ଭୁବନେଶ୍ୱର ୧୭/୧୨- ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣାଧୀନ ଏକ ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ କଡ଼ା ନିର୍ଦେଶ ଦେଇଛନ୍ତି। କ୍ୱାଲିଟିରେ କମ୍ପରମାଇଜ ନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସମୟ ସୀମା ସୁଦ୍ଧା କାମ ଶେଷ ନକଲେ ଦଣ୍ଡ ବିଧାନ ହେବ ବୋଲି କହିଛନ୍ତି। ପେନାଲଟି ହେବା ସହ ସରକାର ଅନ୍ୟ […]
Year: 2024
ଭୁବନେଶ୍ୱର, ୧୭।୧୨: ଦିଲ୍ଲୀରେ ବିଜେଡି ଏମ୍ପିଙ୍କ ସାମବାଦିକ ସମ୍ମିଳନୀକୁ ବିଜେପି ପକ୍ଷରୁ କାଉଣ୍ଟର କରାଯାଇଛି। ରାଜ୍ୟ ବିଜେପି ସଭାପତି କାଉଣ୍ଟର କରି କହିଛନ୍ତି, ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି। ଏମିତି କିଛି କହି ତାଚ୍ଛଲ୍ୟ କରିଛନ୍ତି। ସେମାନେ ସାମବାଦିକ ସମ୍ମିଳନୀ କରି ନିଜର ଅପପ୍ରଚାର କରୁଛନ୍ତି। ବିଜେଡି ସଂଗଠନ ଉପରେ ଏମ୍ପି, ବିଧାୟକଙ୍କ ଭରସା ଦରକାର।ବିଶ୍ୱାସ ନାହିଁ ବୋଲି ପ୍ରେସମିଟ, ତାଙ୍କ ଦଳ ଭାଙ୍ଗିବ, ଆମେ […]
କେନ୍ଦ୍ରାପଡ଼ା,୧୭ା୧୨ – କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଏକ ଆଧାର ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ୍ ମହାନ୍ତିଙ୍କ ନିର୍ଦ୍ଦେଶାନୁଯାୟୀ ଓ ପ୍ରାଧିକରଣର ସଚିବ ସୁମିତ୍ରା ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା କୋର୍ଟ ପରିସରରେ ଅୟୋଜିତ କାର୍ଯ୍ୟକ୍ରମରେ ବ୍ୟସ୍ତବହୁଳ ଜୀବନଶୈଳୀରେ କାଳାତିପାତ କରୁଥିବା କର୍ମଚାରୀ ଏବଂ ଆଇନଜିବୀ ଓ ସାଧାରଣ ଜନତାମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ […]
କେନ୍ଦ୍ରାପଡା ୧୬/୧୨ – କେନ୍ଦ୍ରାପଡ଼ା ମାଟି ଭଲିବଲର ମାଟି। ଏହି ମାଟିର ସନ୍ତାନ ଅନେକ ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ କେନ୍ଦ୍ରାପଡ଼ାକୁ ଗୌରବନ୍ୱିତ କରିଛନ୍ତି। ଚଉଦ ବର୍ଷରୁ କମ୍ ଓଡ଼ିଶା ଭଲି ଟିମ୍ର ଅଧିନାୟକ ଭାବରେ ମନୋନୀତ ହୋଇ କେନ୍ଦ୍ରାପଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ର ଅଭିନ୍ନ ସାମଲ ଉତ୍ତରପ୍ରଦେଶର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ଜାତୀୟସ୍ତରୀୟ ସ୍କୁଲ ପ୍ରତିଯୋଗିତାରେ ତିନି ତାରିଖରୁ ଚଉଦ ତାରିଖ […]
କେନ୍ଦ୍ରାପଡ଼ା,୧୬ା୧୨: କଂସାର-ସାହାସପୁର ଉଚ୍ଚବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିତାମାତା ଛାତ୍ରଛାତ୍ରୀଙ୍କର ପ୍ରଥମ ଗୁରୁ ହୋଇଥିବା ବେଳେ ଶିକ୍ଷକ ହେଉଛନ୍ତି ଦ୍ୱିତୀୟ ଗୁରୁ। ଶିକ୍ଷକ ଛାତ୍ରଛାତ୍ରୀଙ୍କ ଜୀବନକୁ ଉଜ୍ଜ୍ୱଳମୟ କରିଥାନ୍ତି। ବିଦ୍ୟାଳୟର ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମୁଖ୍ୟବକ୍ତା ଭାବେ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରାକ୍ତନ ସଭାପତି ଡ. […]
କେନ୍ଦ୍ରାପଡ଼ା,୧୬ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ମେହେନ୍ଦିପୁରସ୍ଥିତ ଲାଲ ବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୧ତମ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଓଷ୍ଟାର ପ୍ରାକ୍ତନ ରାଜ୍ୟ ସମ୍ପାଦକ ତ୍ରୈଲୋକ୍ୟ ସ୍ୱାଇଁ ଉଦ୍ଘାଟକ ଭାବେ ପ୍ରବୀଣ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ ମୁଖ୍ୟ ଅତିଥି ଭାବେ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷକ ନେତା ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ବିଶିଷ୍ଟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା […]
କେନ୍ଦ୍ରାପଡା୧୬ା୧୨-ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀନାଳରେ ବସବାସ କରୁଥବା ବଉଳା କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ଆସନ୍ତା ଜାନୁଆରୀ ୧୪ରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ। ଏଥିପାଇଁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ସମୟରେ ପରିଭ୍ରମଣ ପାଇଁ ନିଷିଦ୍ଧ କରାଯାଇଛି। ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ନୈରାଶ୍ୟଭାବ ଦେଖାଦେଇଛି। ବଉଳା କୁମ୍ଭୀର ବିଶାରଦ ଡ. ସୁଧାକର କର, ରାଜନଗର ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି […]
କେନ୍ଦ୍ରାପଡ଼ା,୧୫ା୧୨: କେନ୍ଦ୍ରାପଡା ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଜେଜେ-ଜେଜେମା, ଅଜା-ଆଈ ଦିବସ ୧୪ ତାରିଖ ଶନିବାର ପାଳିତ ହୋଇଯାଇଛି । ପ୍ରାଥମିକ ବିଭାଗର ସମସ୍ତ ଛାତ୍ରଛାତ୍ରୀଙ୍କର ଜେଜେ, ଜେଜେମା ଏବଂ ଅଜା-ଆଈ ଏହି ଉତ୍ସବର ନିମନ୍ତ୍ରିତ ଅତିଥି ରୂପେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ବିଦ୍ୟାଳୟର ପ୍ରାଚାର୍ଯ୍ୟ ଶଶି କୌଶଲ ସମସ୍ତଙ୍କୁ ସ୍ୱାଗତ କରିଥିଲେ । କୁନି କୁନି ପିଲାମାନେ ଜେଜେ-ଜେଜେମାଙ୍କୁ ପୁଷ୍ପ, ତିଳକ ପ୍ରଦାନ ପୂର୍ବକ ପାଦ ସ୍ପର୍ଶକରି […]
କେନ୍ଦ୍ରାପଡ଼ା,୧୫ା୧୨: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟି ତରଫରୁ ଏକ ବନ୍ଧୁମିଳନ ଓ ବଣଭୋଜି ଭରତପୁରସ୍ଥିତ ମହାପୁରୁଷ ମଧୁଦାସ ପୀଠ କନ୍ତିଆ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଲିଯାତ୍ରା କମିଟିର ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ବନ୍ଧୁମିଳନ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲିଯାତ୍ରା-୨୦୨୪ରେ ହୋଇଥିବା ଆୟବ୍ୟୟ ସମ୍ପର୍କରେ ସମ୍ପାଦକ ସଞ୍ଜୟ କୁମାର ଜେନା ଓ କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ […]
ପଟ୍ଟାମୁଣ୍ଡାଇ ୧୫/୧୨-ବହୁ ମୁହୂର୍ତରେ ବରିଷ୍ଠ ନାଗରିକ ମାନଙ୍କୁ ଅବହେଳା କରାଯାଉଥିବାର ଅନେକ ଉଦାହରଣ ରହିଛି । ମୁଖ୍ୟତଃ ବରିଷ୍ଠ ନାଗରିକ ମାନେ ବସ ଟ୍ରେନରେ ଯାତାୟତ କରିବା ବେଳେ ହେଉ କି ବ୍ୟାଙ୍କ ଓ ଡାକ୍ତରଖାନା ମାନଙ୍କରେ ସେମାନଙ୍କୁ ଅଣଦେଖା କରାଯାଇଥାଏ । ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ବରିଷ୍ଠ ନାଗରିକ ମାନଙ୍କୁ ବରିଷ୍ଠନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ବେଳେ ଶନିବାର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶଥାନା ଅଧିକାରୀ […]
କେନ୍ଦ୍ରାପଡ଼ା,୧୪ା୧୨: କେବଳ ପାଠପଢିଲେ ହେବ ନାହିଁ। ପାଠ ସହିତ ଶାଠର ଆବଶ୍ୟକତା ରହିଛି। ଯାହାର ଯେଉଁ ପ୍ରତିଭା ଅଛି ତାହା ପିଲାମାନଙ୍କ କ୍ଷେତ୍ରରେ ପ୍ରୟୋଗ କରିବା ଉଚିତ। ଶିକ୍ଷିତ ହୋଇ ଭଲ ମଣିଷ ହେବା ସହିତ ସମାଜର ମଙ୍ଗଳ କରିବା ପାଇଁ କଂସାର- ସାହାସପୁର ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ପାଳନର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପୂର୍ବତନ ବିଧାୟକ ଯୁବନେତା ଅଂଶୁମାନ ମହାନ୍ତି ମୁଖ୍ୟ ଅତିଥି […]
କେନ୍ଦ୍ରାପଡ଼ା,୧୪ା୧୨:କେନ୍ଦ୍ରାପଡା ଜିଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ୮ମ ମ୍ୟାଚ୍ରେ ଲାୟନ୍ସ କ୍ଲବ ବିଜୟୀ ହୋଇଛି। ଶନିବାର ଲାୟନ୍ସ କ୍ରିକେଟ କ୍ଲବ ଓ ବିଶ୍ୱାସ କ୍ରିକେଟ କ୍ଲବ ମଧ୍ୟରେ ସୁପର ଲିଗ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଲାୟନ୍ସ କ୍ଲବ ଟସ୍ ଜିତି ବ୍ୟାଣ୍ଟି କରି ୪୨ ଓଭରେ ୬ଉଇକେଟ ବିନିମୟରେ ୨୩୯ରନ କରି […]
କେନ୍ଦ୍ରାପଡ଼ା,୧୪ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର କୁମ୍ଭାର ସାହିରେ ଲକ୍ଷ୍ମୀନାରାୟଣ କ୍ଲବ ପକ୍ଷରୁ କୁରାଳ ପଞ୍ଚମୀ ଉତ୍ସବ ଉଦ୍ଯାପିତ ହୋଇଛି । ଏହି ଉତ୍ସବ ୬ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ବସର୍ଜନ କରାଯାଇଥିଲା । ଗତ ଶୁକ୍ରବାର ଦିନ ଲକ୍ଷ୍ମୀନାରାୟଣ ଠାକୁରଙ୍କୁ ଏକ ଶୋଭାଯାତ୍ରାରେ ଗୁଲନଗର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ଗୋବରୀ ନଦୀରେ ବିସର୍ଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ପଞ୍ଚାୟତର ଶତାଧିକ […]
କେନ୍ଦ୍ରାପଡ଼ା,୧୪ା୧୨: କେନ୍ଦ୍ରାପଡା ବ୍ଲକ ରୋଡର ଈଶ୍ୱରପୁରସ୍ଥିତ ବ୍ରହ୍ମ ଗୈାଡିୟ ସେବା ସଂସ୍ଥାନ ଭାଗବତ ଦାସ ମଠ ପରିସରରେ ପବିତ୍ର ଗୀତା ଜୟନ୍ତୀ ପାଳିତ ହୋଇଯାଇଛି। ମଠର ମହନ୍ତ ସଚ୍ଚିଦାନନ୍ଦ ଗୈାସ୍ୱାମୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ସଂସ୍କୃତ ପ୍ରବଚକ ପଣ୍ଡିତ ଦାମୋଦର ରାଉତ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ଗୀତାଜ୍ଞାନ ଶ୍ରେଷ୍ଠ ମାନବଜୀବନ ଦର୍ଶନ ବୋଲି ବାଖ୍ୟାନ କରି କହିଥିଲେ। ସଂସ୍କୃତ ଭାରତୀ ଜିଲ୍ଲା ସଂଯୋଜକ ପଣ୍ଡିତ ହରେକୃଷ୍ଣ […]
