ରାଜ୍ୟସ୍ତରୀୟ ଯୁବ ତରଙ୍ଗ ଓ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ



କେନ୍ଦ୍ରାପଡା,୨୯ା୧୨: ବିବିଧ କଳାର ସମାବେଶୀ ମଞ୍ଚ ସିମ୍ଫୋନି ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନରେ ତ୍ରିଦିବସୀୟ ରାଜ୍ୟସ୍ତରୀୟ ଯୁବ ତରଙ୍ଗ ଓ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରେ ଅନୁଷ୍ଠିତ ଯୁବ ତରଙ୍ଗ କାର୍ଯ୍ୟକ୍ରମରେ କେବଳ ଯୁବକ ଯୁବତୀମାନଙ୍କୁ ନେଇ କବିତା, ଗଳ୍ପ, ଚିତ୍ରାଙ୍କନ, ନୃତ୍ୟ ପରିବେଷଣ କରାଯାଇ ସମସ୍ତଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ଦିନରେ ରାଜ୍ୟର ସୁନାମଧନ୍ୟ ନାଟ୍ୟ ସଂସ୍ଥା ଅଜିଜର କଳାକାରମାନେ “ଏନ୍‌.ଏଚ୍ ୩୧୬’ ଓ ଶତାବ୍ଦୀର କଳାକାର “ଜୀବନ୍ୟାସ’ ପରିବେଷଣ କରିଥିଲେ । ଏହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଚିତାକର୍ଷକ ହୋଇଥିଲା । ଅଭିବ୍ୟକ୍ତି ଓ ଅଭିନୟର ସଚିତ୍ର ରୋମାଞ୍ଚ “ଆମ ରଙ୍ଗ ମଞ୍ଚ’ ରଙ୍ଗିନ୍ ପତ୍ରିକାକୁ ପ୍ରଖ୍ୟାତ କଥାକାର ଡ. ରାମଚନ୍ଦ୍ର ବେହେରା, ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଦେବେନ୍ଦ୍ର ପ୍ରସାଦ ଦାସ, ବିଶିଷ୍ଟ କବି ଡ. ଅପର୍ଣ୍ଣା ମହାନ୍ତି ପାଠକାର୍ପଣ କରିଥିଲେ । ତୃତୀୟ ଦିନରେ ରାଜ୍ୟର ଲୋକପ୍ରିୟ ନାଟ୍ୟ ସଂସ୍ଥା ବିଦ୍ୟା କନକ ସୃଜନାନୁଷ୍ଠାନ ଦ୍ୱାରା “ମାଗୁଣିର ଶଗଡ଼’ ଓ ବାକ୍‌ଦେବୀ ଲିଟରେଚର ଟ୍ରଷ୍ଟର କଳାକାରମାନେ “ଏବଂ କିଏ’ ପରିବେଷଣ କରିଥିଲେ । ଭରପୁର ଦର୍ଶକଙ୍କ ଘନଘନ କରତାଳି ଦର୍ଶକମାନଙ୍କ ମନକୁ ଛୁଇଁପାରିଛି ବୋଲି ସ୍ପଷ୍ଟ ବାରି ହେଉଥିଲା । ମାଗୁଣି ଶଗଡରେ ଓଡ଼ିଆ ବତ୍ତିଗତ ଜୀବନର ଯାହା ସାମ୍ପ୍ରତିକ ଲୋକମାନଙ୍କଠାରୁ ଦୁରେଇ ଯାଇଛି । ଯନ୍ତ୍ର ମାନବ ନିକଟରେ ହାରିଯାଇ ହା ହୂତାସନ ବେଉସା ହରାଇ ମୃତ୍ୟୁକୁ ଅପେକ୍ଷା କରିଛି । ସମାଜକୁ ଏହି ବାର୍ତ୍ତା ଦିଏ ଯେ, ଆପଣାର ସ୍ୱାର୍ଥ ଜାବୁଡି ଧରି ମାନବିକତା ହରାଇ ବସୁଛି ପଶୁ ହେଲେ ମଧ୍ୟ ମାଲିକ ପାଇଁ ବିଶ୍ୱସ୍ତ ହୋଇ ଜୀବନ ଦେଉଛି । ଦ୍ୱିତୀୟ ନାଟକ “ଏବଂ କିଏ’ ସାମ୍ପ୍ରତିକ ପରିସ୍ଥିତିର ଏକ ବାସ୍ତବ ଚିତ୍ରର ପ୍ରତିଫଳନ ସୂଚାଏ । ଦୁଇ ଅନୁଷ୍ଠାନର ସମସ୍ତ କଳାକାରମାନଙ୍କୁ ସିମ୍ଫୋନି ପକ୍ଷରୁ ଉପଦେଷ୍ଟା ନିରାକାର ଦାସ, କୈଳାସ ଚନ୍ଦ୍ର ମହାନ୍ତି, କେମ୍‌ର ସଭାପତି ଅକ୍ଷୟ କୁମାର ପାଣି, ସମ୍ପାଦକ ଜାହିଦ ଖାଁ, ଆମ ଓଡ଼ିଆର ମୁଖ୍ୟ ଉପସ୍ଥାପକ ଶ୍ରଦ୍ଧାନନ୍ଦ ମହାରଣା ଅତିଥି ଭାବେ ଯୋଗ ଦେଇ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହାକୁ ସଭ୍ୟ ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ ପରିଚାଳନା କରିଥିଲେ । ସିମ୍ଫୋନିର ସମ୍ପାଦକ ବିନାୟକ ପ୍ରସାଦ ପ୍ରଧାନ, ବଂଶୀଧର ମହାନ୍ତି, ସ୍ୱପ୍ନାଂଶୁ କୁମାର ଦାସ, ଡ. ଗିରିଜା କାନ୍ତ ଦାସ, ଡ. ଆଶୁତୋଷ ରାଉତ, ହିମାଂଶୁ ଭୂଷଣ ପରିଡା, ପବିତ୍ର କୁମାର ସାହୁ, ଦିବ୍ୟ ରଞ୍ଜନ ବେହେରା, ଅମରିନ୍ ସାହାବତ, ଶୁଭାଂଶୁ ଦାସ, ପ୍ରତାପ ପାଢୀ ପ୍ରମୁଖ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading