ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୨୮ତମ ବାର୍ଷିକ ଉଦଘାଟନୀ ଉତ୍ସବ



ପଟ୍ଟାମୁଣ୍ଡାଇ ତା ୧୩/୧- ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୨୮ତମ ବାର୍ଷିକ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଶିକ୍ଷାବିତ ପ୍ରମୋଦ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମହାକାଳପଡ଼ା ବିଧାୟକ ଡ଼ ଦୂର୍ଗା ପ୍ରସନ୍ନ ନାୟକ ମୁଖ୍ୟଅତିଥି,ଓଡିଶା ଶିକ୍ଷା ବିକାଶ ସମିତି ଉତ୍ତର ପୂର୍ବ ସମ୍ଭାଗ ସମ୍ପାଦକ ମହେନ୍ଦ୍ର କୁମାର ଘଡେଇ ମୁଖ୍ୟବକ୍ତା,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଳିତ ବେହେରା,ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ପ୍ରସାର ଉପରେ ଗୁରୁତ୍ୱଆରୋପ କରିବା ସହିତ ଶିକ୍ଷାନୁଷ୍ଠାନ ବିକାଶ ପାଇଁ ସରକାରୀ ସ୍ତରରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ।  ଶିଶୁ ମନ୍ଦିର ପରିଚାଳନା କମିଟି ଉପସଭାପତି ସୁଜାତା ମିଶ୍ର, କୋଷାଧକ୍ଷ ଡା ରବି ନାରାୟଣ ଦାଶ ଓ ସସ୍ମିତା ସେଠୀ ମଂଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରଭାତ କିଶୋର ନାୟକ ବାର୍ଷିକ ବିବରଣୀ ପାଠ କରିଥବା ବେଳେ ସମ୍ପାଦକ ଶ୍ରୀଧର ରାଉତ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ ।  ସହସମ୍ପାଦକ ଦେବାଶିଷ ପଣ୍ଡା ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ମୁଖ୍ୟଅତିଥି ବାର୍ଷିକ ମୁଖପାତ୍ର ଶାରଦାସୁମନ ଉନ୍ମୋଚନ କରିବା ସହିତ ଓଡିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିବା ପୂର୍ବତନ ଛାତ୍ର କୁମାରେଶ ସାହୁ ଓ ସୁନୀଲ ସ୍ୱାଇଁଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ ।  ଅନ୍ୟାନ୍ୟ ଅତିଥି ମାନେ ୩୦ଜଣ ବାହାନଚାଳକଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରିଥିଲେ ।  ଶେଷରେ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading