
ପଟ୍ଟାମୁଣ୍ଡାଇ ୧୪ା୧ – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉତିକଣ କେରଡା ଅଂଚଳ ସର୍ବ ପ୍ରଚିନର ଆରାଧ୍ୟ ଦେବତା ପ୍ରଭୁ ଚନ୍ଦ୍ରମୌଳିଙ୍କ ପ୍ରସିଦ୍ଧ ଶୈବପୀଠରେ ହଜାର ହଜାର ଭକ୍ତଙ୍କ ସମାଗମରେ ହିନ୍ଦୁ ରୀତିନୀତିର ଅନନ୍ୟ ମହୋତ୍ସବ ମକର ସକ୍ରାନ୍ତି ଉତ୍ସବ ଓ ମକର ମେଳା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଚନ୍ଦ୍ରମୈାଳିଙ୍କ ମକରଯାତ୍ରା ଉତ୍ସବ ସମଗ୍ର ଅଚଂଳର ଅନନ୍ୟ ଆଧ୍ୟାତ୍ମିକ ଉତ୍ସବ ଭାବରେ ପରିଚିତ । ଏହି ମକର ମେଳା ୫ଦିନ ଧରି ପାଳନ କରାଯିବ । ୧୨ ମାସ ୧୩ ପର୍ବ ମଧ୍ୟରୁ ଶ୍ôୀ ଚନ୍ଦ୍ରମୌଳୀଙ୍କ ମହାଶିବରାତ୍ରୀ, କାର୍ତିକ ପୁର୍ଣ୍ଣିମା ଓ ମକରସଂକ୍ରାନ୍ତି ମହାଆଡମ୍ବରରେ ପାଳନ କରାଯାଏା ମଙ୍ଗଳବାର ମକର ସଂକ୍ରାନ୍ତି ଅବସରରେ ପ୍ରତ୍ୟୁଷରୁ ନିତିକାନ୍ତି ଆରମ୍ଭ ହୋଇଥିଲା । ପ୍ରଭୁ ଚନ୍ଦ୍ରମୈାଳିଙ୍କ ମହାସ୍ନାନ ପରେ ସକାଳଧୁପ, ମଧ୍ୟନ୍ନ ଧୂପ ପରେ ପହୁଡି ପଡିଥିଲା । ଅପରାହ୍ନ ୨ରେ ମକର ନିତିକାନ୍ତି ବଡପଣ୍ଡା ମାନେ ଆରମ୍ଭ କରି ଗର୍ଭଗୃହରୁ ଶ୍ରୀଶ୍ରୀ ଚନ୍ଦ୍ରମୈାଳି ମହାଦେବ , ମା ପାର୍ବତୀଙ୍କ ସ୍ୱର୍ଣ୍ଣିମ ପ୍ରତିମାକୁ ଅଣାଯାଇ ପୁଷ୍ପକ ବିମାନରେ ସ୍ଥାପନ କରାଯାଇଥିଲା । ସେବାୟତ ମାନେ ସୁସଜି ପାଲିକିରେ କାନ୍ଧର ବୁହାଇ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ନାମ ସଂକୀର୍ତନ ସହ ମହାପ୍ରଭୁଙ୍କୁ ୭ଥର ବେଢା ପରିକ୍ରମା କରାଯାଇଥିଲେ । ଏହି ବେଢା ପରିକ୍ରମାରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକଅଧ୍ୟକ୍ଷ ପଦ୍ୟୁମ୍ନ ସାମନ୍ତରାୟ, ଜିଲ୍ଲାପରିଷଦ ସଦସ୍ୟ ରଞନ ବିଶ୍ୱାଳ, ଚନ୍ଦ୍ରମୈାଳି ମନ୍ଦିର ଟ୍ରଷ୍ଟ ସଭାପତି ପୂର୍ଣ୍ଣ ଚନ୍ଦ୍ର ସିଂ, ଉତିକଣ ଚାଷୀମୂଲିଆ ସଂଘ ଆବାହକ ଭାସ୍କର ରାଉତରାୟ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ପ୍ରଭୁଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ । ବିଭିନ୍ନ ଅଂଚଳର ସଂକୀ³ର୍ନ ଦଳ ସହିତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ହରିବୋଲ ହୂଳାହୁଳି ଧ୍ୱନୀରେ ଏକ ଆଧ୍ୟତ୍ମିକ ପରିବେଶ ସୃଷ୍ଟି କରିଥିଲା । ମନ୍ଦିରର ବଡପଣ୍ଡା କୁଳମଣୀ ପଣ୍ଡା, ପ୍ରଦୀପ ପଣ୍ଡା, ନିତ୍ୟାନନ୍ଦ ପଣ୍ଡା ମନ୍ଦିର ଉପରେ ନୂର୍ତନ ମକର ଧୋଜାକୁ ସ୍ଥାପନ କରିଥିଲେ । ଏହି ମକର ପର୍ବରେ ମାନସିକ ବ୍ରତ କରିଥିବା ଶ୍ରଦ୍ଧାଳୁ ମାନେ ଭୋଗ ନୈବେଦ୍ୟ ଅର୍ପଣ କରି ନିଜର ଶୁଭ ମନାସିଥିଲେ । ଚନ୍ଦ୍ରମଉଳୀ ପୀଠ ଆଖପାଖ ଅଂଂଚଳର ପ୍ରାୟ ୨୦ହଜାର ଶ୍ରଦ୍ଧାଳୁ ଚନ୍ଦ୍ରମଉଳୀଙ୍କ ଦର୍ଶନ କରିଥିଲେ । ଏଠିକାର ଲୋକକଥା ଅୁଶାରେ କଲିକତା ବଦ୍ଧମାନର ରାଜା ପ୍ରତାପ ସିଂଙ୍କ ସମୟରେ ଏକ ଅଲୋକିତ ଘଟଣାକୁ ଆଧାର କରି ଶ୍ରୀଶ୍ରୀ ଚନ୍ଦ୍ରମୌଳୀ ମହାଦେବ ଆବ୍ରୀଭାବ ହୋଇଥିଲା । ରାଜାଙ୍କ ସ୍ୱପ୍ନାଦେଶକୁ ଆଧାରକରି ସେହି ସ୍ଥ୍ଥାନ ଖନନ ସମୟରେ ଲୌହ ଖଣନ୍ତି ଆଘାତରେ ଲିଙ୍ଗ ଉପରି ଭାଗ ଖଣ୍ଡିଆ ହୋଇଥିଲା । ସେଠାରୁ ନିର୍ଗତ ଜଳ ମହମହ ଚନ୍ଦନ ବାସ୍ନା ହେଉଥିବାରୁ ସେବାଠାରୁ ଠାକୁରଙ୍କ ନାମ ଚନ୍ଦ୍ରମୌଳୀ ରଖାଯାଇଛି । ଆଜି ଏହି ମକର ମେଳାରେ ମନ୍ଦିର ଆଗରେ ବିଭିନ୍ନ ବ୍ୟବସାୟୀ ସେମାନଙ୍କ ପସରା ମେଲାଇ ବସିଥିବା ବେଳେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଯାତ୍ରୀ ମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶାନ୍ତିଶୁଙ୍ଖଳା ରକ୍ଷା ନିମନ୍ତେ ଗ୍ରାମାଂଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନଙ୍କ ତତ୍ୱାବଧାନରେ ପୋଲିସ୍ ମୃତୟନ କରାଯାଇଥିଲା ।











