
କେନ୍ଦ୍ରାପଡା,୨୫ା୧: ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୬ତମ ବାର୍ଷିକ ଉତ୍ସବ ଅବସରରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ, କବି ପୂଜନ ପର୍ବ, ଆଲୋଚନା ଚକ୍ର, ଆନୁଷ୍ଠାନିକ ସମ୍ବର୍ଦ୍ଧନା ଏବଂ ପୁସ୍ତକ ଲୋକାର୍ପଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନ ଉଦ୍ଘାଟନୀ ଉତ୍ସବ କବି ଭକ୍ତଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ପ୍ରାବନ୍ଧିକ ତଥା ବିଧାନସଭା ସଚିବ ଦାଶରଥି ଶତପଥୀ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପ୍ରଫେସର ଡ. ହରିହର କାନୁନଗୋ ଆନୁଷ୍ଠାନିକ ଭାବେ ଉତ୍ସବ ଉଦ୍ଘାଟନ କରି ଭାରତୀୟ ସାହିତ୍ୟରେ ମାନବିକତାର ସ୍ୱର ଏକ ଦୃଷ୍ଟିପାତ ସମ୍ପର୍କରେ ଆଲୋକପାତ କରିଥିଲେ। ବିଶିଷ୍ଟ ସାହିତ୍ୟକାର ଡ. ସଂଗ୍ରାମ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କବି ନିରାକାର ଦାସ, ସମାଜସେବୀ ପ୍ରଫେସର ଡ. ଅଜୟ କୁମାର ରାଉତ, ସାମ୍ବାଦିକ ସଚ୍ଚିକାନ୍ତ ନାଥ, ନାଟ୍ୟକାର ଡ. ରମାକାନ୍ତ ନାୟକ, ବ୍ୟାସକବି ସାହିତ୍ୟ ସଂସଦ ସଭାପତି କବି ବିପିନ ବିହାରୀ ବାରିକ, ଭାଷ୍ୟକାର ଅନାଦି ଚରଣ ମାହାଳି, ଶାରଳା ସାହିତ୍ୟ ସଂସଦ ସଭାପତି ଇଂ ଭରତ ଚରଣ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାଷା ସାହିତ୍ୟ ବିକାଶରେ ରାଜଶ୍ରୀର ନାନାବିଧ କାର୍ଯ୍ୟକ୍ରମ ଉପରେ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କବି ସମ୍ମିଳନୀରେ ଲଳିତ କବି ଚାରୁଲତା ଭୂୟାଁ, କବି ରଶ୍ମିତା ନାୟକ, କବି ଶୋଭାମୟୀ ପତ୍ରୀ ଏବଂ କବି ଅଶୋକ କୁମାର ସାହୁ କବିତା ପାଠ କରିଥିଲେ। ସର୍ବଶ୍ରୀ ସୁରେଶ ଚନ୍ଦ୍ର ରଥ, ବ୍ରଜସୁନ୍ଦର ସାହୁ, ବ୍ୟଙ୍ଗକବି ଅପର୍ତ୍ତିଚରଣ ସେଠୀ, ସୁଜିତ କୁମାର ପଣ୍ଡା, ଡ. ପ୍ରଦୀପ କୁମାର ପଣ୍ଡା, ମୋନାଲିସା ସିଂହ, ଲକ୍ଷ୍ମୀ ଆମ୍ମା, ପରମାନନ୍ଦ ସ୍ୱାଇଁ, ଗୀତାଞ୍ଜଳି ମିଶ୍ର, ରଞ୍ଜନ କୁମାର ଦଳାଇ, ପୂର୍ଣ୍ଣଚନ୍ଦ୍ର ମେହେର, ସୁସ୍ମିତା ମିଶ୍ର, ବିଷ୍ଣୁ ପ୍ରସାଦ ତ୍ରିପାଠୀ, ଦିଲ୍ଲୀପ କୁମାର ନନ୍ଦୀ, ଅଜୟ କୁମାର ପାତ୍ର, ପ୍ରଜ୍ଞାଲୀନା ସାହୁ, ସୁପ୍ରିୟା ସାହୁ, ଲତା ବେହେରା, କବିତା ଦାସ, ନିରୂପମା ମିଶ୍ର, ଶକୁନ୍ତଳା ଓଝା, ଜିତେନ୍ଦ୍ର କୁମାର ମହାନ୍ତି, ତରୁଣ କୁମାର ମିଶ୍ର, ପ୍ରଫୁଲ୍ଲ କୁମାର ହୋତା, ରାଜକିଶୋର ମୁଣ୍ଡି, ବନଲକ୍ଷ୍ମୀ ମହାନ୍ତି ସମେତ ଶହେରୁ ଊର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ। ରାଜଶ୍ରୀର ହାର୍ଦ୍ଦିକ ସଂଭାବନ ମଧ୍ୟରେ ସମସ୍ତ କବିଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସଂସଦର ସଭାପତି ତଥା ବିଶିଷ୍ଟ ପରିବେଶବିତ୍ କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ୱତ ସମାବେଶର ଦ୍ୱିତୀୟ ଅଧିବେଶନରେ ବରିଷ୍ଠ ସାହିତ୍ୟିକ ତଥା ରାଜନୈତିକ ବିଶ୍ଳେଷକ ଶ୍ରୀରାମ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଚୀନ ସାହିତ୍ୟ ଏବଂ ବର୍ତ୍ତମାନର ସାହିତ୍ୟ ଉପରେ ଏକ ତୁଳନାତ୍ମକ ସନ୍ଦର୍ଭ ରେଖାପାତ କରିଥିଲେ। ରାଜଶ୍ରୀର ମାର୍ଗଦର୍ଶକ ବହୁଭଷୀ କବି ସଞ୍ଜୟ କୁମାର ରଥ ମୁଖ୍ୟବକ୍ତା, ବିଶିଷ୍ଟ ଅତିଥି ଖଣ୍ଡପଡା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ, ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, କବି ମଞ୍ଜୁଳ ମଞ୍ଜୁଶ୍ରୀ ବରାଳ ପ୍ରମୁଖ ଯୋଗଦେଇ ସଂସଦର ମୁଖପତ୍ର “ରାଜଶ୍ରୀ” ଓ “ରାଜଶ୍ରୀ ଓଡ଼ିଆ କ୍ୟାଲେଣ୍ଡର” ସହିତ କବିମଞ୍ଜୁଳ ମଞ୍ଜୁଶ୍ରୀ ବରାଳଙ୍କ “ସ୍ରୋତସ୍ୱିନୀ”, ପ୍ରଜ୍ଞାଶ୍ରୀ ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ “ଜିଦି ଧରିଛି ଏ ଜିଦିଆ ଟୋକା” ନାଟ୍ୟକାର ଡ. ରମାକାନ୍ତ ନାୟକଙ୍କ “ଏବଂ ଇନ୍ଦ୍ରଦ୍ୟୁମ୍ନ” ଏବଂ କବି ରଶ୍ମିତା ନାୟକଙ୍କ “ପାକ ପ୍ରସ୍ତୁତି” କବିତା ସଂକଳନ ଲୋକାର୍ପିତ କରିଥିଲେ। ଇତ୍ୟବସରରେ ସଂସଦ ତରଫରୁ କବି ପ୍ରମୋଦ କୁମାର ତ୍ରିପାଠୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିବା ବେଳେ ଆଧ୍ୟାତ୍ମ୍ୟ ଅଧିବକ୍ତା ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ନାଟ୍ୟକାର ବିଜୟ କୁମାର ଦାସ, କଥାକାର ଡ. ବିରଜା ରାଉତରାୟ , ସଂଗୀତଜ୍ଞ ତପନ କୁମାର ପାଢୀ, କବି ପ୍ରେମଲତା ଗିରି, କବି ସନ୍ନିଭା ମିଶ୍ର ଦାସ, ଶିକ୍ଷକ ବଙ୍କିମ ବିହାରୀ ମହାନ୍ତିଙ୍କ ସମେତ କେନ୍ଦ୍ରାପଡାର ମୌସୁମୀ ସାହିତ୍ୟ ସଂସଦକୁ ସଂସଦ ତରଫରୁ ଆନୁଷ୍ଠାନିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଉଭୟ ଅଧିବେଶନରେ କବି ପ୍ରମୋଦ କୁମାର ତ୍ରିପାଠୀ ବେଦପାଠ, ସମ୍ପାଦକ ହେମନ୍ତ ଜେନା ଅତିଥି ପରିଚୟ, ଉପସଭାପତି ମଞ୍ଜୁଶ୍ରୀ ବରାଳ ସ୍ୱାଗତ ଭାଷଣ, କବି ନିରୂପମା ମିଶ୍ର ସ୍ୱାଗତ ସଂଗୀତ ପରିବେଷଣ କରିଥିବାବେଳେ ସହସମ୍ପାଦକ ବ୍ୟଙ୍ଗକବି ଅପର୍ତ୍ତିଚରଣ ସେଠୀ ଏବଂ ଡ. ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପରିଚାଳନା ସମ୍ପାଦିକା କନକଲତା ଭଞ୍ଜ, ସୁଜିତ କୁମାର ପଣ୍ଡା, ବ୍ରଜସୁନ୍ଦର ସାହୁ, କବି ବୀଣାପାଣି ଚୌଧୁରୀ, ଯୁଗ୍ମ ସମ୍ପାଦିକା ସୁଶ୍ରୀ ସୁପ୍ରିୟା ସାହୁ ଏବଂ ସମାଜସେବୀ ପ୍ରେମାନନ୍ଦ ହରିଚନ୍ଦନ ଆଦି ଉତ୍ସବ ପରିଚାଳନା କରିଥିଲେ।










