ଆଜାଦ୍ କ୍ଲବ ପକ୍ଷରୁ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲ ମ୍ୟାଚ୍‌



କେନ୍ଦ୍ରାପଡ଼ା,୨୨ା୨: କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଅନୁଷ୍ଠିତ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମ୍ୟାଚ୍‌କୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ କୃଷକ ସଙ୍ଘର ରାଜ୍ୟ ଯୁବ ସଭାପତି ମନୱାର ଅଲ୍ଲୀ, ନରେଶ ସୂର୍ଯ୍ୟ କ୍ଲାସିକ ଗୋଲ୍ଡ ମେଡାଲିଷ୍ଟ ସ୍ମୃତିରଞ୍ଜନ ସାମଲ, କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ବରିଷ୍ଠ ଉପଦେଷ୍ଟା ସୟଦ ଅବଦୁଲ ସତ୍ତାର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରଥମ ସେମିଫାଇନାଲ ମ୍ୟାଚରେ କଟକର ଟାର୍ଜନ କ୍ଲବ କେନ୍ଦ୍ରାପଡାର ଚାନ୍ଦ କ୍ଲବକୁ ୫-୪ ଟ୍ରାଇବ୍ରେକ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଦ୍ୱିତୀୟ ସେମିଫାଇନାଲ ମ୍ୟାଚ କେନ୍ଦ୍ରାପଡାର ଲେବର ସ୍ପୋର୍ଟିଂ କ୍ଲବ ଓ ଫୁଲବାଣୀର ଜେଡି କ୍ଲବ ମଧ୍ୟରେ ଅନୁଷ୍ଠିତ ହେଉଛି । ରବିବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଅନୁଷ୍ଠିତ ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚରେ ଅତିଥି ଭାବେ ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ରୋସ୍ôନା ସାହୁ ଓ ପୂର୍ବତନ କାଉନସିଲର ମୁକ୍ତାର ଖାଁ ପ୍ରମୁଖ ମଞ୍ଚାସୀନ ଥିଲେ । କ୍ଲବର ସମ୍ପାଦକ ସେକ ଲିୟାକତ ଅଲ୍ଲୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି ମୀର ବକ୍କାଉଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ମ୍ୟାଚକୁ ସୁହାନୀ ରାଜପୁତ୍‌, ପରମିତା ଘୋଷ, ସୋମା ମୁର୍ମୁ ଓ ଦେବଜାନୀ ମଣ୍ଡଳ ପ୍ରମୁଖ ରେଫରୀ ଭାବରେ ପରିଚାଳନା କରିଥିଲେ । ସହସମ୍ପାଦକ ସେକ ସଇଫୁଲ୍ଲା ଓ ସେକ ସିରହାନ ଅଲ୍ଲୀ, ଉପଦେଷ୍ଟା ଟିକା ଖାନ୍‌,ମୀର ଖୁବେର, ଜାହିଦ୍ ଖାନ୍‌, ଜୁମା ଖାନ୍‌, ମୀର ୟାସିର, ଅବଦୁଲ ମଲ୍ଲିକ, ମହମ୍ମଦ ଜାକିର, ସେକ ଅକ୍ତର, କଲିମ ଖାନ୍‌, ନୁରୁଲ ହକ୍‌, ମୀର ଫାରୁକ୍‌, ବସ ଖାନ୍‌, ସୟଦ ଅହେସାନ ଅଲ୍ଲୀ, ଅବଦୁଲ ମଜିଦ, ସେକ କମିଲ, ପ୍ରଦୀପ କୁମାର ବେହେରା, ସେକ ୱାସିମ, ସେକ କମିଲ, ସାଜେଦୁର ରହେମାନ, ଖାଜା ରମଜାନୀ, ଅସିଫ ଖାନ୍‌, ସେକ ପରୱେଜ ଅକ୍ତର, ସେକ ଅମୀର ଅହମ୍ମଦ, ଫୁରକାନ ଖାନ, ମହମ୍ମଦ ଅମୀର, ନଫିସ ଅହେମ୍ମଦ, ନୁର ଖାନ୍‌, ଅଝାରୁଦ୍ଦିନ ଖାଁ, ସେକ ନସିରୁଦ୍ଦିନ୍‌, ରହେମତ ଖାନ୍‌, ଲାଲାବାବୁ, ସେକ ଫରହାନ୍‌, ମୁନା ଖାନ୍‌, ବାବା ଖାନ୍‌, ଅସିଫ୍ ଖାନ୍‌, ଅହେମ୍ମଦ ଖାନ୍‌, ରାଜୁ ଖାନ, ଅଦିବ ଖାନ, ଉସମାନ ଖାନ, ସଫିଉର ରହେମାନ, ସାହାବାଜ୍‌, ସେକ ଗୁଡୁ, ରାକେଶ ମହାପାତ୍ର, ଆୱାସ, ୱାସିମ୍‌, ମେହେବୁବ୍ ଅଲ୍ଲୀ, ଫାୟାଜ୍‌, ଅଲି ଖାନ, ଜସ୍ମିନ୍‌, ତାଜ ମହମ୍ମଦ, ଇସମାଇଲ, ରିଙ୍କୁ, କରନ, ମୋଜୋ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।


Next Post

ଜିଲ୍ଲା ଓକିଲ ସଂଘ ଦ୍ୱାରା ନୂତନ ଫୌଜଦାରୀ ଆଇନ ସମ୍ପର୍କରେ ଆଲୋଚନା ଚକ୍ର

Sun Feb 23 , 2025
କେନ୍ଦ୍ରାପଡା,୨୨ା୨: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ଦ୍ୱାରା ଆୟୋଜିତ ନୂତନ ଫୌଜଦାରୀ ସଂଶୋଧିତ ଆଇନ ଯାହାକି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ ସମ୍ପର୍କରେ ଏକ ଆଲୋଚନା ଚକ୍ର ଜିଲ୍ଲା ଓକିଲ ସଂଘ ସଭାପତି ଆଇନଜୀବୀ ଧ୍ରୁବଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବାର୍ କାଉନ୍‌ସିଲ୍ ଓ ରାଜ୍ୟ ଆଇନଜୀବୀ ସଂଘର ପୂର୍ବତନ […]

KANIKA