ପଟ୍ଟାମୁଣ୍ଡାଇ ବ୍ଲକ ପିଇଓ ସଂଘ କର୍ମକର୍ତ୍ତା ନିର୍ବାଚନ



ପଟ୍ଟାମୁଣ୍ଡାଇ ତା ୧୦/୧-ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଂଚାୟତରେ କାର୍ଯ୍ୟରତ ପଂଚାୟତ ନିର୍ବାହୀ ଅଧିକାରୀ ( ପି ଇ ଓ )ମାନଙ୍କ ଏକ ବୈଠକ ପ୍ରଭାତ ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ହୋଇଯାଇଛି । ଏଥିରେ ମାଧବ ଦଳାଇ, ସୁରଜ କୁମାର ମହାନ୍ତି, ଶଙ୍କର୍ଷଣ ମାଝୀ, ଦୂର୍ଗା ପ୍ରସାଦ ନାୟକ, ବାହାଦୁର ଟୁଡୁ, ଅଲେଖ ପ୍ରଧାନ, ଜ୍ୟୋତିରଞ୍ଜନ ସାମଲ ପ୍ରଦୀପ କୁମାର ଜେନା, ସୁକୁଲ ମାଝୀ, ଶାରଦା ପ୍ରସନ୍ନ ରାଉତ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।ଏହି ବୈଠକରେ ଚଳିତ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା ସଭାପତି -ଅଶୋକ ଜେନା, ଉପସଭାପତି -ରାଜନନ୍ଦିନୀ ବିଶ୍ୱାଳ,ସମ୍ପାଦକ -ତପନ ପ୍ରଧାନ ସହସମ୍ପାଦକ- ଶୁଭଶ୍ରୀ ନାୟକ ଓ କୋଷାଧକ୍ଷ ଶ୍ରୀଚରଣ ବାରିକ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । ଶେଷରେ ଶ୍ରୀଚରଣ ବାରିକ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading