ପଟ୍ଟାମୁଣ୍ଡାଇ ୯/୧- ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ପଟ୍ଟାମୁଣ୍ଡାଇ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ତରଫରୁ ଗୁରୁବାର ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।କେନ୍ଦ୍ରାପଡା ଆରଟିଓ ଧିରେନ କୁମାର ନାୟକଙ୍କ ତତ୍ୱାବଧାନରେ ପଟ୍ଟାମୁଣ୍ଡାଇ ଏସଆଇପିଟି ଅଧ୍ୟକ୍ଷ ଲଷ୍ମୀକାନ୍ତ ବିଶ୍ୱାଳଙ୍କ ସଂଯୋଜନାରେ ଏସଆଇପିଟି ଛାତ୍ରୀଛାତ୍ରମାନେ ଚାହାପଡା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ପଟ୍ଟାମୁଣ୍ଡାଇ ଆମ୍ବେଦକର ଛକ ଦେଇ ବଜ଼ାର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଓ ଟ୍ରାଫିକ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଯାଇଛି । ମଦ୍ୟପାନ କରି ଏବଂ ଦ୍ରୁତ ଗତିରେ ଗାଡି ନଚଲାଇବା, ବାଇକ ଚାଳନା ବେଳେ ହେଲମେଟ ପିନ୍ଧିବା, ଚାରି ଚକିଆ ଯାନ ଚଳାଚଳ ବେଳେ ସିଟ ବେଲ୍ଟ ବାନ୍ଧିବା ସହ ସମସ୍ତ ଟ୍ରାଫିକ ନିୟମକୁ ପାଳନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି ।
ଏହି ରାଲିରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ସୁଶାନ୍ତ ସାହୁ ଯୋଗଦେଇ ସଡ଼କ ସୁରକ୍ଷା ଉପରେ ସଚେତନତା ବାର୍ତା ପ୍ରଦାନ କରିଥିଲେ । ସଡ଼କ ସୁରକ୍ଷା ନିୟମ ମାନି ନିଜର ବହୁ ମୂଲ୍ୟ ଜୀବନର ସୁରକ୍ଷା ସହିତ ଅନ୍ୟର ଜୀବନ ବଂଚାଇବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସଡ଼କ ଦୁର୍ଘଟଣା ହାର ସାଙ୍ଗକୁ ଦୁର୍ଘଟଣା ଜନିତ ମୃତ୍ୟୁ ହାରକୁ ସର୍ବନିମ୍ନ ସ୍ତରରେ ନିୟନ୍ତ୍ରଣ ରଖିବାକୁ ସମସ୍ତଙ୍କ ପ୍ରୟାସ ଓ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ଭିନ୍ନ ଭିନ୍ନ ଭେକିଲ ଚାଳକଙ୍କୁ ସଚେତନ କରାଇଥିଲେ । ଜନୁଆରି ୧ ରୁ ୩୧ ପର୍ଯ୍ୟନ୍ତ ଜିଲାର ସବୁ ବ୍ଲକରେ ଯାନ ବାହନଗୁଡିକ କଡ଼ା କଡ଼ି ଚେକିଂ ମଧ୍ୟ କରାଯାଇ ସଚେତନତା ସହିତ ଫାଇନ ଆଦାୟ କରାଯାଉଛି । ଏହି କାର୍ଯ୍ୟକ୍ରମରେ ମୋଟର ଭେଇକିଲ ଇନସିପେକଟର କାଜଲ ପ୍ରଧାନ ସେକସନ ଅଫିସର ଭାରତ ମହାନ୍ତି. ଟ୍ରାଫିକ ଇନସ୍ପେକଟର ରାଜନାରାୟଣ ସ୍ୱାଇଁ ସମେତ ସରକାରୀ ଶିଳ୍ପ ଅନୁଷ୍ଠାନର ଶିକ୍ଷୟତ୍ରୀଶିକ୍ଷକ, କର୍ମଚାରୀ ଓ ଛାତ୍ରୀଛାତ୍ରମାନେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।