ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ମମତାମୟୀ ଅତିରିକ୍ତ ଯୁଗ୍ମସମ୍ପାଦକ ନିର୍ବାଚିତ



କେନ୍ଦ୍ରାପଡା,୩୦ା୩ : କେନ୍ଦ୍ରପଡା ଜିଲ୍ଲ ଓକିଲ ସଙ୍ଘ ନିର୍ବଚନ ଅନୁଷଠିତ ହୋଇଯାଇଛି। ଏଥିରେ ମମତାମୟୀ ସମଲ ଅତିରିକ୍ତ ଯୁଗ୍ମସମ୍ପାଦକ ତଥା ଲାଇବ୍ରେରୀଆନ ଭାବେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ୨୦୨୩ ମସିହା ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନରେ ମଧ୍ୟ ଶ୍ରୀମତୀ ସାମଲ କାର୍ଯ୍ୟକାରୀ କମିଟି ସଦସ୍ୟା ଭାବରେ ନିର୍ବାଚିତ ହୋଇଥିଲେ। ସେ ଏକାଧାରରେ ଜଣେ ସମାଜସେବୀ, ରାଜନୀତିଜ୍ଞ, କ୍ରୀଡାବିତ ତଥା ଆଇନଜୀବୀ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଶ୍ରୀମତୀ ସାମଲ ବିନା ପାରିଶ୍ରମିକରେ ସମାଜର ନିର୍ଯ୍ୟାତିତ, ନଷ୍ପେସିତ, ଗରିବ ଲୋକମାନଙ୍କୁ ଆଇନସେବା ଯୋଗାଇ ଦେଇଥାନ୍ତି। ସେ ବରିଷ୍ଠ ରାଜନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଏକାନ୍ତ ଅନୁଗତ ଅଟନ୍ତି।


Discover more from

Subscribe now to keep reading and get access to the full archive.

Continue reading