ଚାଷୀ ପ୍ରତିନିଧିଙ୍କ ସହ ପ୍ରଶାସନର ଦ୍ୱିପାକ୍ଷିକ ଆଲୋଚନା



କେନ୍ଦ୍ରାପଡ଼ା,୫ା୧: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପ୍ରସ୍ତାବିତ ଇସ୍ପାତ କାରଖାନା ପାଇଁ ପ୍ରଶାସନ ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞାପନ ଜାରି କରିବାପରେ ଜମି ହରାଉଥିବା ଚାଷୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସ୍ରୁଷ୍ଟି ହୋଇଛି। ଏହାକୁ ପ୍ରଶମିତ କରିବା ପାଇଁ ଚାଷୀ ପ୍ରତିନିଧିମାନଙ୍କ ସହିତ ଜିଲ୍ଲା ପ୍ରଶାସନର ଏକ ଦ୍ୱିପାକ୍ଷିକ ଆଲୋଚନା ସଭା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିିତ ହୋଇଯାଇଛି। ପ୍ରଶାସନ ଜମି ଅଧିଗ୍ରହଣ କରିବା ସମୟରେ ବିଭିନ୍ନ କିସମର ଜମିଗୁଡ଼ିକ ପାଇଁ କ୍ଷତିପୂରଣ ଓ ଥଇଥାନ ନୀତି ସାର୍ବଜନୀନ କରିବା ନିମନ୍ତେ ଦାବି କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଓ ଜମି ଅଧିଗ୍ରହଣ ଅଧିକାରୀ ଅଶୋକ କୁମାର ପଣ୍ଡା ଚାଷୀ ପ୍ରତିନିଧିମାନଙ୍କୁ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। କ୍ରୁଷକ ପ୍ରତିନିଧିମାନଙ୍କ ପକ୍ଷରୁ ରମଣୀ ରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ପ୍ରଶାନ୍ତ ଚୌଧୁରୀ, ହରେକୃଷ୍ଣ ମାଝୀ, ଧୀରେନ୍ଦ୍ର ସାହୁ, ଅଜୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading