କେନ୍ଦ୍ରାପଡ଼ା,୫ା୧୦: କେନ୍ଦ୍ରୀୟ ଭୂମିଜଳ ପରିଷଦ, ଦକ୍ଷିଣପୂର୍ବ କ୍ଷେତ୍ର, ଭୁବନେଶ୍ୱର ଆନୁକୂଲ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏକ ଦିବସୀୟ ତ୍ରିସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟର କାର୍ଯର୍୍ୟକାରୀ ଅଧ୍ୟକ୍ଷ ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଆଧୁନିକ ସମାଜରେ ଭୂତଳ ଜଳ ଜନିତ ସମସ୍ୟା ଓ ତାର ନିରାକରଣରେ ମାନବ ସମାଜର ସହଭାଗିତା” ଉପରେ ମତବ୍ୟକ୍ତ କରିଥିଲେ। […]

ପଟ୍ଟାମୁଣ୍ଡାଇ ତା ୫/୧୦-ପଟ୍ଟାମୁ ଣ୍ଡାଇ ବ୍ଲକ ଅନ୍ତର୍ଗତ ଓଉପଦା ଗ୍ରାମ ପଞ୍ଚାୟତର ବିଶିଷ୍ଟ ସମାଜବାଦୀ ଅକ୍ଷୟ ସାମଲଙ୍କ ମାଁ ମୟୀୟସୀ ପାଲୁଣୀ ସାମଲଙ୍କ ଏକାଦଶାହ ଅବସରରେ ଵାଘତୈଳା ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଧୃବ -ଅନ୍ନପୂର୍ଣ୍ଣା ସେବା ପରିଷଦ ସଭାପତି ନଳିନୀ କାନ୍ତ‌‌‌ ସ୍ଵାଇଁଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ଓଉପଦା ସରପଞ୍ଚ ମମତା ସାମଲ,ବିଶିଷ୍ଟ ଯୁବ ସମାଜ […]

ପଟ୍ଟାମୁଣ୍ଡାଇ ୬/୧୦କ-ଓଡିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର (ଗଡ଼ମେକର )ର ୩ଜଣ କଣ୍ଠଶିଳ୍ପୀ ଆକାଶବାଣୀ ବି ଗ୍ରେଡ଼ ମାନ୍ୟତା ପାଇଛନ୍ତି । ସେମାନେ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ଗ୍ରାମର ସୁପ୍ରିୟା ଦାଶ, ଗୁଣୁପୁରର ସୌମ୍ୟ ରଞ୍ଜନ ଗାହାଣ ଓ ପୋଖରୀଆପଡାର ମନସ୍ୱିନୀ ମହାପାତ୍ର । ଗଡ଼ମେକର ପ୍ରତିଷ୍ଠାତା ସଭାପତି ଗୀତିକବି ସୁଶାନ୍ତ ପାଣିଙ୍କ ପ୍ରଶିକ୍ଷଣରେ ସେମାନେ ଆଜି ଏହି ସଫଳତା ୋସଲ କରିଥିବା […]

ପଟ୍ଟାମୁଣ୍ଡାଇ ୫/୧୦- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ହାଇସ୍କୁଲ ପରିସରରେ ବକ୍ତାରପୁର କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟର ସିଆରସିସି ସଂଘମିତ୍ରା ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି, କାଉନସିଲର ଝରଣା ବେହେରା ମୁଖ୍ୟବକ୍ତା, ରାଜ୍ୟସ୍ତରୀୟ ଶିକ୍ଷକ ନେତା ସିଆରସିସି ମଳୟ ଜେନା, ବକ୍ତାରପୁର ହାଇସ୍କୁଲ ପ୍ରଧାନଶିକ୍ଷକ ସର୍ବେଶ୍ୱର ପତି, ସିଆରସିସି […]

କେନ୍ଦ୍ରାପଡ଼ା, ୪ା୧୦: କେନ୍ଦ୍ରାପଡା ଜିଲ୍ଲା ଖାଉଟି ବିବାଦ ସମାଧାନ କମିଶନ ଦାୟୀତ୍ୱରେ ଅବହେଳା ଓ ସେବା ଯୋଗାଇବାରେ ବିଫଳତା ପାଇଁ ଡାକ ବିଭାଗକୁ ଜୋରିମାନାରେ ଦଣ୍ଡିତ କରିଛନ୍ତି। କମିଶନ ଠାକୁରପାଟଣା ଉପ- ଡାକଘରର ଉପ-ଡାକପାଳ, କେନ୍ଦ୍ରାପଡା ଡିଭିଜନର ଡାକ ଅଧୀକ୍ଷକ ଓ ପାଟକୁରା ଉପଡାକଘରର ଉପ-ଡାକପାଳଙ୍କୁ ୨ହଜାରଟଙ୍କା କ୍ଷତିପୁରଣ ସହ ଅଦାଲତରେ ମାମଲା ଖର୍ଚ୍ଚ ପାଇଁ ଏକ ହଜାର ଟଙ୍କା ଅଭିଯୋଗକାରୀ ପବିତ୍ର କୁମାର ପାଣିଙ୍କୁ ଦେବା ପାଇଁ ନିର୍ଦେଶ […]

କେନ୍ଦ୍ରାପଡ଼ା,୪ା୧୦: ଜିଲ୍ଲା ବୋଇତବନ୍ଦାଣ ସମିତି, କେନ୍ଦ୍ରାପଡାର କାର୍ଯ୍ୟକାରୀ କମିଟି ବୈଠକ ଶୁକ୍ରବାର ଗରାପୁରସ୍ଥିତ ହନୁମାନଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାୟି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ସମ୍ପାଦକ ଉମାଶଙ୍କର ଜେନା ପୂର୍ବ ବୈଠକର ବିବରଣୀ ଉପସ୍ଥାପନା କରିଥିଲେ ଓ ଏହା ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା। ପୂର୍ବ ସଭାପତି ଚିନ୍ମୟ ପ୍ରସାଦ ବେହୁରାଙ୍କ ପ୍ରସ୍ତାବ ଓ ସଭାର ଅନୁମୋଦନ କ୍ରମେ ବିଗତ […]

କେନ୍ଦ୍ରାପଡ଼ା,୪ା୧୦: କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ବନିପାଳ ଗ୍ରାମର ଅଧିବାସୀମାନେ ଶୁକ୍ରବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଅଞ୍ଚଳରେ ଲୁଣାପାଣି ଚିଙ୍ଗୁଡିଘେରୀ ପାଇଁ ଧାନଚାଷ ସଂପୂର୍ଣ୍ଣ ଉଜୁଡି ଯାଉଛି। ତୁରନ୍ତ ଏହାର ପ୍ରତିକାର କରାନଗଲେ ସେମାନଙ୍କ ଜୀବନଜୀବିକା ଏହାଦ୍ୱାରା ସମ୍ପୂର୍ଣ୍ଣ ପ୍ରଭାବିତ ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ସେହି ଗ୍ରାମର କୃଷ୍ଣଗୋପାଳ ସେଠୀ ନାମକ ବ୍ୟକ୍ତି ପ୍ରାୟ ୫ଏକର ଜମିରେ […]

କେନ୍ଦ୍ରାପଡା, ୪/୧୦: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ୨୦୧୯ ମସିହାଠାରୁ ଏକ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଗଠନ କରାଯାଇ ସମାଜର ବିଭିନ୍ନ ବର୍ଗର ୨୫୦ରୁ ଅଧିକ ସକ୍ରିୟ ବରିଷ୍ଠ ନାଗରିକମାନଙ୍କୁ ନେଇ ଜିଲ୍ଲାରେ ଏକ ବଳିଷ୍ଠ, ସମ୍ମାନଜନକ ସଂଗଠନ ରୂପେ କାର୍ଯ୍ୟ କରିବାର ସୌଭାଗ୍ୟ ଅର୍ଜନ କରିପାରିଛି । ପରିବର୍ତ୍ତିତ ସମୟାନୁଯାୟୀ ଏହାର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ […]

ପଟ୍ଟାମୁଣ୍ଡାଇ ୪/୧୦ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅଢାଖଣ୍ଡ -ମଠସାହି କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ସଞ୍ଜୟ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ସହକାରୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ପଢିଆରୀ ମୁଖ୍ୟଅତିଥି,ଅଢାଖଣ୍ଡ ମଠସାହି ଉନ୍ନୀତ ଉପ୍ରା ସ୍କୁଲ ପ୍ରଧାନଶିକ୍ଷକ ରାମ ଚନ୍ଦ୍ର ମିଶ୍ର, ଅଇନିପଡା-ପଛପଡା ଉପ୍ରା ସ୍କୁଲ ପ୍ରଧାନ ଶିକ୍ଷକ […]

ପଟ୍ଟାମୁଣ୍ଡାଇ ୪/୧୦ – ପଟ୍ଟାମୁଣ୍ଡାଇ କଲେଜ ଜୁନିୟର ରେଡକ୍ରସ ଓ ଜାତୀୟ ସେବା ସଂସ୍ଥା ପକ୍ଷରୁ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଉଦଘାଟନ କରିଥିଲେ । ଜାତୀୟ ସେବା ସଂସ୍ଥା ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ତାଲିମ ଶିବିରରେ ବୌଦ୍ଧ ପଂଚାୟତ କଲେଜ ଉଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ତଥା ରାଜ୍ୟ […]

କେନ୍ଦ୍ରାପଡ଼ା,୪ା୧୦: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୧୯୯୫ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ କଲେଜ ପରିସରରେ ୧୯୯୫ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ୨୦୧୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ସେହିଦିନ ଠାରୁ ଏହି ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ପ୍ରତିବର୍ଷ କଲେଜ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି […]

କେନ୍ଦ୍ରାପଡ଼ା,୪ା୧୦: ଅର୍କ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ପକ୍ଷରୁ ବୁଧବାର ମହାତ୍ମାଗାନ୍ଧୀଙ୍କ ୧୫୫ତମ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଅନୁଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ଆଦିତ୍ୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ପୋଲିସ ଡିଏସପି ସରିତା ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତିରପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୀବନଦର୍ଶ […]

କେନ୍ଦ୍ରାପଡା,୪/୧୦: କେନ୍ଦ୍ରାପଡାର ଚିତ୍ରଗୁରୁ ତଥା କେନ୍ଦ୍ରାପଡାକୁ ପ୍ରତିନିଧିତ୍ୱ କରି ଦେଶ ଓ ବିଦେଶରେ ବହୁ ପ୍ରଦର୍ଶନୀରେ ଭାଗ ନେଇ କେନ୍ଦ୍ରାପଡା ପାଇଁ ଗୌରବ ଆଣିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବରେ ସ୍ୱଚ୍ଛତା ଚିତ୍ର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବର୍ନ୍ଧିତ କରିଛନ୍ତି । ଅକ୍ଟୋବର ୨ତାରିଖ ବୁଧବାର ଅପରାହ୍ନ ୪ଟା ସମୟରେ […]

ପଟ୍ଟାମୁଣ୍ଡାଇ ୩/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖରିପାଳ ଗ୍ରାମର  ଜବରଦଖଲ  ଉଚ୍ଛେଦ ପାଇଁ ତହସିଲଦାରଙ୍କ ତରଫରୁ ଜାରି ନୋଟିସ୍‌କୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି ସମୟରେ ରାଜ୍ୟର ସମସ୍ତ ତହସିଲଦାର ଓ ରାଜସ୍ୱ ଅଧିକାରୀଙ୍କ ପାଇଁ ଏକ ଅନ୍‌ଲାଇନ୍ ତାଲିମ କାର୍ଯ୍ୟକ୍ରମ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ […]

