ଆରକେ ଶିକ୍ଷାନିକେତନରେ ବନ୍ଧୁମିଳନ ଉତ୍ସବ



ପଟ୍ଟାମୁଣ୍ଡାଇ ତା ୨୮/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାର ଫଳ ପଂଚାୟତ ଗୁଣ୍ଠି -ସଂସାରଫଳ ରାଧାକୃଷ୍ଣ ଉଚ୍ଚବିଦ୍ୟାନିକେତନର ୧୯୮୯ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବନ୍ଧୁମିଳନ ଓ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁରାତନ ଛାତ୍ର ବାସୁଦେବ ନାଥଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଇ ଆଇ ସି ପଦ୍ମାଳୟା ପ୍ରଧାନ ମୁଖ୍ୟ ଅତିଥି,ପ୍ରାକ୍ତନ ପ୍ରଧାନଶିକ୍ଷକ ଗୋଲକ ବିହାରୀ ପଣ୍ଡା,ପ୍ରାକ୍ତନ ଶିକ୍ଷକ ରବୀନ୍ଦ୍ର ସ୍ୱାଇଁ, ମମତା ମଞ୍ଜରୀ ଦାଶ, ରାଜକିଶୋର ସ୍ୱାଇଁ ଦେବେନ୍ଦ୍ର ସିଂ, ପ୍ରଧାନଶିକ୍ଷକ ନିମାଇ ଚରଣ ଦାସ, ଵରିଷ୍ଠ ଶିକ୍ଷକ ସୁଦର୍ଶନ କୁଣ୍ଡ ମଳୟ ଗାହାଣ ପତ୍ରକାର ଭାସ୍କର ରାଉତରାୟ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଗୁରୁ ଶିଷ୍ୟ ମହାନ ପରମ୍ପରା ଉପରେ ଆଲୋକପାତ କରିଥିଲେ ।  ପୁରାତନ ଛାତ୍ର ପ୍ରକାଶ ଦାଶ , ଅଭୟ ଦାସ ଅଶୋକ ଦାଶ ପ୍ରଦୀପ ରାଉତ, ସବିତା ଦାସ ଓ ସୁରେନ୍ଦ୍ର ପାତ୍ର ପ ପ୍ରମୁଖ ଭାଷଣ ଦେଇ ସ୍କୁଲ ଜୀବନର ସ୍ମୃତି ଚାରଣ କରିବା ଏହି ମହାନ ଶିକ୍ଷାନୁଷ୍ଠାନ ବିକାଶ ପାଇଁ ଶପଥ ନେଇଥିଲେ ।  ପୁରାତନ ଛାତ୍ର ଅନନ୍ତ କର ସ୍ୱାଗତ ଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ ।  ଏଇ ଅବସରରେ ଉପସ୍ଥିତ ସମସ୍ତ ଗୁରୁମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ ସମ୍ମାନିତ କରାଯିବା ସହିତ ପୂଜନ କରାଯାଇଥିଲା ।  ଏଥି ସହିତ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରଲୋକ ଗମନ କରିଥିବା ସମସ୍ତ ଗୁରୁ ଓ ସହପାଠୀ ଙ୍କ ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଶେଷରେ ଅନନ୍ତ କର ବେହେରା ଧନ୍ୟବାଦ ଦେଇଥିଲେ ।  ବନ୍ଧୁମିଳନ ଉତ୍ସବ ଶେଷରେ ୧୯୮୯ ବ୍ୟାଚ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।


Next Post

ରାଜ୍ୟ ସ୍ତରୀୟ ନାଟ୍ୟମହୋତ୍ସବର ପ୍ରଥମ ଦିନରେ ଦୁଇଟି ନାଟକ ପରିବେଷଣ

Sat Dec 28 , 2024
କେନ୍ଦ୍ରାପଡା ୨୮/୧୨: ବିବିଧ କଳାର ସମାବେଶୀ ମଞ୍ଚ “ସିମ୍ଫୋନି’ ଆନୁକୁଲ୍ୟରେ ଭୁବନେଶ୍ୱରର ସୁନାମ ଧନ୍ୟ ନାଟ୍‌୍ୟ ସଂସ୍ଥା “ଅଜିତ୍‌’ ର ଲୋକପ୍ରିୟ ନାଟକ ଘଐ୩୧୬ ପରିବେଷଣ ହୋଇଥିଲା । ଏହି ବହୁ ଚର୍ଚ୍ଚିତ ନାଟକ ଜାତୀୟ ରାଜ ପଥରେ ମଧ୍ୟ ରାତ୍ରିରେ ସଙ୍ଗଠିତ ଏକ ବାସ୍ତବ ଅନୁଭୂତି ଆଧାରିତ ଘଟଣା ଉପରେ ପର୍ଯ୍ୟବେସିତ । ଏହାକୁ ନିଖୁଣ ଭାବରେ ଅଭିନୟ କରି ଦର୍ଶକ ମାନଙ୍କ ମନ ମୋହିତ କରିଥିଲେ । […]

KANIKA