କେନ୍ଦ୍ରାପଡ଼ା,୧୪ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ବିଶ୍ୱ ପ୍ରାର୍ଥନା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆଶ୍ରମର ପ୍ରାର୍ଥନା ମଣ୍ଡପରେ ତୁଳସୀକ୍ଷେତ୍ରରେ ଆସନ୍ତା ଜାନୁଆରୀ ପହିଲାରେ ବିଶ୍ୱ ପ୍ରାର୍ଥନା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବିଗତ ୮ବର୍ଷ ଧରି ସନ୍ନ୍ୟାସିନୀ ଶ୍ରୀମା’ ସ୍ୱାମୀ […]
ପଟ୍ଟାମୁଣ୍ଡାଇ ୧୪/୧୨- ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଚତୃର୍ଥ ଲୋକ ଅଦାଲତ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛିା ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀସଂଗୀତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଦାଲତରେ ପ୍ରି-ଲିଟିଗେସନ କେସ ୧୫ ଟି ମାମଲା ଫଇସଲା ହୋଇ ୨ ଲକ୍ଷ ୫୧ ହଜାର ଆଦାୟ କରାଯାଇଥିବା ବେଳେ ୬୦ ଟି ପୂର୍ବ ମାମଲା […]
କେନ୍ଦ୍ରାପଡ଼ା,୧୩ା୧୨: ଗ୍ରାମ ପରିବେଶ ସହିତ ବିଦ୍ୟାଳୟର ପରିବେଶ ଶିକ୍ଷାଦାନ ଉପରେ ପ୍ରଭାବ ପକାଇଥାଏ। ଗାଁ ଗଣ୍ଡାରେ ମଦର ପ୍ରସାର ଶିକ୍ଷା ବ୍ୟବସ୍ଥା ଏବଂ ଉତ୍ତରପିଢିଙ୍କି ପଙ୍ଗୁ କରିଦେବ। ସ୍ୱାଧୀନତା ଆନ୍ଦୋଳନ ପରି ମଦ ବିରୋଧୀ ଆନ୍ଦୋଳନ ହେବା ଆବଶ୍ୟକ। ସମସ୍ୟାର ସମାଧାନ ଯିଏ କରେ ସିଏ ନେତା। ଶିକ୍ଷକ, ଡାକ୍ତର, ଅଧିଭକ୍ତା ଏହି କାମ କରି ନେତା ପଦବାଚ୍ୟ ହୋଇପାରିବେ ବୋଲି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର-ସାହାସପୁର ଉଚ୍ଚ ବିଦ୍ୟାଳୟର […]
କେନ୍ଦ୍ରାପଡା, ୧୩ା୧୨: ବିବିଧ କଳାର ସମାବେଶୀ ମଞ୍ଚ “ସିମ୍ଫୋନି’ ପକ୍ଷରୁ ଚଳିତ ମାସ ୨୭ ଡିସେମ୍ବରରେ ପ୍ରଥମ ଜିଲ୍ଲା ଯୁବ ସାଂସ୍କୃତିକ ମହୋତ୍ସବ “ଯୁବ ତରଙ୍ଗ’ର ଆୟୋଜନ କରିବାକୁ ଯାଉଛି । ଏଥିନିମନ୍ତେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହେବାକୁ ଥିବା ଏହି ଏକଦିବସୀୟ ଜିଲ୍ଲାସ୍ତରୀୟ ଉତ୍ସବରେ ଯୁବ ବର୍ଗ ସେମାନଙ୍କ ବିବିଧ […]
କେନ୍ଦ୍ରାପଡ଼ା,୧୩ା୧୨: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ତରଫରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଓସିଏ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ମ୍ୟାଚ୍ରେ ନେତାଜୀ ୟୁଥ କ୍ଲବ ଓ ପଞ୍ଚୁପାଣ୍ଡବ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ନେତାଜୀ ୟୁଥ କ୍ଲବ ଟସ୍ ଜିତି ବ୍ୟାଣ୍ଟି କରି ୩୨.୩ ଓଭରେ ୧୭୮ରନ କରି ଅଲଆଉଟ ହୋଇଥିଲା । ସେହିପରି ପଞ୍ଚୁପାଣ୍ଡବ କ୍ରିକେଟ କ୍ଲବ ୨୪.୧ ଓଭରେ […]
କେନ୍ଦ୍ରାପଡା ୧୩/୧୨-କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ଛାତ୍ର ସନ୍ତୋଷ କୁମାର ମହାନ୍ତି ନିଜର ପାରଦର୍ଶିତା ଦେଖାଇ ଇସ୍ରୋ ଯିବାପାଇଁ ମନୋନୀତ ହୋଇଛନ୍ତି। ଭୁବନେଶ୍ୱର ପଠାଣୀସାମନ୍ତ ପ୍ଲାନୋଟୋରିୟମ ଓ ଟାଟା ଷ୍ଟିଲ ଆନୁକୂଲ୍ୟରେ ଅନୁଷ୍ଠିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ମଲ୍ଲିକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ସନ୍ତୋଷ କୁମାର ମହାନ୍ତି ଜିଲ୍ଲାର ଶତାଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିଲେ।ପଲେଇ ପଞ୍ଚାୟତ ଡେରାକୁଣ୍ଡି […]
କେନ୍ଦ୍ରାପଡ଼ା,୧୨ା୧୨: ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଗୁରୁବାର ଜିଲ୍ଲାପାଳଙ୍କ ସମିଳନୀକକ୍ଷରେ ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା ପଦଯାତ୍ରା ଆୟୋଜନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସଡ଼କ ପରିବହନ ବିଭାଗକୁ ପରାମର୍ଶ ଦେଇଥିଲେ। ସଡ଼କ ସୁରକ୍ଷା ଓ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ […]
ପଟ୍ଟାମୁଣ୍ଡାଇ ୧୨/୧୨ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ପଂଚାୟତ ଠାରେ ଗୃହ ଲଷ୍ମୀ ପୂଜା କମିଟି ପକ୍ଷରୁ ଏକ ବିଶାଳ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଯୋଗ ଦେଇ ଗୋମାତାଙ୍କ ପୂଜାର୍ଚନା କରିଥିଲେ । ଶହ ଶହ ଲୋକ ଏହି ବିରଳ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଗୃହଲଷ୍ମୀ […]
ପଟ୍ଟାମୁଣ୍ଡାଇ ୧୨/୧୨ -ପଟ୍ଟାମୁଣ୍ଡାଇ ବ୍ଲକ ପକ୍ଷରୁ ଘରେ ଘରେ ବିଶୁଦ୍ଧ ପାନୀୟଜଳ ଯୋଗାଇବା, ଜଳର ସୁପରିଚାଳନା ଓ ସ୍ୱଚ୍ଛ ନିର୍ମଳ ପରିବେଶ ପାଇଁ ବ୍ୟବସ୍ଥିତ ପରିମଳ ବ୍ୟବସ୍ଥା ଉପରେ ପଂଚାୟତ ପ୍ରତିନିଧି ଓ ନିର୍ବାହୀ ଅଧିକାରୀଙ୍କୁ ନେଇ ଏକ ଦିନିକିଆ ତାଲିମ ଶିବିର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ସହକାରୀ ଯନ୍ତ୍ରୀ ଇଂ ଜଳଧର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ତାଲିମ ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ […]
କେନ୍ଦ୍ରାପଡ଼ା,୧୨ା୧୨: କେନ୍ଦ୍ରାପଡା ବ୍ଲକ ଅଧିନ ଭାଗବତପୁର ଗ୍ରାମପଞ୍ଚାୟତର ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଯାଗର ରାଉତଙ୍କ ଦ୍ୱାଦଶାହ ଉପଲକ୍ଷେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ଓ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ତାଙ୍କ ପଟକୁରାସ୍ଥିତ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଦସ୍ୟ ଦାମୋଦର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାକୁ ଛାତ୍ର ମଦନମୋହନ ବେହେରା ସଞ୍ଚାଳନ କରିଥିଲେ। ଏହି ସଭାରେ ସ୍ୱର୍ଗତ ସାହୁଙ୍କ ସାଥି ଧ୍ରୁବ […]