କେନ୍ଦ୍ରାପଡ଼ା, ୪ା୪: ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ପାନୀୟଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଏଭଳି ସମସ୍ୟାରେ ଉବୁଟୁବୁ ହେଉଥିବା କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ପଞ୍ଚାୟତର ପଲ୍ଲୀରଘୁନାଥପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଅତ୍ୟନ୍ତ ଉତ୍କଟ ହେଉଥିବା ଦେଖିବାକୁ ମିଳିଛି । ଏହି ଗାଁର ଲୋକମାନେ ଦୀର୍ଘଦିନ ଧରି ଡେରାବିଶ ବ୍ଲକ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରାପଡା ଗ୍ରାମ୍ୟ ପାନୀୟ […]
Year: 2024
କେନ୍ଦ୍ରାପଡ଼ା, ୪ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁରରେ ଚଳିତ ବର୍ଷ ମହାବାରୁଣୀ ଯାତ୍ରା ଆସନ୍ତା ୬ତାରିଖରେ ଅନୁଷ୍ଠିତ ହେବ । ଦୀର୍ଘବର୍ଷ ପରେ ଚଳିତ ବର୍ଷ ମହାଯୋଗ ବାରୁଣୀ ସ୍ନାନ ପଡୁଥିବାରୁ ଏହି ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ବିରୂପା, ବ୍ରାହ୍ମଣୀ ଓ କେଲୁଆ ନଦୀର ସଙ୍ଗମ ସ୍ଥଳରେ ଅନୁଷ୍ଠିତ ଏହି ମହାବାରୁଣୀ ସ୍ନାନ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି […]
କେନ୍ଦ୍ରାପଡ଼ା, ୪/୪: ରାଜନଗରର ପୂର୍ବତନ ବିଧାୟିକା ସ୍ୱର୍ଗତ ସରସ୍ୱତୀ ଦେବୀଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ଥିବା ସଦସ୍ୟମାନେ ପ୍ରଥମେ ସେଠାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃର୍ତ୍ତିରେ ପୁଷ୍ପମାଲ୍ୟ ଦେବା ପରେ ସ୍ୱର୍ଗତ ସରସ୍ୱତୀ ଦେବୀଙ୍କ ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ । ତତ୍କାଳୀନ ସମୟରେ ଗମନାଗମନର ସୁବିଧା ନଥିବା ରାଜନଗର ଓ ମହାକାଳପଡା ଅଞ୍ଚଳରେ ଚିକିତ୍ସା ସୁବିଧା ଓ ଶିକ୍ଷାର […]
କେନ୍ଦ୍ରାପଡ଼ା, ୪/୦୪: ରାଜ୍ୟସରକାରଙ୍କ ସୁପାରିଶ କ୍ରମେ ରାଜ୍ୟ ସମବାୟ ନିବନ୍ଧକ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପରିଚାଳନା ପରିଷଦର ନିର୍ଦ୍ଦେଶକ ଭାବେ ବର୍ଷିୟାନ ସମାଜସେବୀ ଶଙ୍କର୍ଷଣ ପଣ୍ଡା ଓ ବରିଷ୍ଠ ଆଇନଜୀବୀ ଧିରେନ କୁମାର ସାହୁଙ୍କୁ ମନୋନୀତ କରିଛନ୍ତି । ରାଜ୍ୟ ସମବାୟ ସମୂହର ନିବନ୍ଧକଙ୍କ ପକ୍ଷରୁ ଏଥିନେଇ ବିଧିବଦ୍ଧ ଭାବେ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ସିଇଓଙ୍କୁ ଜଣାଇ ଦିଆଯାଇଛି । ଓଡିଶା ସମବାୟ ଆଇନ-୧୯୬୨ର ଧାରା ୩୧(୧) ଅନୁ୍ଯାୟୀ ରାଜ୍ୟ […]
ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜନଗର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକର ୧୯ ପଂଚାୟତକୁ ନେଇ ଏକମିଳିତ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ବନ୍ତୋ ଠାରେ ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବିଶାଳ ସମାବେଶରେ କେନ୍ଦ୍ରାପଡ଼ା ଲୋକସଭା ବିଜେଡି ପ୍ରାର୍ଥୀ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ରାଜନଗର ବିଧାୟକ ତଥା […]
ପଟ୍ଟାମୁଣ୍ଡାଇ କଲେଜ ରେଡକ୍ରସ ଓ ରେଡରିବନ କ୍ଲବ ପକ୍ଷରୁ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭାରେ ପ୍ରାଧ୍ୟାପକ ସର୍ବେଶ୍ୱର ସାହୁ ଓ ପ୍ରାଧ୍ୟାପକ ଡ଼ ଫକୀର ଚରଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଏଡ଼ସ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ କଖାରୁଣି ପଂଚାୟତ ଓସଙ୍ଗରା ଗାଁରେ ଗୁରୁବାର ସଂନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଥିବା ଖବର ମିଳିଛି । ପୋଖରୀରେ ବୁଡି ୪ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି ବୋଲି କେତେ ଜଣ କହୁଥିବା ବେଳେ ସେପ୍ଟି ଟାଙ୍କିରେ ପଡି ଶିଶୁ ପୁତ୍ରର ମୃତ ହୋଇଥିବା କେତେଜଣ କହୁଛନ୍ତି । ମାତ୍ର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଆଇଆଇସିଙ୍କୁ ପଚାରିବାରେ ଚିକିତ୍ସାଳୟରେ ପହଁଚିବା ପୁର୍ବରୁ ଶିଶୁଟିର […]
କଟକ : ମୁକୁଳା ଡ୍ରେନ୍ରେ ପଡ଼ି ଜଣକର ଜୀବନ ଯାଇଛି । ସିଆରଆରଆଇ ଥାନା ଅନ୍ତର୍ଗତ ନୂଆବଜାର ମହିମାନଗରରେ ଘଟିଛି ଏହି ଅଘଟଣ । ଗୁରୁବାର ସକାଳୁୁ ମୃତକ ଜଣକ ରାସ୍ତା ପାର୍ଶ୍ୱ ମୁକୁଳା ଡ୍ରେନ୍ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏସ୍ସିବି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଲୋକଙ୍କୁ ଅତିଷ୍ଠ କରିଦେଉଛି । ଦିନରେ ତାତି ଓ ରାତିରେ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବାରୁ ବିଦ୍ୟୁତ୍ର ଆବଶ୍ୟକତା ବଢ଼ିଯାଇଛି । ହେଲେ ଏପରି ସମୟରେ ଦିନକୁ ୧୦ରୁ ୧୫ ଥର ବିଦ୍ୟୁତ୍ ବିଭ୍ରାଟ ଚିନ୍ତାର ବିଷୟ ହୋଇଥିବା ବେଳେ ଉପଭୋକ୍ତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଦ୍ୟୁତ ଉପଭୋକ୍ତା ୟୁନିୟନ ସଭାପତି ଭିମସେନ ପରିଡା, ଲଳିତ ଧଳ, […]
କେନ୍ଦ୍ରାପଡ଼ା, ୩ା୪: ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଇସ୍ତଫା ପ୍ରଦାନ କଂଗ୍ରେସ ଦଳ ପାଇଁ କିଛି ଫରକ ପଡିବନି ବୋଲି କହିଛନ୍ତି ଅଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ତଥା ରାଜ୍ୟ ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ହଳଧର ସେଠୀ । ବୁଧବାର ଅପରାହ୍ନରେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ରାଜ୍ୟ ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ଶ୍ରୀ ସେଠୀ କହିଥିଲେ ଯେ ସେମାନେ ନିଜର […]
କେନ୍ଦ୍ରାପଡ଼ା, ତା ୦୩/୦୪: ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ଲହରୀ । ଏହାର ମୁକାବିଲା ପାଇଁ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଶୂନ୍ୟମୃତ୍ୟୁହାର ଉପରେ ଗୁରୁତ୍ୱ ଦେବା ସହ ଅଂଶୁଘାତର ସଫଳ ମୁକାବିଲା ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ କ’ଣସବୁ ପଦକ୍ଷେପ ନେଇଛନ୍ତି […]
କେନ୍ଦ୍ରାପଡ଼ା, ୩ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତରାଣ୍ଡୋ ଗ୍ରାମର ଅବିବାହିତା ଶିକ୍ଷୟତ୍ରୀ ଯମୁନା ସାମଲ(୫୫)ଙ୍କ ଆଜି ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ତାଙ୍କର ଦୁଇଟି ଚକ୍ଷୁକୁ ଦାନ କଲେ ସମ୍ପର୍କୀୟ । ଘଟଣାରୁ ପ୍ରକାଶ ଯେ ଯମୁନା ସାମଲ ଇଟିପୁର ପ୍ରାଇମେରୀ ସ୍କୁଲରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରନ୍ତି । ଆଜି ସକାଳ ୧୧ଟା ବେଳେ ତାଙ୍କର ସହଯୋଗୀଙ୍କ ସହିତ ଏକ ସ୍କୁଟିରେ ସ୍କୁଲରୁ ଫେରିବା ବେଳେ […]
କେନ୍ଦ୍ରାପଡା ୩/୪ : ସାମାଜିକ ସଂଗଠନ ‘ଜୟ ରାଷ୍ଟ୍ର’ ପକ୍ଷରୁ ସ୍ଥାନୀୟ ବାରଙ୍ଗେଇ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ପାଳନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ତଥା ଏପ୍ରିଲ ୯ ତାରିଖ ଦିନ ଅନୁଷ୍ଠାନ ପକ୍ଷରୁ ହିନ୍ଦୁ ନବବର୍ଷ ଯଥାରୀତି ପାଳନ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ଏହି ଦିନ ବାରଙ୍ଗେଇ ଠାକୁରାଣୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ […]
କେନ୍ଦ୍ରାପଡା : ଚଳିତ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଅନନ୍ୟ ସଫଳତା ହାସଲ କରିଥିବା ଗୋଗୁଆ ଉ ପ୍ରା ବିଦ୍ୟାଳୟ ଛାତ୍ରୀ ସୁଲଗ୍ନା ସ୍ଥିତିପ୍ରଜ୍ଞାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଗୋଗୁଆ ସ୍କୁଲ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଏଥିରେ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ଭୋଇ, ସହକାରୀ ଶିକ୍ଷକ ପୁଷ୍ପରେଖା ରାଉତ ଶ୍ରୀଧର ସାହୁ, ପ୍ରମୋଦିନୀ ମିଶ୍ର ଓ […]
କେନ୍ଦ୍ରାପଡ଼ା, ୨/୪: ମାଧପୁରର ପୁନର୍ବାସ ଅନୁଷ୍ଠାନ ତରଫରୁ ବିଶ୍ୱ ଅଟିଜିମ୍(ସ୍ୱପରାୟଣତା) ଦିବସ ପାଳନ କରାଯାଇଛି । ମୁଖ୍ୟ ଉପଦେଷ୍ଟା କଥାକାର ଡକ୍ଟର ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୁପାଲି ପ୍ରିୟଦର୍ଶନୀ ନାୟକ, ଅକ୍ୟୁପେଶନାଲ୍ ଥେରାପିଷ୍ଟ ଗୁଞ୍ଜନ ସ୍ମିତା ବେହେରା, ଫିଜୋ ଥେରାପିଷ୍ଟ ରଚିତା ଜେନା, […]
କେନ୍ଦ୍ରାପଡ଼ା, ୨ା୪: ପୂର୍ବତନ ମନ୍ତ୍ରୀ, କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ମିଡିଆସେଲର ଅଧ୍ୟକ୍ଷ ଗଣେଶ୍ୱର ବେହେରା କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ଗତ ପ୍ରାୟ ଏକମାସ ହେବ ଶ୍ରୀ ବେହେରାଙ୍କ ଦଳ ତ୍ୟାଗ ସମ୍ପର୍କରେ ବିଭିନ୍ନ ରୋଚକ ଖବର ପ୍ରକାଶ ପାଇ ଆସୁଥିଲା । ଶ୍ରୀ ବେହେରା କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା […]
ଆଳିରୁ କୃଷ୍ଣଚନ୍ଦ୍ର, ପାଟକୁରାରୁ ତେଜେଶ୍ୱର ଓ ମହାକାଳପଡାରୁ ଦୁର୍ଗାପ୍ରସନ୍ନ ପ୍ରାର୍ଥୀ କେନ୍ଦ୍ରାପଡ଼ା, ୨ା୪: ସାଧାରଣ ନିର୍ବାଚନ ଆଉ ମାତ୍ର ଅଳ୍ପ ଦିନ ବାକି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଉଛି । ସେହିଭଳି ଭାବେ ବିଜେପି ପକ୍ଷରୁ ରାଜ୍ୟର ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବା ବେଳେ ସେଥିରେ କେନ୍ଦ୍ରାପଡା ଜିଲ୍ଲାର ୩ଟି ଆସନ ପାଇଁ […]
ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମର୍ଯ୍ୟାଦା ଜନକ କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଭାବେ ଟାଣୁଆ ଯୁବନେତା ଅଂଶୁମାନ ମହାନ୍ତି ଓ ରାଜନଗର ବିଧାନସଭା ଆସନର ପ୍ରାର୍ଥୀ ଭାବେ ଅଭିଜ୍ଞ ବିଧାୟକ ଧ୍ରୁବ ସାହୁଙ୍କ ନାମ ଘୋଷଣା କରିବା ପରେ ପ୍ରଥମ ଥର ପାଇଁ ଉଭୟ ଅଂଶୁମାନ ଓ ଧ୍ରୁବ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଧାୟକ ପ୍ରତାପ ଜେନାଙ୍କ ସହିତ ମଙ୍ଗଳବାର ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଅଂଚଳକୁ […]
କେନ୍ଦ୍ରାପଡା ୨ ।୪: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସର ଇସ୍ତଫା ଦେଇଛନ୍ତି । ଏନେଇ ସେ ଏକ୍ସରେ ସୂଚନା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଥିବା କହିଛନ୍ତି ।ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ମୁଁ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି । କଂଗ୍ରେସ ଦଳ ମୋତେ ବିଧାୟକ ତଥା […]
କେନ୍ଦ୍ରାପଡ଼ା, ୧ା୪: ସ୍ଥାନୀୟ ଦିନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ଦିନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳର ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରବିନ୍ଦ୍ର କୁମାର ବଳ ଅଧ୍ୟକ୍ଷତା କରି ବରପୁତ୍ରମାନଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରି ଓଡିଆ ଭାଷା ଓ […]
କେନ୍ଦ୍ରାପଡା,୧ା୪ : କେନ୍ଦ୍ରାପଡାରେ ୮୯ତମ ଜିଲ୍ଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜଜାଙ୍ଗସ୍ଥିତ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ପ୍ୟାରେଡରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟରିଆ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ କାଟରିଆ ପ୍ରଥମେ ରାଜ୍ୟାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରାପ୍ତ ବାର୍ତ୍ତାକୁ ପାଠ କରିବା ପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । […]
କେନ୍ଦ୍ରାପଡା,୧ା୪: କେନ୍ଦ୍ରାପଡା ଫ୍ରେଜର ସ୍କୁଲ ପରିସରରେ ସମ୍ବର୍ତକୀ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ କବି ନିରୁପମା ଦାସଙ୍କ ପୁସ୍ତକ “ନୀଳ ଲଫାପାର ଚିଠି” ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସରୋଜ କୁମାର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସ୍ତମ୍ବକାର ଅକ୍ଷୟ କୁମାର ରାଉତ, ସମ୍ମାନୀତ ଅତିଥି ଭାବେ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁର ବାଲିପାଟଣା ଗ୍ରାମର ଶ୍ରୀଚରଣ ନାୟକଙ୍କ ପୁଅ ଚନ୍ଦନ କୁମାର ନାୟକ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଏକ ବିଷଧର ସାପ ତାକୁ କାମୁଡି ଦେଇଥିଲା । ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାକୁ ଆଣି ଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାକୁ ତାକୁ ନିଆଯାଇଥିଲା । ସେଠରେ ଡାକ୍ତର ତାକୁ […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଧାନେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ହୋଲି ମେଳଣ ଅବସରରେ ସାଇ ଇନଫ୍ରା ଟେକ୍ ଦ୍ୱାରା ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।. ମା ଧାନେଶ୍ୱରୀ ସାଂସ୍କୁତିକ ପରିଷଦର କୁନି ପ୍ରତିଭା ମାନଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ରଙ୍ଗର ପର୍ବ ହୋଲି ଉତ୍ସବକୁ ନିଆରା କରି ଗଢି ତୋଳି ଥିଲା । ପ୍ରଭୁ ରାଧାକୃଷ୍ଣ ବିମାନରେ ଆସି ମା ଙ୍କ ପୀଠରେ ପହଂଚିବା […]










