ନାବାଳିକାକୁ ଅପହରଣ, ବଳାତ୍କାର ମାମଲା. ଆସାମୀକୁ ଜେଲ ଦଣ୍ଡ , ପୀଡ଼ିତାକୁ ୭ ଲକ୍ଷ କ୍ଷତିପୂରଣ



କେନ୍ଦ୍ରାପଡ଼ା,୩୧ା୧: କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ପ୍ରଜ୍ଞା ପରମିତା ରାଉଳ ଜଣେ ନାବାଳିକା ବଳାତ୍କାର ମାମଲାର ବିଚାର କରି ଆସାମୀ କିରଣ ଦାସକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ଆସାମୀକୁ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ମଧ୍ୟ ଦଣ୍ଡିତ କରିବା ପାଇଁ ବିଚାରପତି ତାଙ୍କ ରାୟରେ ଦର୍ଶାଇଛନ୍ତି। ଜରିମାନା ଅନାଦେୟ ଆସାମୀ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଆମାସୀ କିରନର ଘର କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ଥାନା ଅନ୍ତର୍ଗତ ଠାକୁରପାଟଣା ଗ୍ରାମରେ। କିନ୍ତୁ ଅଭିଯୁକ୍ତ ୨୦୨୧ ମସିହା ଏପ୍ରିଲ ୧୦ ତାରିଖ ଭୋର ସମୟରେ ପଟ୍ଟାମୁଣ୍ଡାଇ ଥାନା ଅଂଚଳର ଜଣେ ନାବାଳିକା ଶୌଚ ହେବାକୁ ଯାଉଥିବା ବେଳେ ତାଙ୍କୁ ଅପହରଣ କରି ନେଇ ବଳାତ୍କାର କରିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ୨୦୨୧ ଏପ୍ରିଲମାସ ୧୨ ତାରିଖରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରାଯାଇଥିଲା। ସେହି ଅଭିଯୋଗକୁ ଭିତିକରି ପୋଲିସ ୨୧୮/୨୦୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କିରନକୁ ଗିରଫ କରିଥିଲା। ପୋଲିସ ୨୦୨୧ ଜୁନମାସ ୧୮ ତାରିଖରେ ଅଭିଯୁକ୍ତ କିରନ ବିରୋଧରେ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିବା ପରେ ମାମଲାର ବିଚାର ଆରମ୍ଭ ହୋଇଥିଲା। ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତିିକରି ଜଜ୍ ଆସାମୀ କିରନ ଦାସକୁ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ ପୀଡ଼ିତାକୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Next Post

କେନ୍ଦ୍ରାପଡା ପଞ୍ଚାୟତ ସମିତି ବୈଠକ , ଉନ୍ନୟନ କାର୍ଯ୍ୟକୁ ନେଇ ତୁମ୍ଭି ତୋଫାନ

Fri Jan 31 , 2025
କେନ୍ଦ୍ରାପଡ଼ା,୩୧ା୧: କେନ୍ଦ୍ରାପଡା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ସମିତିର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ରଶ୍ମିତା ସେଠୀଙ୍କ ପୈାରହିତ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ କୈାଣସି ସୂଚନା ନ ମିଳିବାରୁ ବୈଠକରେ କେତେକ ସଦସ୍ୟ ତୁମ୍ଭି ତୋଫାନ କରିଥିଲୋ । ବିଜେପି ସମର୍ଥକ ସରପଞ୍ଚଓ ସମିତିସଭ୍ୟମାନେ ଏହି ଘଟଣାକୁ ନେଇ ହୋହାଲ୍ଲା କରିଥିବା ବେଳେ ଅଣଜନ ପ୍ରତିନିଧି ପଞ୍ଚାୟତ ସମିତି କାର୍ଯ୍ୟରେ ହସ୍ତକ୍ଷେପ […]

KANIKA