
ପଟ୍ଟାମୁଣ୍ଡାଇ ତା ୫/୧-ପଟ୍ଟାମୁଣ୍ଡାଇ ଅଂଚଳର ଯୁବସମାଜସେବୀ କଖାରୁଣୀ ଗ୍ରାମର ଉମେଶ ଜେନାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳେକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା । ଦୀର୍ଘ ୧୫ବର୍ଷ ଧରି ଅବିଭକ୍ତ ଖଡିଅଣ୍ଟା ପଂଚାୟତ କଂଗ୍ରେସ ସଭାପତି ଥିଲେ । ପଂଚାୟତର ଉନ୍ନତିରେ ତାଙ୍କର ବଳିଷ୍ଠ ଅବଦାନ ଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକରେ ପରଲୋକ ହୋଇଯାଇଛି । ତାଙ୍କ ମର ଶରୀର କଟକରୁ ପଟ୍ଟାମୁଣ୍ଡାଇରେ ପହଂଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶୋଭାଯାତ୍ରାରେ କଖାରୁଣୀ ଗାଁ କୁ ନେଇଥିଲେ । ତାଙ୍କ ଅକାଳ ବିୟୋଗରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, କଖାରୁଣୀ ସରପଞ୍ଚ ରମେଶ ମଲ୍ଲିକ, ଜିଲ୍ଲା କଂଗ୍ରେସ ଓ ବି ସି ଅଧକ୍ଷ ମଳୟ ଦାସ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି । ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଜ୍ୟେଷ୍ଠ ପୁତ୍ର ସମ୍ବିତ ଜେନା ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।











