କେନ୍ଦ୍ରାପଡା,ପଟ୍ଟାମୁଣ୍ଡାଇ ଭାଜପାରେ ଦୀର୍ଘଦିନ ହେଲା କୁହୁଳୁ ଥିବା ଗୋଷ୍ଠୀ ବିବାଦ ଗୁରୁବାର ଅପରାହ୍ନରେ ସାଂଘାତିକ ରୂପ ନେଇଛି। ହରଘର ତ୍ରିରଙ୍ଗା ରେଡଶୋ ଚାଲିଥିବା ବେଳେ ମଣ୍ଡଳ ଭାଜପା ସଭାପତିଙ୍କୁ ପ୍ରବଳ ମାଡ ହୋଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।ଏହି ଘଟଣା ଘଟିଛି ରାମମନ୍ଦିର ପାଖରେ ବୋଲି ଜଣାପଡିଛି।
Year: 2024
କେନ୍ଦ୍ରାପଡ଼ା,୧୬ା୮:କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟ କରୁଥିବା କୋଟିପତି ସହକାରୀ ଯୋଗାଣ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡିଛନ୍ତି। ତାଙ୍କର କେନ୍ଦ୍ରାପଡ଼ା, କଟକ ଓ ଭୁବନେଶ୍ୱର ପ୍ରଭୃତି ୫ଟି ସ୍ଥାନରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଚଢଉ ବେଳେ ଜଣାପଡିଛି। ଏହି ଚଢାଉରୁ କଟକ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣନଗରରେ ଥିବା ଏକ ମହଲା ବିଶିଷ୍ଟ କୋଠା ଘର, ଭୁବନେଶ୍ୱର ଲିଙ୍ଗିପୁରର […]
କେନ୍ଦ୍ରାପଡା,୧୬ା୮: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ସ୍ଥାନୀୟ ଆନନ୍ଦ ମାର୍ଗରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କମିଟିର ସଭାପତି ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମରେ ପ୍ରଥମ ଓଡିଆ ଛାତ୍ର, […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମପଞ୍ଚାୟତର ତମାଳ ଶାସନ ଗ୍ରାମର ବିଜୁ ଜନତା ଦଳର ବର୍ଷିୟାନ ନେତା ବୃନ୍ଦାବନ ମିଶ୍ରଙ୍କର ୯୨ବର୍ଷରେ ଦେହାନ୍ତ ହୋଇଯାଇଛି। ସେ ଶ୍ରୀଦଧିବାମନଜୀଉଙ୍କ ପୂଜକ, ଚନ୍ଦନପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜଣେ ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ଝିଅ ଓ ଜ୍ୱାଇଁଙ୍କ ସମେତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। ତାଙ୍କର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ […]
କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ବିରୁପା ନଦୀର ଇନ୍ଦୁପୁର ଘାଟରେ ଜଣେ ଯୁବକକୁ ମାଡ ମାରି ର୍ଫିଙ୍ଗି ଦେଇଥିବା ନିଖୋଜ ଯୁବକଙ୍କ ମୃତଦେହ ପଟ୍ଟାମୁଣ୍ଡାଇ ଜଗନ୍ନାଥପୁର ବ୍ରାହ୍ମଣୀ ନଦୀ ଘାଟରେ ଗୁରୁବାର ଅପରାହ୍ନରେ ଉଦ୍ଧାର କରାଯାଇଛି । ଯୁବକ ଜଣଙ୍କ ହେଲେ ନିକିରାଇ ଗ୍ରାମର ମଂଟୁ ମଲ୍ଲିକ । ଚଉଦକୁଲାଟ ପୋଲିସ ଖବର ପାଇ ଅଗ୍ନିଶମ ବିଭାଗ ସାହାଯ୍ୟରେ ମୃତଦେହ ଉଦ୍ଧାର କରିଛି। ପ୍ରକାଶ ଯେ ଗତ ବୁଧବାର ନିକିରାଇ […]
ଏମିତି ବି ଆସେ ମୁତ୍ୟୁ । କେହି କିଛି ଜାଣିବା ଆଗରୁ ନିମିଷକେ ଝଡିଗଲା ଦୁଇ କୋମଳ ଶିଶୁଙ୍କ ଜୀବନ । କାନ୍ଦି କାନ୍ଦି ମା’ବାପ ସହିପଡିସାଙ୍କ ଆଖିରୁ ଲୁହ ଶୁଖୁନାହିଁ । ମାତ୍ର କିଛି ସମୟ ତଳେ ଏପରି ଏକ ଖବର ହସ୍ତଗତ ହୋଇଛି ଯାହାକୁ ଶୁଣି ଯେ କେହି ବି ଭାବପ୍ରବଣ ହୋଇଉଠିବେ। ଦୃଶ୍ୟ ଏଭଳି ଯାହାକୁ ଦେଖିଲେ ଆଖିରେ ଲୁହ ଆପେ ଆପେ ବୋହି ଆସିବ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ୟାରେଡ ପଡିଆ ଠାରେ ଗୁରୁବାର ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ଜାତୀୟ ପତାକା ଉତତୋଳନ କରିବା ସହ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ବିଧାୟକ ତାଙ୍କ ଅଭିଭାଷଣରେ କହିଥିଲେ ଆଜିର ଦିବସ […]
କେନ୍ଦ୍ରାପଡ଼ା,୧୬ା୮: କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆ ଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଯେଉଁମାନଙ୍କ ବଳିଦାନ, ତ୍ୟାଗ, ସଂଗ୍ରାମ ଓ ସାଧନ ବଳରେ ଆମକୁ ଏହି ମହାର୍ଘ ସ୍ୱାଧୀନତା ମିଳିଛି ସେମାନେ ଏ ଜାତିର […]
ସ୍ୱାଧିନତା ଦିବସରେ ଅପେକ୍ଷା କରିଥିଲା ମୃତ୍ୟୁ। ସ୍କୁଲରେ ପ୍ୟାରେଡ ସାରି ଘରକୁ ପାହଁଚିବା ପରେ ଘରେ ହଟାତ ଗ୍ୟାସ୍ଟାଙ୍କି ବିସ୍ଫୋରଣ ହେଲା । କିଛି ବୁଝିବା ଆଗରୁ ପୁରା ଘର ଜଳି ବାକୁ ଲାଗିଲା । ନିଆଁର ପ୍ରଖର ଧାସରେ ଭଉଣୀ-ଭାଇ ଘରୁ ବାହାରି ପାରିଲେନାହିଁ । ଗ୍ରାମବାସୀ, ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କଲେ । କିନ୍ତୁ ସେତେବେଳକୁ ଘର ସହ ଦୁଇ ନିଷ୍ପାପ ଜୀବନ ଆଉ ନଥିଲା। […]
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଳରାମପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଘରେ ନିଆଁଲାଗି ଭାଇଭଉଣୀଙ୍କର ଶୋଚନୀୟ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଦୁଇ ଶିଶୁଙ୍କ ମଧ୍ୟରୁ ଜଣେ ୧୧ ବର୍ଷୀୟା ଭଉଣୀ ଓ ୯ ବର୍ଷୀୟ ଭାଇର ମୃତ୍ୟୁ ହୋଇଛି।ଏହାଛଡ଼ା ଘରେ ଥିବା ବହୁତ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଛି। ତେବେ ଘରେ କେମିତି ନିଆଁ ଲାଗିଲା ଜଣାପଡ଼ି ନାହିଁ। ଗ୍ରାମବାସୀଙ୍କ ପକ୍ଷରୁ ନିଆଁ ଲିଭା ଯାଇଥିବା ସୁଚନା । ଦୁଇ […]
ସରକାର ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଙ୍କ ପ୍ରାକ୍ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଶିଶୁଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଖେଳନା ଠାରୁ ଆରମ୍ଭ କରି ବିଭିନ୍ନ ଉପକରଣ ପ୍ରଦାନ କରୁଛନ୍ତି। ସରକାର ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ, ରୋଷେଇ ଗୃହ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସଂଯୋଗ, ପାଚେରି, ଉଦ୍ୟାନ ଆଦିର ବ୍ୟବସ୍ଥା କରିବା ଥିବା ବେଳେ ପଟ୍ଟାମୁଣ୍ଡାଇ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ […]
ଦେଶବାସୀଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବା ସହିତ ଏକତା ସୂତ୍ରରେ ବାନ୍ଧି ରଖିବାକୁ ୭୮ତମ ସ୍ୱାଧୀନତା ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶ ବ୍ୟାପି ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ହରଘର ତ୍ରିରଙ୍ଗା ଆହ୍ୱାନକୁ ସଫଳ ରୂପାୟନ କରିବାକୁ କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ […]
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶ ବ୍ୟାପି ଅଗଷ୍ଟ ୧୩ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହେଉଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅପରାହ୍ନରେ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଭାବେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପଟ୍ଟାମୁଣ୍ଡାଇ […]
କେନ୍ଦ୍ରାପଡ଼ା, ୧୪ା୮: କେନ୍ଦ୍ରାପଡା ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ୭୮ ସ୍ୱାଧୀନତା ଦିବସ ଓ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଅବସରରେ ଆଜି ୩ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଆଦ୍ୟାରସ୍ମି ମହାପାତ୍ର। ଏହି ଶୋଭାଯାତ୍ରାଟି କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ ବିକ୍ରମ କେଶରୀ ରାଉତଙ୍କ ନେତୃତ୍ୱରେ ସାନ୍ଧ୍ୟ ମହାବିଦ୍ୟାଳୟରୁ […]
କେନ୍ଦ୍ରାପଡ଼ା, ୧୪ା୮: ବିଜେପି ଶାସନରେ ଦିନକୁ ଦିନ ନୃଶଂସ ଓ ଅମାନବୀୟ ଘଟଣାର ଆଉ ଏକ ନମୂନା,ଏସ୍ ସି ବି ମେଡିକାଲରେ ରୋଗୀଙ୍କୁ ବଳାତ୍କାର ଘଟଣାକୁ ଅଖିଳ ଭାରତ ମହିଳା ସାଂସ୍କୃତିକ ସଂଗଠନ(ଏଆଇଏମଏସଏସ)ର ଦୃଢ଼ ନିନ୍ଦା କରିଛି । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲ ରେ ଘଟିଥିବା ଦୁଷ୍କର୍ମ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ଘଟଣା ଲୋକ ଲୋଚନକୁ ଆସିଛି। ରୋଗୀ ସେବା ସମୟରେ […]
କେନ୍ଦ୍ରାପଡା,୧୪ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଞ୍ଚାୟତର ମହିଳା ମହାସଙ୍ଘର ଦୁଇଟି ଜମାଖାତାକୁ ବିଡିଓ ଅଚଳ କରିଦେବା ପ୍ରତିବାଦରେ ବୁଧବାର ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ନିକଟରେ ଅଭିଯୋଗ ହୋଇଛି। ମହାସଙ୍ଘର ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ (ସି.ଆର.ପି.) କମ୍ୟୁନିଟି ରିସୋର୍ସ ପର୍ସନ ଚୟନକୁ ନେଇ କେନ୍ଦ୍ରାପଡା ବିଡିଓ ପତ୍ରସଂଖ୍ୟା- ୩୪୯/୨୦୨୪ ଜରିଆରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଗୋଗୁଆ ଶାଖା ପରିଚାଳକଙ୍କୁ ଜମାଖାତା […]
କେନ୍ଦ୍ରାପଡ଼ା,୧୪ା୮: କେନ୍ଦ୍ରାପଡା ଓରମାସ ପକ୍ଷରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ, ମୁଖ୍ୟ ଶାଖା ସମ୍ମୁଖରେ ହୋଇଥିବା ରାକ୍ଷୀ ଷ୍ଟଲକୁ ବୁଧବାର ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ନିଲୁ ମହାପାତ୍ର, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା, ଓରମାସର ନିର୍ବାହୀ ଅଧିକାରୀ ନିରୋଦ କୁମାର […]
କେନ୍ଦ୍ରାପଡ଼ା ଜିଲା ଇନ୍ଦୁପୁର ପାଖ ଦେଇ ଯାଇଥିବା ବିରୂପା ନଦୀରେ ଜଣେ ଯୁବକଙ୍କୁ କେତେଜଣ ଦୁର୍ବୃତ୍ତ ଠେଲି ଦେଇ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଯୁବକ ଜଣକ ନଦୀରେ ନିଖୋଜ ହୋଇଯାଇଥିବାବେଳେ ସମସ୍ତ ଦୃଶ୍ୟ ନିକଟସ୍ଥ ଏକ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏହି ଘଟଣାରକୁ ନେଇ ନିକିରାଇ ଥାନାରେ ଅଭିଯୋଗ ପରେ ପୋଲିସ ନଦୀ କୂଳରେ ପହଞ୍ଚି ତଦନ୍ତ କରିଛି। ପୋଲିସ ଅଗ୍ନିଶମ ବିଭାଗକୁ ଜଣାଇବାରେ ଅଗ୍ନିଶମ […]
କେନ୍ଦ୍ରାପଡ଼ା,୧୩ା୮: କେନ୍ଦ୍ରାପଡ଼ା ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି(ଦିସା) ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ଯୋଗାଣ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ଜଳ ଜୀବନ ମିଶନ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ […]
କେନ୍ଦ୍ରାପଡା,୧୩ା୮ : କେନ୍ଦ୍ରାପଡା ଗୋପବନ୍ଧୁ ପାଠାଗାରକୁ ଦୈନିକ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆସୁଥିବା ଶିକ୍ଷାର୍ଥୀମାନେ ଆଜି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଏହି ପାଠାଗାରକୁ ଦୈନିକ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆସୁଥିବା ବେଳେ ପାଠାଗାରରେ ସେମାନଙ୍କ ପାଇଁ ମାତ୍ର ୬୦ଟି ଚେୟାର ରହିଛି। ଫଳରେ ସେମାନେ ତଳେ […]
ଇନ୍ଦୁପୁର ଅରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ଏକ ଗଭୀର ନଳକୂପ ଖୋଳାଯିବାକୁ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ୧୯୯୦ମସିହାରେ ଇନ୍ଦୁପୁର ଠାରେ ଏହି ଶିକ୍ଷାକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଏହି ଶିକ୍ଷାକେନ୍ଦ୍ର ନବ ଜୀବନ ଶିକ୍ଷା ସଂସଦର ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ। ଏହି ଶିକ୍ଷାକେନ୍ଦ୍ରରେ ଆଖପାଖ ଅଞ୍ଚଳର ୪/୫ଟି ଗ୍ରାମର ୨ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ଶିକ୍ଷାକେନ୍ଦ୍ର ପରିସରରେ ଥିବା […]
କେନ୍ଦ୍ରାପଡା,୧୩ା୮ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପାଇଁ ଛାତ୍ରଛାତ୍ରୀମାନେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିକଟରେ ଦାବି କରିଛନ୍ତି। ଛାତ୍ରଛାତ୍ରୀମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ହେଉଛି ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ। ଏହା ୧୯୫୯ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ମହାବିଦ୍ୟାଳୟରୁ ଅଧ୍ୟୟନ କରି ବହୁ ଛାତ୍ରଛାତ୍ରୀ ଦେଶ ବିଦେଶରେ ସୁନାମ ଅର୍ଜ୍ଜନ କରିଛନ୍ତି। ଏହି ମହାବିଦ୍ୟାଳୟରେ ଏବେ ୨୫ଶହରୁ […]
କେନ୍ଦ୍ରାପଡ଼ା,୧୩ା୮: ଆଜି ଶ୍ରାବଣ ମାସ ଶେଷ ସୋମବାର ଦିନ କେନ୍ଦ୍ରାପଡା ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁବାଟିକା ଶ୍ରେଣୀର ଶିଶୁ ଭାଇଭଉଣୀମାନେ କାଉଡି ଯାତ୍ରାରେ ଯୋଗ ଦେଇଥିଲେ । ଏଥିରେ ୧୫ଜଣ ଶିଶୁ ପାଣି ଭାର ନେଇଥିଲେ । ଅନ୍ୟ ଶିଶୁମାନେ ବିଦ୍ୟାଳୟ ପରିସରରୁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ସାନ୍ତସାହିସ୍ଥିତ ଆଖଣ୍ଡଳମଣୀ ମନ୍ଦିରରେ ଜଳାଭିଷେକ କରିଥିଲେ । ଏଥିରେ ସମସ୍ତ ଗୁରୁଜୀ/ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ କରାଯାଇଥିଲା ।
କେନ୍ଦ୍ରାପଡ଼ା,୧୩ା୮: ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, କେନ୍ଦ୍ରାପଡା ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ପଞ୍ଚାୟତ ହାଇସ୍କୁଲ ବାରିମୂଳଠାରେ ଜିଲ୍ଲା ଓଷ୍ଟା ସଭାପତି ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମନ୍ୱୟ ସମିତି ଆବାହକ ତଥା ଜିଲ୍ଲା ଓଷ୍ଟା ସମ୍ପାଦକ ନିର୍ମଳ କୁମାର ନାୟକ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଶିକ୍ଷକ କର୍ମଚାରୀମାନଙ୍କର ବିବିଧ ସମସ୍ୟାକୁ ନେଇ ୫ ଦଫା […]