କେନ୍ଦ୍ରାପଡ଼ା,୨୬ା୧୨: ଗୁରୁବାର କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ବିଜେଡିର ୨୮ତମ ଜନ୍ମତିଥି ମୁନିସିପାଲିଟି ଟାଉନ୍ ହଲଠାରେ ଜିଲ୍ଲା ବିଜଡେି ସଭାପତି ଧିରେନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜନ୍ମ ଉତ୍ସବ ପାଳନ ପୂର୍ବରୁ ନୂଆ ବସ୍ଷ୍ଟାଣ୍ଡ ଓ ଖଡିଅଙ୍ଗଠାରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସଭା ଆରମ୍ଭରେ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଭାବଗ୍ରାହୀ କଳା ନିକେତନ ତରଫରୁ ସଙ୍ଗୀତକାର ବିମଳ ପରିଡାଙ୍କ ନେତୃତ୍ୱରେ ବନ୍ଦେ ଉତ୍କଳ ଜନନୀ ଓ ପରେ ନବୀନ ସଙ୍ଗୀତ ପରିବେଷଣ ହୋଇଥିଲା । ଦିବଂଗତ ନେତା ପୂର୍ବତନ ସାଂସଦ ପ୍ରଭାତ ସାମନ୍ତରାୟ, ପୂର୍ବତନ ବିଧାୟକ ଉତ୍କଳକେଶରୀ ପରିଡା, ଗାଙ୍ଗପଡା ସମିତି ସଭ୍ୟା ସନ୍ଧ୍ୟାରାଣୀ ସେଠୀ, ପାର୍ଥସାରଥି ସ୍ୱାଇଁ, ବୃନ୍ଦାବନ ମିଶ୍ର, ପୂର୍ବତନ ପୌରାଧ୍ୟକ୍ଷ ପ୍ରବୀର ମହାନ୍ତି, ଦେବଦାସ ମହାନ୍ତି, ସାରଦା ପ୍ରସାଦ ଦାସ, ଶୈଳେନ୍ଦ୍ର ନାରାୟଣ ଦାସ ପ୍ରମୁଖ ବିଜୁବାବୁଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ବିଜେଡିର ଏହି କାର୍ଯ୍ୟକ୍ରମରେ ୧୭ଜଣ ବିଶିଷ୍ଟ ନେତାଙ୍କୁ ଦଳ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ନେତାମାନଙ୍କ ମଧ୍ୟରେ ଅଦୈତ ପ୍ରସାଦ ଜେନା, ଆୟବାର ବିଜୟ କୁମାର ସ୍ୱାଇଁ, ଚାରିଗାଁର କଳାକାର ମଲ୍ଲିକ, ସାନମାଣତିଆର ସୁବାଷ ବିଶ୍ୱାଳ, କେଶପୁରର ବାସନ୍ତୀ ବେହେରା, ଡିହାପଡାର ବୈକୁଣ୍ଠନାଥ ସେନାପତି, ସେକ ଲିଆକତ ଅଲ୍ଲୀ, ସୁବନି ସାହୁ, ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ପୂର୍ବତନ ସରପଞ୍ଚଅଜୟ ବିଶ୍ୱାଳ, କପାଳେଶ୍ୱର ପଞ୍ଚାୟତର ଗୋବର୍ଦ୍ଧନ ମଲ୍ଲିକ, କେନ୍ଦ୍ରାପଡାର ବିଜୟ ପତି,ସୟଦ ଅକମଲ ଅଲ୍ଲୀ, ପୂର୍ବତନ ପୌରସଭ୍ୟ ଦୁର୍ଗା ପତି, ପୂର୍ବତନ ପୌରସଭ୍ୟା ବାହାଲି ଟୁଡୁ, ପୂର୍ବତନ ପୌର ସଭ୍ୟ ଗୋପୀନାଥ ବାରିକ । ବିଜେଡି ଦଳ ଓଡିଶାବାସୀଙ୍କ ସ୍ୱାଭିମାନର ପ୍ରତୀକ ଏବଂ ଓଡିଶାର ବିକାଶ ପାଇଁ ସମର୍ପିତ ବିଜେଡିକୁ ରାଜ୍ୟବାସୀ ଆଶୀର୍ବାଦ କରିବା ସହ ବିଧାୟକ ଗଣେଶ୍ୱର ବେହେରାଙ୍କୁ କେନ୍ଦ୍ରାପଡାରେ ଶକ୍ତିଶାଳୀ କରିବାକୁ ପଞ୍ଚାସୀନ ସମସ୍ତ ନେତା ତଥା ବିଜେଡିର ପ୍ରମୁଖ ସଂଗଠକମାନେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତିଙ୍କ ସଭାପତିତ୍ୱରେ ପୌରାଧ୍ୟକ୍ଷା ସରିତା ସାହୁ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ରବୀନ୍ଦ୍ର ପଣ୍ଡା, ସ୍ୱୟଂପ୍ରଭା କର, ଜିଲ୍ଲା ଯୁବ ସଭାପତି ରାଜେଶ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ପୂର୍ବତନ ନଗର ସଭାପତି ଯଯାତି ମହାନ୍ତି, ବ୍ଲକ ମହିଳା ସଭାନେତ୍ରୀ ସୁମିତ୍ରା ପାଢୀ, କାଳୀ ପ୍ରସାଦ ମିଶ୍ର, ସ୍ୱାଧୀନ ନାୟକ, ରବି ସାମଲ, କୈଳାସ ଚନ୍ଦ୍ର ସେଠୀ, ପ୍ରତାପ ମହାପାତ୍ର, ପ୍ରଦୀପ୍ତ କୁମାର ମହାନ୍ତି, ଦୁର୍ଗାଶିଷ ମହାନ୍ତି, କଳାକାର ମଲ୍ଲିକ, ସେକ୍ ଚନ୍ଦନ, ମୁକ୍ତାର ଖାଁ, ଶିବ ପ୍ରସାଦ ବଳ, ମାନସ ପରିଡା, ପୌର ଉପାଧ୍ୟକ୍ଷା ଆକବରୀ ଖାତୁନ, ନିର୍ମଳା ମହାନ୍ତି, ରଶ୍ମିରଞ୍ଜନ ରାଉତ, ଜିଲ୍ଲା ବିଜେଡି ସମ୍ପାଦକ ରାଜୁ କୁବେର ନିଜର ବକ୍ତବ୍ୟ ରଖିଥିଲେ । ରାଜ୍ୟ ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ,କାଉଁସିଲର ଚୈଧୁରୀ ସୁକୁମାର ଦାସ, ସମ୍ବିତ ଶ୍ରୀ ଚନ୍ଦନ ପରିଚାଳନାରେ ସହଯୋଗ କରିଥିଲେ । ବିଜେଡିର ଏହି କାର୍ଯ୍ୟକ୍ରମରେ ବହୁ ନେତା ଓ କର୍ମୀ ତଥା କାଉଁସିଲର ଉମେଶ ନାୟକ,ରାଜେଶ ମହାନ୍ତି, ହିୁବଜୁର ରହେମାନ, ଧନେଶ୍ୱର ପ୍ରଧାନ, ଶଶାଙ୍କ ଶେଖର, ପୂର୍ଣ୍ଣଚନ୍ଦ୍ର ନାୟକ, ନିରଞ୍ଜନ ବାରିକ, ଅଭିଷେକ ବିଶ୍ୱାଳ, ଚନ୍ଦନ ସାହୁ, ସତ୍ୟପ୍ରକାଶ ରାଉତ(ପାକୁ),ପ୍ରଭାତ ସେଠୀ, କୈଳାସ ସେଠୀ, ଅଲେଖ ବାରିକ, ଜ୍ୟୋତିରଞ୍ଜନ ପରିଡା, ବିଶ୍ୱଜିତ୍ ମହାନ୍ତି, କେଦାର ବିଶ୍ୱାଳ, ଅନୂସୟା ନାୟକ, ଲୋପାମୁଦ୍ରା ବାରିକ, ସଙ୍ଗମ କେଶରୀ ସାମଲ, ପ୍ରକାଶ ସାହୁ, ଅଦୈତ ବିଶ୍ୱାଳ, ପ୍ରଦୀପ ସୂତାର, ପ୍ରଫୁଲ୍ଲ ଜେନା, ନାରାୟଣ ପଣ୍ଡା, ଅଜିତ୍ ପରିଡା, ଜିନତ ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପୂର୍ବତନ ସମିତି ସଭ୍ୟ ସୁରେନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।