ବନ୍ଧମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍‌



କେନ୍ଦ୍ରାପଡ଼ା,୨୮ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ରାମନଗରପାଟଣାସ୍ଥିତ ବନ୍ଧମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ହୋଇଛି । ଆଜି ସଦର ଥାନାରେ ମନ୍ଦିର ବନ୍ଧମଙ୍ଗଳା କମିଟିର ସଭାପତି ବଟକୃଷ୍ଣ ମହାରଣା ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ମହାରଣା କହିଛନ୍ତି ଯେ ଗତ ଶୁକ୍ରବାର ରାତିରେ ମା’ଙ୍କ ପୂଜା ବିଧି ସରିବା ପରେ କବାଟରେ ତାଲା ପକାଯାଇଥିଲା । ଶନିବାରଦିନ ସକାଳେ ଶ୍ରୀ ମହାରଣାଙ୍କ ଭଉଣୀ ଫୁଲ ରଖିବା ପାଇଁ ମନ୍ଦିରକୁ ଯିବାରୁ ସେ ଦେଖିଲେ ମନ୍ଦିରର ତାଲା ଭଙ୍ଗାଯାଇଛି । ଭିତରେ ଥିବା ଦାନବାକ୍ସର ତାଲା ମଧ୍ୟ ଭଙ୍ଗା ଯାଇ ସମସ୍ତ ଟଙ୍କା(୫୦ହଜାରରୁ ଉର୍ଦ୍ଧ୍ୱ) ଦୁର୍ବୃତ୍ତମାନେ ଲୁଟ୍ କରିବା ସହିତ ମନ୍ଦିରର ଗର୍ଭଗୃହ ତାଲା ଭଙ୍ଗାଯାଇ ମା’ ମଙ୍ଗଳାଙ୍କର ରଖାଯାଇଥିବା ପାଞ୍ଚୋଟି ରୂପା ମୁକୁଟ, ହାର ଓ ଅନ୍ୟନ୍ୟା ଅଳଙ୍କାର ସାମଗ୍ରୀ ଲୁଟ୍ କରାଯାଇଛି ବୋଲି ସଦର ଥାନାରେ ଅଭିଯୋଗ କରାଯାଇଛି । ଏହାର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସଭାପତି ସୂଚନା ଦେଇଛନ୍ତି । ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।


Next Post

ଜାତିଗତ ନିର୍ଯ୍ୟାତନା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନିଷ୍କ୍ରିୟ , ଏସପିଙ୍କୁ ଭେଟିଲା ମୂଳନୀବାସୀ ୟୁନାଇଟେଡ଼ ଫୋରମ

Sat Dec 28 , 2024
କେନ୍ଦ୍ରାପଡ଼ା,୨୮ା୧୨:କେନ୍ଦ୍ରାପଡ଼ା ଜିଲ୍ଲାରେ ଜାତିଗତ ନିର୍ଯ୍ୟାତନା ନାବାଳିକା ଦୁଷ୍କର୍ମ ମାମଲା ଓ ବୃଦ୍ଧା ମହିଳାଙ୍କୁ ଯଦୁପୁର ସରପଞ୍ଚ ଓ ଅନ୍ୟ ଆସାମୀମାନେ ଖୁଣ୍ଟିରେ ବାନ୍ଧି ବାଡେଇବା ମାମଲା ଓ ପଳାସପୁର ଦୀପକ ମଲ୍ଲିକ ନିର୍ଯ୍ୟାତନା ମାମଲାରେ ପୁଲିସ ନିଷ୍କ୍ରିୟ ନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଗୁହାରୀ କରିଥିଲେ । ଜିଲ୍ଲାରେ ଦଳିତ ବର୍ଗଙ୍କ ଉପରେ ହତ୍ୟା, ଦୁଷ୍କର୍ମ, ଘରପୋଡି ଓ ନିର୍ଯ୍ୟାତନା ମାମଲା ପୁଲିସ ଥାନାରେ ଚାପିଦେବା ସହ […]

KANIKA