କେନ୍ଦ୍ରାପଡ଼ା,୩ା୧୦: ରାଜ୍ୟ ମିଲର ସଙ୍ଘର ୭ଦଫା ଦାବିକୁ ନେଇ କେନ୍ଦ୍ରାପଡା ଜିଲ୍ଲା ରାଇସ ମିଲର୍ସ ସଙ୍ଘ ପକ୍ଷରୁ ଗୁରୁବାର କେନ୍ଦ୍ରାପଡା ସହରର ମାଧପୁରସ୍ଥିତ ଅମରଉଦ୍ୟାନ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସଙ୍ଘର ସଭାପତି ଧ୍ରୁବ ଚରଣ ସାହୁ ସଭାପତିତ୍ୱ କରି କହିଥିଲେ ଯେ ଧାନ ସଂଗ୍ରହ ପାଇଁ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ନୂଆ ଝୋଟ ବସ୍ତା ଯୋଗାଇ ଦିଆଯାଇଥିବା ବେଳେ […]

କେନ୍ଦ୍ରାପଡ଼ା,୩ା୧୦: ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ କରାଯିବାକୁ ରାଜ୍ୟପାଳ ରଘୁବୀର ଦାସଙ୍କୁ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମହାତ୍ମାଗାନ୍ଧୀଙ୍କ ସାବରମତୀ ଆଶ୍ରମର ପ୍ରଥମ ଓଡିଆ ଛାତ୍ର, ଦୁଃଖିନୀ କନିକା ପୁସ୍ତକର ରଚୟିତା, କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଅତୁଳନୀୟ ଅବଦାନକୁ କେହି ଭୁଲିପାରିବେ ନାହିଁ। ବିପ୍ଳବୀଙ୍କ ସମ୍ପର୍କରେ […]

ପଟ୍ଟାମୁଣ୍ଡାଇ ତା ୩/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନମୂଳବସନ୍ତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ପରିଚାଳନା ସମିତି ସଭାପତି ବାବୁରାମ ସାହୁ ଓ ସମ୍ପାଦକ ସଂଗ୍ରାମ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସଭାପତି ଆନନ୍ଦ ପ୍ରସାଦ ପଣ୍ଡା,ସହ ସମ୍ପାଦକ କୀର୍ତ୍ତିମାନ ସାହୁ, କୋଷାଧ୍ୟକ୍ଷ ମନସ୍ମିତା ସାହୁ,ପ୍ରଧାନ ଆଚାର୍ଯ୍ୟ ବିକ୍ରମଜିତ ସ୍ୱାଇଁ,ଗୁରୁମା ଶୁଚିସ୍ମିତା ଦାଶ, ଲକ୍ଷ୍ମୀପ୍ରିୟା ଦାସ,ଶିବାନୀ […]

ପଟ୍ଟାମୁଣ୍ଡାଇ ତା ୩/୧୦-କେନ୍ଦ୍ରାପଡ଼ା ଜିଲ୍ଲା ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନ ନଗର ପଂଚାୟତ ଠାରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହିତ ଚାରା ବଣ୍ଟନ କରି ପରିବେଶ ସୁରକ୍ଷା ବାର୍ତା ଦେଇଥିଲେ। ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, କେନ୍ଦ୍ରାପଡ଼ା […]

ପଟ୍ଟାମୁଣ୍ଡାଇ ୩/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଣ୍ଡପଡା ଠାରେ ବାଲିପାଟଣା ନୋଡାଲ ହାଇସ୍କୁଲ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମଣ୍ଡପଡା-ବାଛରା ନୋଡାଲ ଉପ୍ରା ବିଦ୍ୟାଳୟ ଠାରେ ସିଆରସିସି ନମିତା ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଏବିଇଓ ପ୍ରେମବାଳା ମହାପାତ୍ର ମୁଖ୍ୟଅତିଥି, ଅନ୍ୟତମ ଏବିଇଓ ସୁନୀତି ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିଶୁଙ୍କ ଅନ୍ତର୍ନିହିତ […]

ପଟ୍ଟାମୁଣ୍ଡାଇ ୩/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଲୁରିଆ ପଂଚାୟତ ମହଲକଣ ଗ୍ରାମର ସମାଜସେବୀ ରମେଶ ଚନ୍ଦ୍ର ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବଲୁରିଆ ପଂଚାୟତ ପୂର୍ବତନ ସରପଂଚ ରାତିକାନ୍ତ ସାହାଣୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପୂର୍ବତନ ସରପଂଚ ନିଶାମଣି ମହାନ୍ତି, ସମାଜସେବୀ ଗଗନ ମହାଳିକ,ତରଡିପାଳ ସମିତି ସଭ୍ୟ ନିରଞ୍ଜନ ବାରିକ ,ପ୍ରାକ୍ତନ ସି ଆର ସି ସି ସୁଦର୍ଶନ ପତି, ଶିକ୍ଷାବିତ ବାସୁଦେବ ବିଶ୍ୱାଳ, ଅଳପୁଆ ସରପଂଚ […]

କେନ୍ଦ୍ରାପଡ଼ା,୩ା୧୦: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଜ୍ରମହାକାଳୀ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋବିନ୍ଦଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ରାଜ୍ୟ ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ […]

କେନ୍ଦ୍ରାପଡ଼ା, ୨ା୧୦: ଭୟ ଓ ଆତଙ୍କ ପୂର୍ଣ୍ଣ ଯୁଦ୍ଧୋନ୍ମୁଖୀ ଆନ୍ତର୍ଜାତୀୟ ପରିସ୍ଥିତିରେ ମାନବ ସମାଜର ସ୍ଥାୟିତ୍ୱ ତଥା ବିଶ୍ୱ ଶାନ୍ତି ପାଇଁ ଗାନ୍ଧିଜୀଙ୍କ ପ୍ରଦର୍ଶିତ ସତ୍ୟ ଓ ଅହିଂସା ବିଚାରର ଆବଶ୍ୟକତା ସମଗ୍ର ବିଶ୍ୱ ଅନୁଭବ କରୁଥିବା ବେଳେ ଆମେ ଭାରତୀୟମାନେ ଗାନ୍ଧିଜୀଙ୍କୁ ବୁଝିବା ଓ ତଦନୁଯାୟୀ ନିଜକୁ ଗଢିବା ପାଇଁ ତାଙ୍କୁ ଅଧିକରୁ ଅଧିକ ପଢିବାର ଆବଶ୍ୟକତା ଅଛି ବୋଲି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଜିଲ୍ଲା […]

କେନ୍ଦ୍ରାପଡ଼ା,୨ା୧୦: ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶିବାନନ୍ଦ ବିଦ୍ୟା ମନ୍ଦିର ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଶିବାନନ୍ଦ ବିଦ୍ୟା ମନ୍ଦିର ଅଧ୍ୟକ୍ଷ ଡ. ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ସଦାଶିବ ପଣ୍ଡା, ଶ୍ରୀକାନ୍ତ ପ୍ରଧାନ, ପ୍ରହରାଜ ପଣ୍ଡା, ରୁଦ୍ରାଣୀ ମହାପାତ୍ର ପ୍ରମୁଖ ଯୋଗଦେଇ […]

କେନ୍ଦ୍ରାପଡ଼ା,୨ା୧୦: କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନ ପରିସରରେ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସକାଳୁ ସହର ମଧ୍ୟରେ ରାମଧୂନ୍ ସହ ପ୍ରଭାତ ଫେରି କରାଯାଇଥିଲା । ପରେ ପରେ ଜିଲ୍ଲାର ବରିଷ୍ଠ ନେତୃମଣ୍ଡଳୀ ପୂର୍ବତନ ବିଧାୟକ ଦେବେନ୍ଦ୍ର […]