ଏମଏନ ହାଇସ୍କୁଲରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ


ପଟ୍ଟାମୁଣ୍ଡାଇ ତା ୪/୧-ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ , ଗାଇଡ଼ ଓ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଜୟ କୁମାର ରାଉତରାୟ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏନ ସି ସି ଶିକ୍ଷକ ସରୋଜ କୁମାର ସ୍ୱାଇଁ, କ୍ରୀଡା ଶିକ୍ଷକ ଶଶାଙ୍କ ଶେଖର ସାହୁ, ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜିକା ଅନିତା ଧଳ, ସ୍କାଉଟ ମାଷ୍ଟର ଅନିଲ ଦାସ, ଗାଇଡ଼ କାପଟେନ ରଶ୍ମିତା ତରାଇଙ୍କ ନେତୃତ୍ୱରେ ୫୦୦ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ଏମ ଏନ ହାଇସ୍କୁଲରୁ ବାହାରି ପଟ୍ଟାମୁଣ୍ଡାଇ ବାଇ ପାସ ପର୍ଯ୍ୟନ୍ତ ଯାଇଥିଲା । ପଟ୍ଟାମୁଣ୍ଡାଇ ବାଇପାସ ରୋଡରେ ସମସ୍ତ ଏନ ସି ସି କାଡେଟ୍ସ , ସ୍କାଉଟ ଓ ଗାଇଡ଼ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଲୋକମାନଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ସଚେତନ କରାଇ ଥିଲେ।ଯେଉଁମାନେ ଗାଡି ଚାଳନା ବେଳେ ହେଲମେଟ ପିନ୍ଧିବା ସହିତ ଓ ସିଟ ବେଲ୍ଟ ଲଗାଇଥିଲେ ସେମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିଥିଲେ । ହେଲମେଟ ବ୍ୟବହାର କରୁନଥିବା ଲୋକ ମାନଙ୍କୁ ଅମୂଲ୍ୟ ଜୀବନ ରକ୍ଷା ପାଇଁ ହେଲମେଟ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ । ବାଇପାସ ରୋଡ ଠାରେ ପ୍ରଧାନଶିକ୍ଷକ ସୁଜୟ ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ପଥପ୍ରାନ୍ତ ସଭାରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି ଗୋପିବଲ୍ଲଭ ନାୟକ, ସଂପାଦକ ଗୋପୀନାଥ ତ୍ରିପାଠୀ, ସ୍କୁଲ ପରିଚାଳନା କମିଟି ର ସଭାପତି ତପନ କୁମାର ଦାସ ଯୋଗ ଦେଇ ସଡ଼କ ଦୁର୍ଘଟଣାର କାରଣ ଓ ଏଥିରୁ ରକ୍ଷା ପାଇବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ବରିଷ୍ଠ ଶିକ୍ଷକ ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଏନ ସି ସି ଶିକ୍ଷକ ସରୋଜ ସ୍ୱାଇଁ ଦୁର୍ଘଟଣାର ଏକ ନୂତନ କାରଣ “ପଥ ସମ୍ମୋହନ ” ସମ୍ପର୍କରେ ଆଲୋକପାତ କରି ଥିଲେ। ସହକାରୀ ଶିକ୍ଷକ ତାପସ କୁମାର ବେହେରା ଦୁର୍ଘଟଣା ରୋକିବା ପାଇଁ ନୂତନ ଟେକ୍ନୋଲୋଜି ପ୍ରୟୋଗ ଉପରେ ନିଜ ମତ ରଖିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣମୟୀ ନାୟକ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଶ୍ରୀମତୀ ଗୋମତି ସ୍ଵାଇଁ, ଜ୍ୟୋତିଲଷ୍ମୀ ବେହେରା, ମାନସୀ ମହାନ୍ତି ଶୈଳବାଳା ଆଚାର୍ଯ୍ୟ, ସନ୍ଧ୍ୟାରାଣୀ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିବାବେଳେ ଗାୟତ୍ରୀ ସାହୁ, ତପସ୍ୱିନୀ ମଲ୍ଲିକ, ଶ୍ରୀକାନ୍ତ ମଲ୍ଲିକ, ସ୍ମିତାପ୍ରଜ୍ଞା ରାଉତ, ବିନୋଦ ବିହାରୀ ନାଥ , ଶିବଶଙ୍କର ବାରିକ, ବ୍ରଜ କିଶୋର ମାଝୀ , ହରିହର ବାରିକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading