ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର



କେନ୍ଦ୍ରାପଡ଼ା,୧୩ା୧: ନିକିରାଇସ୍ଥିତ ବୀର ହନୁମାନଜୀଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ଗଣ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ବାଳିକା ଆମର ସୁରକ୍ଷା ତାଲିମ ଶିବିର ଅନୁଷ୍ଠାନର ବରିଷ୍ଠ ପ୍ରାଧ୍ୟାପକ ଭକ୍ତବନ୍ଧୁ ଓଝାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଳିକା ଆତ୍ମ ସୁରକ୍ଷା କୈାଶଳ ତାଲିମ କାର୍ଯ୍ୟକ୍ରମ ର ସଂଯୋଜିକା ଅଧ୍ୟାପିକା ପ୍ରୀତଲକ୍ଷ୍ମୀ ଜେନା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଲିମଦାତ୍ରୀ ସୁଶ୍ରୀ ଝରଣା ଲେଙ୍କା, ଡ. ପ୍ରମୋଦ ରାଉତ, ପ୍ରଫେସର ଅମ୍ଳାନ କିରଣ ରାଉତ, ଅଧ୍ୟାପକ ଦିଲ୍ଲିପ ସ୍ୱାଇଁ, ରାକେଶ ସାହୁ, ଅଧ୍ୟାପିକା ଅର୍ଚ୍ଚନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟତମ ସହ ସଂଯୋଜିକା ଅଧ୍ୟାପିକା ଶୁଭଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରେ ୧୦୨ଜଣ ଛାତ୍ରୀ ଅଂଶଗ୍ରହଣ କରି ତାଲିମ ଗ୍ରହଣ କରିଥିଲେ। ଡ. ହିମାଂଶୁ ଭୂଷଣ ପରିଡା ସଭା ପରିଚାଳନା କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading