ଅଣନିଶ୍ୱାସ ଜୀବନରେ ଜୀବନର ସଂଜ୍ଞା ବୋଧହୁଏ ଲେଖିବାରେ ମିଳିଯାଏ

ଅଣନିଶ୍ୱାସ ଜୀବନରେ ଜୀବନର ସଂଜ୍ଞା ବୋଧହୁଏ ଲେଖିବାରେ ମିଳିଯାଏ

ପୁସ୍ତକମେଳାର ପଞ୍ଚମ ସନ୍ଧ୍ୟା


କେନ୍ଦ୍ରାପଡା,୧୦ା୧: କେନ୍ଦ୍ରାପଡା ସହରସ୍ଥିତ ଟେଲିକମ ଗ୍ରାଉଣ୍ଡ ପରିସରରେ ଦ୍ୱାବିଂଶ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ପଞ୍ଚମ ସନ୍ଧ୍ୟା ଅପରାହ୍ନରେ ନେତାଜୀ ମଡେଲ ସ୍କୁଲ ଆନୁକୂଲ୍ୟରେ ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା ଓ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ସୁବ୍ରତ କୁମାର ଜେନାଙ୍କ ସଂଯୋଜନାରେ ଏହି କୁଇଜ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍କୁଲର ପିଲାମାନେ ଭାଗ ନେଇଥିଲେ । ଉତ୍ତର ଦେଇଥିବା ପ୍ରାୟ ୧୦୦ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ରୁପେ ପୁସ୍ତକ ପ୍ରଦାନ କରାଯାଇଥିଲା । ଏଥି ସହିତ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଟକ ଓ ଗିତିନାଟ୍ୟ ପରିବେଷଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଅଜୟ କୁମାର ପୃଷ୍ଟି ଓ ଏମ୍‌ଡି ଜାହିଦ୍ ଖାନ୍‌ଙ୍କ ନେତୃତ୍ୱରେ ମନୋଜ କୁମାର ମଣ୍ଡଳ ଓ ଶିକ୍ଷୟତ୍ରି ରଶ୍ମିରେଖା ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ । ଆଜିର କାର୍ଯ୍ୟକ୍ରମରେ କେମ୍‌ର ସଦସ୍ୟ ଅଭିମନ୍ୟୁ ରାଉତ, ସ୍ୱପ୍ନାଂଶୁ ଦାସ, ପ୍ରତାପ ସ୍ୱାଇଁ, ଜ୍ୟୋତିରଞ୍ଜନ ନାୟକ, ଶେଷଦେବ ଦାସ, ଅମ୍ରିନ ଶାହାଦତ୍‌, ଗୀତା ସ୍ୱାଇଁ, ଶିବ ଚରଣ ସାମଲ, ଶାନ୍ତନୁ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସନ୍ଧ୍ୟା ୬ଟାରେ କେନ୍ଦ୍ରାପଡାର ମୌସୁମୀ ସାହିତ୍ୟ ଓ ସଂସ୍କୃତ ପରିଷଦ ପକ୍ଷରୁ କବିତାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ ବେଦପାଠ କରିବା ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । କେମ୍‌ର ସଭାପତି ଇଂ ଅକ୍ଷୟ ପାଣି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଡ. ଶ୍ରୀଧର ସାମଲ ସ୍ୱାଗତ ଭାଷଣ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ କବି ସୌଭାଗ୍ୟ ଦାସଙ୍କ କବିତା ପୁସ୍ତକ ‘ବ୍ରହ୍ମ ସ୍ମୃତି’ ଉନ୍ମୋଚିତ ହୋଇଥିଲା । ମୌସୁମୀର ସଭାପତି ପ୍ରଫେସର ନନ୍ଦକିଶୋର ପରିଡାଙ୍କ ସଭାପତିତ୍ୱରେ ଡ. ବାସୁଦେବ ଦାସ, କବୟିତ୍ରୀ ଅନ୍ନପୂର୍ଣ୍ଣା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯେ ସାରସ୍ୱତ ରଚନାରେ ସ୍ରଷ୍ଟାକୁ ସହିଷ୍ଣୁ ହେବାକୁ ପଡିବ ଏବଂ ସାହିତ୍ୟରେ ଦର୍ଶନ ପ୍ରତିଫଳିତ ହେବା ଆବଶ୍ୟକ ବୋଲି ବର୍ଣ୍ଣନା କରିଥିଲେ । କବି ଚାରୁଲତା ଭୂୟାଁ, କବି ସ୍ନିଗ୍ଧା ନାୟକ, କବି ନିକୁଞ୍ଜ ପୃଷ୍ଟି, ଖଗେଶ୍ୱର ମହାନ୍ତି, ଅପର୍ତ୍ତି ସେଠୀ, ଆଦିକନ୍ଦ ରାଉଳ, ରଘୁନାଥ ସାହୁ, ରତ୍ନାକର ମଲ୍ଲିକ, ରଞ୍ଜନ ବାଈ, ଅମର ରାଉତ, ସ୍ୱଣ୍ଣମୟୀ ଷଢଙ୍ଗୀ, ମଧୁସ୍ମିତା ସ୍ୱାଇଁ, ସହଦେବ ଜେନା, ବିଜୟ ସ୍ୱାଇଁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କବି ବୃନ୍ଦାବନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଆମ ଗାଁ ସାହିତ୍ୟ ପରିଷଦ ପକ୍ଷରୁ ସାହିତ୍ୟ ସଭା, କବିତା ଆସର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆମ ଗାଁ ସାହିତ୍ୟ ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବିଶିଷ୍ଟ ସମାଜସେବୀ ପ୍ରଭାସ ଚନ୍ଦ୍ର ଦାସ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ବକାର ଡ. ସର୍ବେଶ୍ୱର ସେଣ, ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପ ପ୍ରମୁଖ ଯୋଗ ଦେଇଥିଲେ । କବି ଶୈଳଜା ଶଂକର ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଥମେ ସହସମ୍ପାଦକ ଅଶୋକ କୁମାର ସାହୁ ପରିଚାଳନାରେ ନୁପୂର ଡ୍ୟାନ୍ସ ଏକାଡେମୀର ମୌସୁମୀ ସ୍ୱାଇଁ, ସାଇ ସମୀକ୍ଷା ଜେନା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ସମ୍ପାଦକ ସ୍ୱପ୍ନାଂଶୁ କୁମାର ଦାସ ସ୍ୱାଗତ ଭାଷଣ, କାର୍ଯ୍ୟକାରୀ ସଭାପତି ଟିଟିକାନ୍ତ ନାୟକ ପାରମ୍ଭିକ ସୂଚନା ପ୍ରଦାନ କରିଥିଲେ । “ମୁଁ କାହିଁକି ଲେଖେ’ ଆଲୋଚନାରେ ଭାଗ ନେଇ ବକ୍ତାମାନେ କହିଥିଲେ ଯେ ଅଣନିଶ୍ୱାସ ଜୀବନରେ ଜୀବନର ସଂଜ୍ଞା ବୋଧହୁଏ ଲେଖିବାରେ ମିଳିଯାଏ । କ୍ଷଣିକ ମୁହୂର୍ତ୍ତ ହେଉ ପଛେ, ଜୀବନର ଅନ୍ତସ୍ୱର ହାତ ପାହାନ୍ତାରେ ଧରାପଡେ । ମେଜର ଭରତ ଚନ୍ଦ୍ର ଜେନାଙ୍କ କବିତା ସଙ୍କଳନ “ଶୋଇଛି ସହର’ ଉନ୍ମୋଚନ ହୋଇଥିଲା । କବି ଇଶ୍ୱର ଚନ୍ଦ୍ର ପୃଷ୍ଟି ଓ ସ୍ୱର୍ଣ୍ଣମୟୀ ଷଡଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି କବିତା ମୁଦୁଲି, ଅଜୟ କୁମାର ପାତ୍ର, ରଞ୍ଜନ କୁମାର ବାଇ, ନାରାୟଣ ପତି, ଶ୍ରୀଧର ମହାନ୍ତି, ଭରତ ଚରଣ ସାହୁ, ଗୋଲାପ ରାଉତ, ପ୍ରଭାତୀ ଧଳ, ସହଦେବ ଜେନା, ଆଦିକନ୍ଦ ରାଉଳ, ଗିରିଜା ଶଙ୍କର ସାମଲ, ମନ୍ମଥ ନାଥ ବରାଳ, ଅମର ପ୍ରସାଦ ରାଉତ, କୈଳାସ ମଲ୍ଲିକ, ଶୁଭାଂଶୁ କୁମାର ଦାସ, ନିକୁଞ୍ଜ ବିହାରୀ ପୃଷ୍ଟି, ପ୍ରଭାସ ଚନ୍ଦ୍ର ଦାସ, ଗଗନ ବିହାରୀ ଜେନା, ରତ୍ନାକର ମଲ୍ଲିକ, ଡ. ଶ୍ରୀଧର ସାମଲ, ପ୍ରେମାନନ୍ଦ ଖଣ୍ଡୁଆଳ, ଯାମିନୀ ଦାସ ପ୍ରମୁଖ ପଚାଶ ଜଣ କବି, କବୟତ୍ରୀ କବିତା ଆବୃତ୍ତି କରିଥିଲେ । ଏଥିରେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନର କର୍ମକର୍ତ୍ତା ଓ ବହୁ ଯୁବକ/ଯୁବତୀମାନେ ଯୋଗ ଦେଇଥିଲେ । ଶେଷରେ ଉପସଭାପତି ସନ୍ତୋଷ ପୋଥାଳ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ପୁସ୍ତକ ମେଳାରେ ପୁସ୍ତକ କିଣିବା ପାଇଁ ପୁସ୍ତକପ୍ରେମୀଙ୍କର ପ୍ରବଳ ଗହଳି ହୋଇଥିଲା । ଆଜିର ପୁସ୍ତକମେଳାରେ ପ୍ରତାପ ସ୍ୱାଇଁ, ବଂଶୀଧର ମହାନ୍ତି, ନୃସିଂହ ତ୍ରିପାଠୀ, ଶାନ୍ତନୁ ମଲ୍ଲିକ, ଧର୍ମଦର୍ଶୀ କର, ଜ୍ୟୋତି ରଞ୍ଜନ ନାୟକ, ଅଭିମନ୍ୟୁ ରାଉତ, ଶିବ ଚରଣ ସାମଲ, ଅମ୍ରିନ୍ ସାହାଦତ୍ ପ୍ରମୁଖ ପରିଚାଳନା କରିଥିଲେ ।