କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆତ୍ମରକ୍ଷା ଶିବିର ଉଦ୍‌ଘାଟନ



କେନ୍ଦ୍ରାପଡା,୨୭ା୨: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଏକ ଆତ୍ମସୁରକ୍ଷା ଶିବିର ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅଭିଜିତ୍ ବୋଷ୍‌ଙ୍କ ପୌରହିତ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ବୋଷ୍ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ନାରୀ ଶକ୍ତିଶାଳୀ, ସେ ମାନସିକ ସ୍ତରରେ ଶକ୍ତିଶାଳୀ, କେବଳ ନିଜ ଉପରେ ବିଶ୍ୱାସ ରଖି ଏବଂ ଆତ୍ମସୁରକ୍ଷାର କୌଶଳଗୁଡିକ ପ୍ରୟୋଗ କରି ଯେକୌଣସି ବିପଦର ମୁକାବିଲା କରିପାରିବ ବୋଲି ସେ ନିଜ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ । ଉକ୍ତ ସଭାରେ ୟୁଜିସିର ସଂଯୋଜକ ପ୍ରାଧ୍ୟାପକ ଡ. ପ୍ରଭାକର ମଲ୍ଲିକ, ଗଣିତ ବିଭାଗର ମୁଖ୍ୟ ପ୍ରଫେସର ଅଶୋକ କୁମାର ଦାସ ଏବଂ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡ. ସଂଯୁକ୍ତା ମିଶ୍ର ଯୋଗଦେଇ ଆତ୍ମସୁରକ୍ଷା ଶିବିରର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ନିଜ ନିଜର ବକ୍ତବ୍ୟରେ ଆଲୋକପାତ କରିଥିଲେ । ଶିବିରର ସଂଯୋଜିକା କ୍ୟାପ୍‌ଟେନ୍ ସୀମା ମହାନ୍ତି ଶିବିର ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ । ଏହି ଶିବିରଟି ଆଠଦିନ ଧରି ପରିଚାଳିତ ହେବ । ଏଥିରେ +୩ ପ୍ରଥମ ବର୍ଷର ସମସ୍ତ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ପ୍ରଶିକ୍ଷଣ ଦେବା ପାଇଁ ୬ଜଣ ପ୍ରଶିକ୍ଷିକାଙ୍କୁ ନିୟୋଜିତ କରାଯାଇଛି । ସଭା ପରିଶେଷରେ ଅଧ୍ୟାପିକା ମୋନାଲିସା ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

୧୦ଟି ପଞ୍ଚାୟତକୁ ନେଇ ନୂତନ ବ୍ଲକ ପ୍ରତିଷ୍ଠା ଦାବି

Thu Feb 27 , 2025
କେନ୍ଦ୍ରାପଡ଼ା,୨୭ା୨: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକର ୧୦ଟି ଗ୍ରାମପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ ଗଠନ କରାଯିବାକୁ ଦାବି ହୋଇଛି। ଏନେଇ ଦଶ ପଞ୍ଚାୟତ ବିକାଶ ପରିଷଦ ସଭାପତି ବ୍ରଜସୁନ୍ଦର ଭୂୟାଁଙ୍କ ନେତୃତ୍ୱରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଆଳି ବ୍ଲକ ଅନ୍ତର୍ଗତ ନୂଆପଡା, ବାଟିପଡା, ସାନମଙ୍ଗ, ସହିରା, ପତ୍ରପୁର, ନରେନ୍ଦ୍ରପୁର, ସିଙ୍ଗିରି, […]

KANIKA