ପଟ୍ଟାମୁଣ୍ଡାଇ ୨୪/୧୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ କଲେଜରେ ଗତ ୨୧ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ତ୍ରିଦିବସୀୟ ଆନ୍ତଃ ଜିଲ୍ଲା ଜାତୀୟ ସେବା ଯୋଜନା ସ୍ୱେଛାସେବୀ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନଏସଏସ ) କାର୍ଯ୍ୟକ୍ରମ ସଂଯୋଜକ ଡ଼ ବ୍ରଜ ନାରାୟଣ ପାତ୍ର ଓ କଲେଜ ଅଧ୍ୟକ୍ଷ ପ୍ରଫେସର ଡ଼ ଗୌରୀ ସାମଲ ଉଦଘାଟନ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ଏନଏସଏସ ପ୍ରୋଗ୍ରାମ ଅଫିସର ଡ଼ ପଦ୍ମଜା କବି ଓ ବ୍ରାହ୍ମଣୀ କଲେଜ ଏନଏସଏସ ଅଫିସର ତଥା ଶିବିର ସଂଯୋଜକ ଅଧ୍ୟାପକ ନଟବର ସୂତାରଙ୍କ ନେତୃତ୍ୱରେ ଆୟୋଜିତ ଶିବିରରେ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ୨୭ଟି କଲେଜର ଏନଏସଏସ ଅଫିସର ଓ ସ୍ୱେଛାସେବୀମାନେ ଯୋଗ ଦେଇଥିଲେ । ୩ ଦିନ ଧରି ଅଭିଜ୍ଞ ପ୍ରଶିକ୍ଷକମାନେ ଯୋଗ ଦେଇ ଏନଏସଏସ ସ୍ୱେଛାସେବୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ଭାରତ ସରକାରଙ୍କ ଏନଏସଏସର ଆଂଚଳିକ ନିର୍ଦେଶକ ଡ଼ ସୁଶ୍ରୀ ସରିତା ପଟେଇ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି ନିର୍ଦ୍ଧିଷ୍ଟ ମୂଲ୍ୟବୋଧ ନେଇ ସ୍ୱେଛାସେବୀମାନେ କାର୍ଯ୍ୟ କଲେ ଜୀବନରେ ଉନ୍ନତି କରିବା ସହିତ ଦେଶର ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଏଇ ଅବସରରେ ମୁଖ୍ୟଅତିଥି ଏନଏସଏସ ସ୍ୱେଛାସେବୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ପ୍ରଶାନ୍ତ କୁମାର ସାମଲ ଧନ୍ୟବାଦ ଦେଇଥିଲେ ।