ଭାରତ ସ୍ୱାଧୀନତା ପାଇବାରେ ନେତାଜୀଙ୍କ ବଳିଷ୍ଠ ଅବଦାନ ପରାକ୍ରମ ରହିଛି , ପରାକ୍ରମ ଦିବସ ଭାବେ ଚିତ ବିନୋଦନରେ ପ୍ରତିବର୍ଷ ପାଳନହେବ



ପଟ୍ଟାମୁଣ୍ଡାଇ ୨୩/ ୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଚିତ ବିନୋଦନ ଗୃହ ପରିସରରେ ନେତାଜୀ ଶୁଭାସ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ ମହା ସମାରୋହରେ ପାଳତ ହୋଇଯାଇଛି । ମଂଚ ବରିଷ୍ଠ ସଭ୍ୟ ଚତୃର୍ଭୁଜ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଧୂପଦୀପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯଇଥିଲା । ଉକ୍ତ ଉସ୍ତବରେ ଶିକ୍ଷାବିତ କଣ୍ଡୁରୀ ଚରଣ ସ୍ୱାଇଁ କହିଥିଲେ ଯେ ପ୍ରତିବର୍ଷ ୨୩ ଜାନୁଆରୀରେ ସ୍ୱାଧୀନତା ସଂଗ୍ରାମୀ ତଥା ବୈପ୍ଳବିକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଏ । ନେତାଜୀଙ୍କ ପୁରା ଜୀବନ ସାହସ ଏବଂ ପରାକ୍ରମର କାହାଣୀ ଅଟେ । ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରିବା ପାଇଁ ସେ ଏପରି ସ୍ଲୋଗାନ ଦେଇଥିଲେ ଯାହା ପ୍ରତ୍ୟକ ଭାରତୀୟଙ୍କ ହୃଦୟରେ ସ୍ୱାଧୀନତା ପାଇଁ ଜଲୁଥିବା ନିଆଁରେ ଘିଅ ଢାଳିବାର କାମ କରିଥିଲା । ତେଣୁ ପ୍ରତିବର୍ଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀକୁ ପରାକ୍ରମ ଦିବସ ଭାବରେ ଏହି ଚିତ ବିନୋଦନ ଗୃହରେ ଆମେ ପାଳନ କରିବା ବୋଲି ମତ ପ୍ରକାଶ କରିଥିଲେ । ତାଙ୍କ ପରାକ୍ରମ ବିଷୟକୁ ନେଇ ବିନୋଦନ ଗୃହରେ ଆଲୋଚନା ପତ୍ୟଲୋଚନା କୁନେଇ ଶିକ୍ଷବିତ ସ୍ୱାଇଁ ନେତାଜୀଙ୍କ ‘ଆଜାଦ୍ ହିନ୍ଦ୍ ଫୌଜ୍‌’ ବିଷୟରେ ଆଲୋଚନା କରି କହିଥିଲେ ଯେ , ୧୯୪୨ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତକୁ ଇଂରେଜମାନଙ୍କ କବଳରୁ ସ୍ୱତନ୍ତ୍ର କରିବା ପାଇଁ ରାସବିହାରୀ ବୋଷ ଜାପନର ସହାୟତାରେ ବନ୍ଦି ହୋଇଥିବା ଭାରତୀୟ ସୈନ୍ୟଙ୍କୁ ନେଇ ‘ଆଜାଦ୍ ହିନ୍ଦ୍ ଫୌଜ୍‌’ ବା ଇଣ୍ଡିଆନ ନ୍ୟାସନାଲ ଆର୍ମି ଗଠନ କରାଇଥିଲେ । ଏହା ପରେ ବର୍ମା ଏବଂ ମଲାୟାରେ ଥିବା ଭାରତୀୟ ସ୍ୱୟଂସେବକଙ୍କୁ ଦଳରେ ଭର୍ତି କରାଯାଇ ଏକ ମଜବୁତ ସେନା ପ୍ରସ୍ତୁତ କରାଯାଇଥିଲା। ସଂଗଠନକୁ ମଜବୁତ କରିବାର ଏକ ବର୍ଷ ପରେ ୧୯୪୩ ରେ ଆଜାଦ୍ ହିନ୍ଦ୍ ଫୌଜର ସମସ୍ତ ଦାୟିତ୍ୱ ସୁଭାଷ ବୋଷଙ୍କୁ ଦେଇଥିଲେ। ସେନାର ସୁପ୍ରିମ କମାଣ୍ଡର ଭାବେ ଦାୟିତ୍ୱ ଗହଣ କରିବା ପରେ ନେତାଜୀ ଜାପାନୀ ସେନା ସହିତ ମିଶି ‘ଆଜାଦ୍ ହିନ୍ଦ୍ ଫୌଜ୍‌’ ବ୍ରିଟିଶ ଓ କମନୱେଲ୍‌ଥ ସେନାଠାରୁ ବର୍ମା ସହିତ ଇମ୍ଫାଲ ଓ କୋହିମା ଅଧିକାର କରିଥିଲା। ୨୧ ଅକ୍ଟୋବର ୧୯୪୩ରେ ସୁବାସ ବୋଷ ‘ଆଜାଦ୍ ହିନ୍ଦ୍ ଫୌଜ୍‌’ର ସର୍ବୋଚ୍ଚ ସେନାପତି ଭାବେ ସ୍ୱତନ୍ତ୍ର ଭାରତର ଅସ୍ଥାୟୀ ସରକାର ଗଠନ କରିଥିଲେ। ଯାହାକୁ ଜର୍ମାନୀ, ଜାପାନ, ଫିଲିପାଇନ୍ସ, କୋରିଆ, ଚୀନ, ଇଟାଲି, ଆୟରଲ୍ୟାଣ୍ଡ ଭଳି ୯ଟି ଆନ୍ତରାଷ୍ଟ୍ରୀୟ ଦେଶର ମାନ୍ୟତା ମିଳିଥିଲା। ଏହା ପରେ ଜାପାନ ନିଜ ଅଧିନରେ ଥିବା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ଆଜାଦ୍ ହିନ୍ଦ୍ ସରକାରକୁ ପ୍ରଦାନ କରିଥିଲା। ଏହି ସରକାର ଆଣ୍ଡାମାନକୁ ସହିଦ୍ ଓ ନିକୋବରକୁ ସ୍ୱରାଜ ଦ୍ୱୀପ ନାମିତ କରି ୩୦ ଡିସେମ୍ବର ୧୯୪୩ରେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଭାରତର ପତାକା ଉତୋଳନ କରିଥିଲେ। “ଆମ ମାତୃଭୂମି ସ୍ୱାଧୀନ ହେବାକୁ ଚାହୁଁଛି। ତୁମେ ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନ ଦେବି” ସୁଭାଷ ବୋଷଙ୍କ ଏହି କଥାରେ ଅନୁପ୍ରାଣିତ ହୋଇ କୋଟି କୋଟି ସ୍ୱାଧୀନତା ସଂଗ୍ରମୀ ଭାରତର ସ୍ୱାଧୀନତା ଲଢ଼େଇରେ ନିଜକୁ ଝାସ ଦେଇଥିଲେ। ଆଜାଦ୍ ହିନ୍ଦ୍ ଫୌଜର ଅଦମ୍ୟ ସାହାସ ନେତାଜୀଙ୍କ ପରାକ୍ରମ ଆଗରେ ଇଂରେଜ ସରକାର ହାର ମାନିବାକୁ ବସିଥିଲେ। ହେଲେ ଦୂର୍ଭାଗ୍ୟବସତ ତେତାଜୀଙ୍କୁ ଟୋକିଓକୁ ଫେରିଯିବାକୁ ପଡ଼ିଲା। ତେବେ କୁହାଯାଉଛି ଯେ, ଟୋକିଓ ଯିବା ବାଟରେ ଏକ ବିମାନ ଦୁର୍ଘଟଣାରେ ନେତାଜୀ ସୁଭାଷ ବୋଷଙ୍କ ମୃତ୍ୟୁ ହୋଇଛି। ଯଦିଓ ଆଜାଦ ହିନ୍ଦ ଫୌଜର ଅଭିଯାନ ସଫଳ ହୋଇପାରିନଥିଲା, ହେଲେ ଭାରତ ସ୍ୱାଧୀନତା ପାଇବାରେ ଫୌଜର ସୈନ୍ୟମାନଙ୍କ ତଥା ନେତାଜୀଙ୍କ ବଳିଷ୍ଠ ଅବଦାନ ପରାକ୍ରମ ରହିଛି। ଏହି ସଭରେ ବରିଷ୍ଠ ସଭ୍ୟ ବିଜୟ କୁମାର ସାହୁ, ବିଜୟ କୁମାର ରାଉତ, ପ୍ରଦୀପ୍ତ କୁମାର ରଥ, କୈଳାସ ଚନ୍ଦ୍ର ପାତ୍ର, ଇଂ ଗୁଣଧର ସାମଲ, ଇଂ ତପନ କୁମାର ପାତ୍ର ସମେତ ବହୁ ସଭ୍ୟ ଯୋଗ ଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading