ପଟ୍ଟାମୁଣ୍ଡାଇ କଲେଜରେ ଜାତୀୟ ଯୁବଦିବସ



ପଟ୍ଟାମୁଣ୍ଡାଇ ତା ୧୨/୧-ପଟ୍ଟାମୁଣ୍ଡାଇ କଲେଜ ୟୁଥ ରେଡକ୍ରସ, ଏନ ଏସ ଏସ, ଏନ ସି ସି ଓ ରେଡ ରିବନ କ୍ଲବ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ୟୁଥ ରେଡକ୍ରସ କାଉନସେଲର ଅଧ୍ୟାପକ ସରୋଜକାନ୍ତ ନାୟକ, ଜାତୀୟ ସେବା ସଂସ୍ଥା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ, ଏନ ସି ସି ଅଧିକାରୀ ଅଧ୍ୟାପିକା ଲେପ୍ଟନାଣ୍ଟ ଆର ଏନ ମଧୁସ୍ମିତା ପରିଡା, ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକ, ସୁଭାଶିଷ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଶେଷରେ ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଆଲୋକ ସାହୁ, ସତ୍ୟବ୍ରତ ବିଶ୍ୱାଳ ଛାତ୍ର ପ୍ରଦୀପ ମହାପାତ୍ର, ସତ୍ୟବ୍ରତ ନାୟକ ଓ ସ୍ୱାତୀ ଶେଖର ନାୟକ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading