ହରେକୃଷ୍ଣ ହାଇସ୍କୁଲରେ ବନ୍ଧୁମିଳନ



ପଟ୍ଟାମୁଣ୍ଡାଇ ତା ୨୪/୩- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ହରେକୃଷ୍ଣ ହାଇସ୍କୁଲର ୧୯୮୦ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ଓ ପୁରାତନ ଶିକ୍ଷକଙ୍କୁ ନେଇ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି I ପୁରାତନ ଛାତ୍ର ଡ଼ ପ୍ରମୋଦ ମହାନ୍ତ, ଇଂ ଅଭୟ ନାୟକ,ଖଗେଶ୍ୱର ମହାନ୍ତି, ମହେନ୍ଦ୍ର ପରିଡା, ପିତାମ୍ବର ମଲ୍ଲିକ, ରାଜେଶ୍ୱରୀ ପଣ୍ଡା, ସଂଯୁକ୍ତା ସାହୁ, ମିନା ପଣ୍ଡା, ଲଷ୍ମୀପ୍ରିୟା ପରିଡା, ଅମୂଲ୍ୟ ପାଢ଼ୀ, ମହେଶ୍ୱର ପଣ୍ଡା, ମନ୍ମଥ ବିଶ୍ୱାଳ, କିଶୋର ଓଝା, ପ୍ରଭାତ କୁଣ୍ଡ, ରବି ପଣ୍ଡା, ମନ୍ମଥ ମାନଧାତା, ନନ୍ଦକିଶୋର ନାୟକ, ହୃଷିକେଶ ବେହେରା, ସୁଧୀର ସାହୁ, କେଦାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ସ୍କୁଲ ଜୀବନର ସ୍ମୃତି ଚାରଣ କରିଥିଲେ I ଏଇ ଅବସରରେ ତତ୍କାଳୀନ ଶିକ୍ଷକ ଓ କର୍ମଚାରୀ ନରହରି ରାଉତ, କରୁଣାକର ଷଢଙ୍ଗୀ,ନାରାୟଣ ପରିଡା, ପର୍ଶୁରାମ ପରିଡା, ରଘୁନାଥ ରାଉଳ, ଚୈତନ୍ୟ ବାରିକଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା I ଦିବଂଗତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ଇଂ ଅଭୟ ନାୟକ, ପ୍ରଶାନ୍ତ ଅଧିକାରୀ ପରିଚାଳନା କରିଥିଲେ I


Discover more from

Subscribe now to keep reading and get access to the full archive.

Continue reading