ଭାରତୀୟ ସେନା ସପକ୍ଷରେ ଶୋଭାଯାତ୍ରା , ଜୟ ଯବାନ ଧ୍ୱନିରେ ପ୍ରକମ୍ପିତ ପଟ୍ଟାମୁଣ୍ଡାଇ



ପଟ୍ଟାମୁଣ୍ଡାଇ ତା ୯/୫- ସମଗ୍ର ବିଶ୍ୱରୁ ଆତଙ୍କବାଦ ହଟାଇବା ପାଇଁ ଆତଙ୍କବାଦ ବିରୋଧରେ ଲଢେଇ କରୁଥିବା ଭାରତ ପେହେଲଗାମ ଆକ୍ରମଣ ପ୍ରତିବାଦରେ ପାକିସ୍ତାନ ଆତଙ୍କବାଦୀ ଶିବିର ଧ୍ବଂସ ସହ ପାକିସ୍ତାନକୁ ସବକ ଶିଖାଇବା ପାଇଁ ଭାରତୀୟ ସେନା ଅପୂର୍ବ ସାହାସିକତାର ସହ ଆତଙ୍କବାଦୀ ବିରୋଧୀ ଲଢେଇ ଜାରି ରଖିଛନ୍ତି । ଭାରତୀୟ ସେନାର ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନ ଧ୍ୱସ୍ତବିଧ୍ୱସ୍ତ ହୋଯାଇଛି । ପାକିସ୍ତାନର ଭାରତ ଉପରେ ଆକ୍ରମଣକୁ ଅତ୍ୟନ୍ତ ଦୃଢ଼ତା ର ସହିତ ପ୍ରତିହତ କରିଛି ଭାରତୀୟ ସେନା । ଭାରତର ଆତଙ୍କବାଦ ବିରୋଧରେ ଲଢେଇକୁ ସମଗ୍ର ବିଶ୍ୱରୁ ବିଭିନ୍ନ ରାଷ୍ଟ୍ରର ସମର୍ଥନ ମିଳିଛି । ