ସଂକ୍ରାନ୍ତି ପୁରୁଷ ଫକୀରମୋହନ ଓଡିଆ ଜାତିର ଅସ୍ମିତା



କେନ୍ଦ୍ରାପଡା,୧୪ା୧: ଆଜି କେନ୍ଦ୍ରାପଡାର ନବଗଠିତ ସଂସ୍ଥା “କେନ୍ଦ୍ରାପଡା ଜିଲ୍ଲା ନାଟ୍ୟକଳା ସାହିତ୍ୟ ପରିଷଦ” ଦ୍ୱାରା ଉତ୍କଳୀୟ ସାହିତ୍ୟର ଉତ୍କଳ ସାହିତ୍ୟ ସ୍ରଷ୍ଟା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠାନର ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ସ୍ଥାନୀୟ ଚଣ୍ଡିଆ ପ୍ୟାଲେସ୍‌ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସ୍ମୃତିସଭାରେ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ବରିଷ୍ଠ କବି କରୁଣାକର ଦାସ, ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ତଥା ପ୍ରାକ୍ତନ ଅଧ୍ୟକ୍ଷ ସର୍ବେଶ୍ୱର ସେଣ, ସମ୍ମାନିତ ଅତିଥି ଭାବେ ନାଟ୍ୟକାର ତଥା ଆମ ଗାଁ ସାହିତ୍ୟ ପରିଷଦର ସଭାପତି ସଞ୍ଜୟ କୁମାର ମଲ୍ଲିକ, ଅନ୍ୟତମ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟର ସଭାପତି ଅଜୟ କୁମାର ସାମଲ ଯୋଗଦେଇ ବ୍ୟାସକବି ଜଣେ ସଂକ୍ରାନ୍ତି ପୁରୁଷ ଓ ଫକୀର ମୋହନର ଓଡିଆ ଜାତିର ଅସ୍ମିତା ଓ ଉତ୍କଳୀୟ ସାହିତ୍ୟରେ ବ୍ୟାସକବିଙ୍କ ଅବଦାନ ଅବିସ୍ମରଣୀୟ ବୋଲି ନିଜର ବକ୍ତବ୍ୟରେ କହିଥିଲେ । ଆମ ଗାଁ ସାହିତ୍ୟ ପରିଷଦର ସହ ସମ୍ପାଦକ ଅଶୋକ କୁମାର ସାହୁଙ୍କ ଦ୍ୱାରା ସମ୍ମାନିତ ଅତିଥିମାନଙ୍କୁ ଆମନ୍ତ୍ରିତ କରାଯିବା ପରେ କେନ୍ଦ୍ରାପଡାର ଶ୍ରୀ ରାଧା ନୃତ୍ୟ ସଦନ କଳାକାରମାନଙ୍କ ଦ୍ୱାରା ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଶିକ୍ଷାବିତ୍ କବି ଈଶ୍ୱର ଚନ୍ଦ୍ର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପ ସଭାପତି ରତ୍ନାକର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କଣ୍ଠଶିଳ୍ପୀ ସୌଭାଗିନୀ ମହାପାତ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଯୁବ କଳାକାର ତଥା ଅନୁଷ୍ଠାନର ସମ୍ପାଦକ ବଳରାମ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ନିରାକାର ପ୍ରଧାନ, ଶିକ୍ଷକନେତା ତଥା ରାଜ୍ୟ ଶିକ୍ଷକ ସଂଘର ନେତା ପ୍ରଣବ କୁମାର ଜେନା, ଶ୍ରୀଧର ଭୋଳ, ସୁଶୀଲ କୁମାର ସୂତାର, ସନ୍ତୋଷ କୁମାର ପୋଥାଳ, ଇନ୍ଦ୍ରମଣୀ ପଣ୍ଡା ପ୍ରମୁଖ ବ୍ୟାସକବିଙ୍କ ସାହିତ୍ୟ କୃତିର ସଫଳତା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଗନ ବିହାରୀ ସିଂହ, ଚିତ୍ରଗୁରୁ ରଞ୍ଜନ କୁମାର ସାହୁ, ଦୀପକ ସାହୁ, କବୟିତ୍ରୀ କବିତା ମୁଦୁଲି, ଅଜୟ କୁମାର, ଅଶୋକ କୁମାର ସାହୁ, କାର୍ତ୍ତିକ ଚନ୍ଦ୍ର ପତି, କୃଷ୍ଣଚନ୍ଦ୍ର ପଲାଇ, ପ୍ରତ୍ୟୁଷ କୁମାର ସାହୁ, ପ୍ରମୋଦ କୁମାର ମହାନ୍ତି ସହଯୋଗ କରିଥିଲେ । ଶେଷରେ ବିଧୁଭୂଷଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading