ପିଣ୍ଟୁ ପଟେଲ,ଅଧ୍ୟାପିକା ଡ଼ ନିବେଦିତା ପ୍ରଧାନ,ଆର ଏନ ମଧୁସ୍ମିତା ପରିଡା, ସୀମାଙ୍ଗିନୀ ଦାସ ପ୍ରମୁଖ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ । ଶେଷରେ ଅଧ୍ୟାପକ ସରୋଜକାନ୍ତ ନାୟକ ଧନ୍ୟବାଦ ଦେଇଥିଲେ ।


Next Post

ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଗଣଧାରଣା

Mon Dec 23 , 2024
କେନ୍ଦ୍ରାପଡ଼ା,୨୩ା୧୨: ବିଦ୍ୟୁତ୍ କର୍ମଚାରୀଙ୍କ ନିଯୁକ୍ତି ଓ ଦରମା ସମେତ ବିଭିିନ୍ନ ସମସ୍ୟା ସମାଧାନ ନହେବା ଯୋଗୁଁ କର୍ମଚାରୀମାନେ ସୋମବାର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ସାରା ଓଡିଶାକୁ ଆଲୋକିତ କରୁଥିବା ବିଦ୍ୟୁତ୍ ଶ୍ରମିକଙ୍କ ଭାଗ୍ୟ ଆଜି ଅନ୍ଧାରରେ ଏହି ବାର୍ତ୍ତା ନେଇ ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ଡାକରାରେ ସାରା ଓଡିଶାରେ ବିଦ୍ୟୁତ୍ ବଣ୍ଟନ ବିଭାଗରେ କାର୍ଯ୍ୟରତ ବିଦ୍ୟୁତ୍ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପାରାଦୀପ ବିଦ୍ୟୁତ୍ […]

You May Like