କେନ୍ଦ୍ରାପଡା,୩୧ା୧: କେନ୍ଦ୍ରାପଡା ଜିଲ୍ଲା ସଡକ ସୁରକ୍ଷା ସମିତି ପକ୍ଷରୁ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଉପଲକ୍ଷେ ଜାନୁଆରୀ ୧ ତାରିଖଠାରୁ ଆରମ୍ଭ କରାଯାଇଥିବା ସଚେତନତା କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବ କେନ୍ଦ୍ରାପଡା ମୁନିସିପାଲଟି ଟାଉନ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ପ୍ରଫେସର ତପନ କୁମାର ପତି ଯୋଗ ଦେଇଥିଲେ । ଜିଲ୍ଲା ସଡକ ସୁରକ୍ଷା ସମିତି ପକ୍ଷରୁ ଏକମାସ ଧରି ଏକ ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକରେ ସଚେତନତା ବାର୍ତ୍ତା ବାଣ୍ଟିଥିଲା । ଜିଲ୍ଲା ପରିବହନ ବିଭାଗ ଦ୍ୱାରା ଜାତୀୟ ରାଜପଥ ଓ ଅନ୍ୟାନ୍ୟ ସ୍ଥାନରେ ଯାନଚାଳକମାନଙ୍କୁ ସଡକ ସୁରକ୍ଷା ନିୟମ ସମ୍ପର୍କରେ ସଚେତନ କରିବା ସହ ଗାଡିଗୁଡିକୁ ମଧ୍ୟ ନିୟମାନୁଯାୟୀ ଯାଞ୍ଚ କରାଯାଇଥିଲା । ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ସଚେତନ କରିବା ସହ ୧୮ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀମାନେ ଗାଡି ନ ଚଳାଇବା, ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ନ ଚଳାଇବା, ଗାଡି ଚଳାଇବା ବେଳେ ହେଲ୍ମେଟ୍ ପରିଧାନ କରିବା ଓ ଗାଡି ଚଳାଇବା ବେଳେ ମୋବାଇଲ୍ରେ ଜଥା ନ ହେବା ଆଦି ବିଷୟରେ ସଚେତନ କରାଯାଇଥିଲା । ‘ସଡକ ସୁରକ୍ଷା ପରିବାର ରକ୍ଷା’ ବିଷୟକୁ ସମସ୍ତେ ଧ୍ୟାନ ଦେବା ସହ ସଡକ ସୁରକ୍ଷାର ସମସ୍ତ ନିୟମକୁ ସମସ୍ତେ ମାନିବା ଉଚିତ୍ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଉପଲକ୍ଷେ ବିଭାଗ ପକ୍ଷରୁ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ନେଇ ଆୟୋଜିତ ଏକ ସଚେତନତା ଶୋଭାଯାତ୍ରା ତିନିମୁହାଣୀ ରାମ ମନ୍ଦିରଠାରୁ ସହର ମଧ୍ୟଦେଇ ମ୍ୟୁନିସିପାଲିଟି ଟାଉନ ହଲ୍ଠାରେ ପହଞ୍ôଚଥିଲା । ଜିଲ୍ଲା ସଡକ ସୁରକ୍ଷା ସମିତି ପକ୍ଷରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ୍, ରଚନା ଆଦି ବିଷୟରେ ପ୍ରତିଯୋଗୀତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ୪ଜଣ ଗୁଡ୍ ସମାରିଟିଆନଙ୍କୁ ପ୍ରମାଣପତ୍ର ଓ ୨ହଜାର ଟଙ୍କା ଆର୍ôଥକ ରାଶି ପ୍ରଦାନ କରାଯଇଥିଲା । ଏକ୍ତ ଉଦ୍ଯାପନୀ ଉତ୍ସବରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ, ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତ୍ରିଭୁବନ ଜୟସିଂହ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ସଡକ ସୁରକ୍ଷା ସମିତିର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ସଂଯୋଜନା କରିବା ସହ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।