ବିରୋଧିଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

ପଟ୍ଟାମୁଣ୍ଡାଇ ୨୯।୧୨ – ଆସନ୍ତା ୩୧ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ କରି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥବା ଅଂଚଳ ପରିଦର୍ଶନ କରିବେ । ରାଜନଗର ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ଦୋଷିଆ ପଂଚାୟତର ଶ୍ୟାମସୁନ୍ଦରଠାରେ…

ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ କାଥରିନ ଦାସଙ୍କ ସ୍ମୃତିରେ ୫ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି

କେନ୍ଦ୍ରାପଡ଼ା,୨୯ା୧୨: ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳନ ଅବସରରେ କେନ୍ଦ୍ରାପଡା ଜିଲ୍ଲାର ୫ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର…

ରାଜ୍ୟସ୍ତରୀୟ ଯୁବ ତରଙ୍ଗ ଓ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ

କେନ୍ଦ୍ରାପଡା,୨୯ା୧୨: ବିବିଧ କଳାର ସମାବେଶୀ ମଞ୍ଚ ସିମ୍ଫୋନି ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନରେ ତ୍ରିଦିବସୀୟ ରାଜ୍ୟସ୍ତରୀୟ ଯୁବ ତରଙ୍ଗ ଓ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରେ ଅନୁଷ୍ଠିତ ଯୁବ ତରଙ୍ଗ କାର୍ଯ୍ୟକ୍ରମରେ କେବଳ ଯୁବକ ଯୁବତୀମାନଙ୍କୁ ନେଇ…

ସାନ୍ଧ୍ୟ ମହାବିଦ୍ୟାଳୟ ୨୦୧୧ ପୁରାତନ ବ୍ୟାଚ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବନ୍ଧୁମିଳନ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା -୨୯/୧୨- କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟ ୨୦୧୧ ବ୍ୟାଚ ଛାତ୍ରଙ୍କ ଦ୍ୱାରା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗରାପୁର ଆଳିଜଙ୍ଗା ସ୍ଥିତ ଗୋରେଖନାଥ ବଟରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୪ ବର୍ଷ ପରେ ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ଏକ ବନ୍ଧୁତା…

ମୃତଚାଷୀ ଭାବଗ୍ରାହୀ ମଳିକଙ୍କ ପରିବାରକୁ ୫୦ଲକ୍ଷ କ୍ଷତିପୁରଣ ଦାବି- ଓଡିଶା କୃଷକ ସଭା

କେନ୍ଦ୍ରାପଡ଼ା,୨୯ା୧୨: ଓଡିଶା କୃଷକ ସଭା ଡେରାବିଶ ବ୍ଲକ ଅନ୍ତର୍ଗତ ସନ୍ଥପୁରା ଗାଁର ଭୂମିହୀନ ଚାଷୀ ଭାବଗ୍ରାହୀ ମଳିକଙ୍କ ହୃଦଘାତ ଜନିତ ମୃତ୍ୟୁ ଆକସ୍ମିକ ନୁହେଁ ବୋଲି ଓଡିଶା କୃଷକସଭା(ଏଆଇକେସ) କେନ୍ଦ୍ରାପଡା ଜିଲ୍ଲା କମିଟି ଅବିହିତ କରିଛି। ପ୍ରକାଶ ଥାଉକି କୃଷକସଭାର ଏକ…

ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କଲେ ମନ୍ତ୍ରୀ

କେନ୍ଦ୍ରାପଡା,୨୯ା୧୨: କେନ୍ଦ୍ରାପଡା ପ୍ରଦକ୍ଷଣ ଭବନରେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ସମ୍ପର୍କରେ ଓଡିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର ସମୀକ୍ଷା କରିଛନ୍ତି । ଭାରପ୍ରାପ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମନ୍ତ୍ରୀଙ୍କୁ ଜିଲ୍ଲା…

ସମାଜସେବୀ କୃଷ୍ଣ ଚନ୍ଦ୍ର ମହାନ୍ତି ୧ମ ଶ୍ରାଦ୍ଧ ବାର୍ଷିକୀ

ପଟ୍ଟାମୁଣ୍ଡାଇ ତା ୨୯/୧୨-ପଟ୍ଟାମୁଣ୍ଡାଇ ଓ ରାଜନଗର ଅଂଚଳର ଲୋକପ୍ରିୟ ଡାକ୍ତର ରଶ୍ମି ରଞ୍ଜନ ମହାନ୍ତିଙ୍କ ପିତା ବିଶିଷ୍ଟ ସମାଜସେବୀ କୃଷ୍ଣ ଚନ୍ଦ୍ର ମହାନ୍ତିଙ୍କ ୧ମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ପ୍ରାକ୍ତନ ଅଧକ୍ଷ ମାନସ…

ବିଶିଷ୍ଟ ସାହିତ୍ୟିକ, ଖବରଦାତା ଦିବାକର ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି

ପଟ୍ଟାମୁଣ୍ଡାଇ ୨୯/୧୨ – ବିଶିଷ୍ଟ ସାହିତ୍ୟିକ, ବରିଷ୍ଠ ଶିକ୍ଷକ, ଖବରଦାତା ଓ ସ୍ତମ୍ଭକାର ଦିବାକର ବିଶ୍ୱାଳଙ୍କ ପଂଚମ ଶ୍ରାଦ୍ଧବାର୍ଷିକୀ ପଟ୍ଟାମୁଣ୍ଡାଇର ଅଗ୍ରଣୀ ନୃତ୍ୟ କଳା ଅନୁଷ୍ଠାନ କସ୍ତୁରୀ କଳାନିକେତନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଳାନିକେତନ ସଭାପତି ଆଇନଜିବୀ ପ୍ରମୋଦ ସାହୁଙ୍କ…

ଉମେଶ ରାଉତ ଚାରିଟେବୁଲ ଟ୍ରଷ୍ଟ ବାର୍ଷିକ ଉତ୍ସବ

ପଟ୍ଟାମୁଣ୍ଡାଇ ୨୯/୧୨- ଆଦର୍ଶ ଶିକ୍ଷକ ଉମେଶ ଚନ୍ଦ୍ର ରାଉତ ଚାରିଟେବୁଲ ଟ୍ରଷ୍ଟ ୪ର୍ଥ ବାର୍ଷିକ ଉତ୍ସବ ପଟ୍ଟାମୁଣ୍ଡାଇ ବ୍ଲକ ସିଙ୍ଗାରପୁର ଠାରେ ପାଳିତ ହୋଇଯାଇଛି । ଗାଳ୍ପିକ ପ୍ରଦୀପ ନାୟକଙ୍କ ପୌରହିତ୍ୟ ଓ ବବିତା ମଞ୍ଜରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ…