ପଟ୍ଟାମୁଣ୍ଡାଇ କୋର୍ଟ ପରିସରରୁ ମୋଟର ସାଇକେଲ ଚୋରୀ



ପଟ୍ଟାମୁଣ୍ଡାଇ ତା ୨୧/୯-ପଟ୍ଟାମୁଣ୍ଡାଇ କୋର୍ଟ ପରିସରରୁ ଆଜି ସନ୍ଧ୍ୟା ସମୟରେ ଏକ ହିରୋ ହୋଣ୍ଡା ମୋଟର ସାଇକେଲ ଚୋରୀ ହୋଇଯାଇଛି I ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି I ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ଏହି ମୋଟର ସାଇକେଲ ଚୋରୀ ଘଟଣାର ତଦନ୍ତ ଆରମ୍ଭ କରିଛି I ପ୍ରକାଶ ଯେ ଆଜି ସନ୍ଧ୍ୟା ୫ଘଟିକା ସମୟରେ ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ଗ୍ରାମର ସୁଶାନ୍ତ ଦାସ କୋର୍ଟ ସାରି ଘରକୁ ଯିବା ପାଇଁ କୋର୍ଟ ପରିସରରେ ରଖିଥିବା ନାଲି ରଙ୍ଗ ର ହିରୋ ହୋଣ୍ଡା ମୋଟରସାଇକେଲ ( ଓ ଡି ୨୯ସି ୨୮୪୦) ନମ୍ବର ମୋଟର ସାଇକେଲ ପାଖକୁ ଯିବାବେଳେ ମୋଟର ସାଇକେଲ ନଥିଲା I ଏହା ପରେ ବହୁ ଖୋଜା ଖୋଜି ପରେ ଗାଡି ନପାଇବାରୁ ବାଧ୍ୟ କୋର୍ଟ ସମ୍ମୁଖରେ ଥିବା ସି ସି ଟିଭି ଯାଞ୍ଚ ପରେ ଜନୈକ ଲୋକ ମୋଟର ସାଇକେଲ ଚୋରୀ କରି ନେଇ ଯାଉଥିବା ଦେଖିବାକୁ ପାଇଥିଲେ I ଏ ସମ୍ପର୍କରେ ହିରୋ ହୋଣ୍ଡା ମୋଟର ସାଇକେଲ ମାଲିକ ସୁଶାନ୍ତ ଦାଶ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ମାମଲାର ତଦନ୍ତ ଚଳାଇଛି I କୋର୍ଟ ପରିସରରୁ ଅତୀତରେ ମଧ୍ୟ ମୋଟର ସାଇକେଲ ଚୋରୀ ହୋଇଥିବା ଜଣାପଡିଛି I


Next Post

ଆଜାଦ୍ କ୍ଲବ ପକ୍ଷରୁ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲ ମ୍ୟାଚ୍‌

Sat Feb 22 , 2025
କେନ୍ଦ୍ରାପଡ଼ା,୨୨ା୨: କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଅନୁଷ୍ଠିତ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମ୍ୟାଚ୍‌କୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ କୃଷକ ସଙ୍ଘର […]

KANIKA