ଜେଜେବାପା ଜେଜେମାଆ ପୂଜନ ଓ ପୁରସ୍କାର ବିତରଣ ଉତ୍ସବ



ପଟ୍ଟାମୁଣ୍ଡାଇ ତା ୧/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ଠାରେ ଜେଜେ ବାପା ଜେଜେ ମା ପୂଜନ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ସମ୍ପାଦକ ଅମ୍ବୁଜ ଭୂଷଣ ନାୟକ ଉଦଘାଟନ କରିଥିଲେ I ଓକିଲ ସଂଘ ସଭାପତି ତପନ କୁମାର ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ସୁଶାନ୍ତ କୁମାର ସାହୁ ମୁଖ୍ୟଅତିଥି
ସମାଜସେବୀ ପୁରୁଷୋତ୍ତମ ବେହେରା ସମ୍ମାନିତଅତିଥି ଜେନାପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଅଜିତ ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କୋମଳମତି ଶିଶୁଙ୍କ ଚରିତ୍ର ଗଠନରେ ବାପା ମା ଅପେକ୍ଷା ଜେଜେ ଜେଜେ ମା ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରି ସଦା ସର୍ବଦା ଜେଜେ ବାପା ଓ ଜେଜେ ମା ଙ୍କୁ ସମ୍ମାନ ଓ ଭକ୍ତି କରିବାକୁ ପରାମର୍ଶ ଦେଇଥିଲେ I ପ୍ରଧାନଆଚାର୍ଯ୍ୟ ପ୍ରଭୁଦତ୍ତ ଦାଶ ସ୍ୱାଗତଭାଷଣ ଓ ବରିଷ୍ଠ ଆଚାର୍ଯ୍ୟା ସୁଲୋଚନା ମିଶ୍ର ଅତିଥିପରିଚୟ ପ୍ରଦାନ କରିଥିଲେ I ଏଇ ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ I ଶେଷରେ ସହକାରୀ ପ୍ରଧାନ ଆଚାର୍ଯ୍ୟ ପ୍ରଭାସ ବେହେରା ଧନ୍ୟବାଦ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ସହକାରୀ ଆଚାର୍ଯ୍ୟ ମୃତ୍ୟୁଞ୍ଜୟ ସୁତାର,ପ୍ରଭାକର ସାହୁ, ବିଶ୍ବରୂପା ବିଶ୍ଵାଳ,ମମତା ଦେ, ଭାଗ୍ୟଶ୍ରୀ ଜେନା,କ୍ରିଷ୍ଣାରାଣୀ ଦାସ, ଜ୍ୟୋତ୍ସ୍ନାରାଣୀ ପ୍ରଧାନ, ସୁଜ୍ଞାନୀ ପାଢ଼ୀ ପରିଚାଳନା କରିଥିବା ବେଳେ ସଙ୍ଗୀତା ପ୍ରଧାନ,ସୁଚିତ୍ରା ମହାନ୍ତି, ସାଗରିକା ତ୍ରିପାଠୀ, ଲିପ୍ସା ସାହୁ, ସଙ୍ଗୀତା ନାୟକ,ଚିନ୍ମୟୀ ବିଶ୍ଵାଳ, ସ୍ମିତା ଦାସ, ଡଲି ଦାସ, ରଶ୍ମିରେଖା ଦାଶ, କଳ୍ପନା ବାରିକ, ତନିଶା ବିଶ୍ଵାଳ, ସାଗରିକା ଦାଶ, ରୀନା ନାୟକ, ରଶ୍ମିତା ବେହେରା ମୋନାଲିସା ଦାସ,ମୋନାଲିସା କର, ସୁପ୍ରିୟା ପ୍ରଧାନ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ I


Discover more from

Subscribe now to keep reading and get access to the full archive.

Continue reading