ନବଦିଗନ୍ତର ତୃତୀୟ ବାର୍ଷିକ ଉତ୍ସବ ଓ ଗୁରୁପୂଜନ



ପଟ୍ଟାମୁଣ୍ଡାଇ-୩୦/୧୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡମୋହନପୁର ପଞ୍ଚାୟତ କଣିପାଳ ଗ୍ରାମର ନବଦିଗନ୍ତ ସଂଗଠନର ୩ୟ ବାର୍ଷିକ ଉତ୍ସବ ଓ ଆଦ୍ୟ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଶିକ୍ଷାବିତ କୃଷ୍ଣ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବ ରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସାତଗୋଟି ବ୍ଲକ ଓ ଦୁଇଟି ମ୍ୟୁନିସିପାଲିଟିର ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ବରିଷ୍ଠ ଓ ଅବହେଳିତ ନାଗରିକମାନଙ୍କୁ ଅଣାଯାଇ ପ୍ରଥମେ ସମସ୍ତଙ୍କର ପାଦୁକା ପୂଜା,ବନ୍ଦାପନା କରିବା,ସେବା କରିବା ସହିତ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା । ୧୫୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏଥିରେ ସୈମ୍ୟରଞ୍ଜନ ଦାସ,ପ୍ରଜୁଜ୍ୟ ଦାସ,ଉଦୟ ଭାନୁ ଦାସ,ବିକାଶ ଦାସ,ସୁଜଲ ବେହେରା, ଅଭିମନ୍ୟୁ ଦାସ, କୁଳମଣି ଦାସ, ବିଷ୍ଣୁଦେଵ ପଣ୍ଡା, ତ୍ରିଲୋଚନ ସାହୁ, ଦୋଳ ଗୋବିନ୍ଦ ସାହୁ , ପ୍ରକାଶ ଖଟୁଆ ଭରତ ସାହୁ, ନକୁଳ ସାହୁ, ନିରଞ୍ଜନ ସାହୁ, ସତ୍ୟାନନ୍ଦ ସାହୁ ଯୋଗ ଦେଇଥିଲେ ।  ଏହି ଉତ୍ସବରେ ଗୟାଧର ଧଳ,ଅଜୟ ସାମଲ, ଧନେଶ୍ଵର ଦାସ,ବିଜୟ ଦାସ ପ୍ରକାଶ ମହାନ୍ତି, ରବିନାରାୟଣ ମିଶ୍ର, ଧନେଶ୍ଵର ରାଉତ,ଶିଶିର ଓଝା, ସନ୍ତୋଷ ତରାଇ, ରଶ୍ମିରଞ୍ଜନ ସାମଲ, ଅନପୁର୍ଣ୍ଣା ମହାରଣା ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଜିର ଯୁବ ପିଢ଼ି ପିତା, ମାତା ଓ ବୟସ୍କ ମାନଙ୍କ ପ୍ରତି ଥିବା ଆମ ଉତ୍ତର ଦାୟିତ୍ୱ ପାଳନ ପାଇଁ ଆହ୍ୱାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତେ ଶପଥ ନେଇଥିଲେ ବିଭାଜିତ ସମାଜକୁ ରକ୍ଷା କରିବା ପାଇଁ ଶପଥ ନେଇଥିଲେ ।  ଏହି କାର୍ଯ୍ୟକ୍ରମକୁ ଦାଶରଥୀ ସାହୁ ଓ ଭମରବର ଦାସ ପରିଚାଳନା କରିଥିଲେ ।


Next Post

ରାମଚଣ୍ଡୀ ପୀଠର ଆୟ ବ୍ୟୟର ସ୍ୱତନ୍ତ୍ର ଅଡ଼ିଟ ଓ ଭୁସମ୍ପତ୍ତି ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

Mon Dec 30 , 2024
କେନ୍ଦ୍ରାପଡ଼ା, ୩୦ା୧୨: ଦରିଆ ରାମଚଣ୍ଡୀ ପୀଠ, ରାମନଗର ଅଞ୍ଚଳର ଏକ ପ୍ରମୁଖ ଆଧ୍ୟାତ୍ମିକ ସ୍ଥଳ ଭାବେ ରାଜା ରାଜୁଡ଼ା ସମୟରୁ ଜଣାଶୁଣା ରହିଛି । ଆଉ ୧୯୭୨ ମସିହା ଠାରୁ ଏହି ପୀଠ ଦେବୋତ୍ତର ବିଭାଗ ଅଧୀନରେ ରହି ଆସିଛି। କିନ୍ତୁ ନିୟମ ଅନୁସାରେ ପ୍ରତି ଦୁଇ ବର୍ଷରେ ଥରେ ନୂଆ ଟ୍ରଷ୍ଟବୋର୍ଡ ଗଠନ ହେବା କଥା। ହେଲେ ଦିର୍ଘ ବର୍ଷ ଧରି ଏହି ନିୟମକୁ ପାଳନ କରାଯାଉନାହିଁ। ଅର୍ଥାତ […]

KANIKA