
ପଟ୍ଟାମୁଣ୍ଡାଇ ୨୯/୧୨- ଆଦର୍ଶ ଶିକ୍ଷକ ଉମେଶ ଚନ୍ଦ୍ର ରାଉତ ଚାରିଟେବୁଲ ଟ୍ରଷ୍ଟ ୪ର୍ଥ ବାର୍ଷିକ ଉତ୍ସବ ପଟ୍ଟାମୁଣ୍ଡାଇ ବ୍ଲକ ସିଙ୍ଗାରପୁର ଠାରେ ପାଳିତ ହୋଇଯାଇଛି । ଗାଳ୍ପିକ ପ୍ରଦୀପ ନାୟକଙ୍କ ପୌରହିତ୍ୟ ଓ ବବିତା ମଞ୍ଜରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପଦ୍ମବିଭୂଷଣ ସୁଦର୍ଶନ ସାହୁ ମୁଖ୍ୟଅତିଥି, ମୁଖ୍ୟ ବିଶିଷ୍ଟ ଶିକ୍ଷାବିତ ସଚିନଦନ ଦାସ ମୁଖ୍ୟବକ୍ତା, ପ୍ରାକ୍ତନ ଅଧ୍ୟାପକ ଡ଼ଃ ଧରଣୀଧର ରାଉତ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଆଦର୍ଶ ଶିକ୍ଷକ ଉମେଶ ଚନ୍ଦ୍ର ରାଉତଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଏଇ ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାବିତ କଣ୍ଡୁରୀ ଚରଣ ସ୍ୱାଇଁ, ଶିକ୍ଷକନେତା ରବୀନ୍ଦ୍ର ପରିଡା, ଆଦର୍ଶ ପ୍ରଧାନ ଶିକ୍ଷକ ସୁଶାନ୍ତ ଦାଶଙ୍କ ସମେତ ବିଭିନ୍ନ ସଫଳ ବ୍ୟକ୍ତିତ୍ୱ ଓ ଗତ ମାଟ୍ରିକ ପରୀକ୍ଷାରେ ସବୋର୍ଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନନଙ୍କୁ ଉତରୀୟ ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କୃତୀ ଛାତ୍ରଛାତ୍ରୀଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯାରଥିଲା । ଟ୍ରଷ୍ଟି ସୁଶାନ୍ତ ରାଉତ ସ୍ୱାଗତ ଭାଷଣ ଦେବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଜ୍ୟୋତି ରଞ୍ଜନ ରାଉତ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ଯୁବ ସମାଜସେବୀ ନଳିନୀକାନ୍ତ ସ୍ୱାଇଁ, ମାନଗୋବିନ୍ଦ ସ୍ୱାଇଁ,ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ କଳାକାର ଓ ଜିଲ୍ଲାର ୧୦ଟି ବିଦ୍ୟାଳୟର ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନକୁ ଅତିଥି ମାନେ ଉତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଧୃବ-ଅନ୍ନପୂର୍ଣ୍ଣା ସେବା ପରିଷଦ ସଭାପତି ନଳିନୀକାନ୍ତ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଚିତରଞ୍ଜନ ରାଉତ,ଶିବ ପ୍ରସାଦ ରାଉତ, ମମତା ରାଉତ କବିତା ରାଉତ ସବିତା ରାଉତ ନମିତା ରାଉତ ପ୍ରମୁଖ ପରିଚାଳନା କରିଥିବାବେଳେ ରାମଚନ୍ଦ୍ର ବେହେରା,ସଂଗୀତା ରାଉତ, ସୁଧାଂଶୁବାଳା ରାଉତ,ପଙ୍କଜିନୀ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।











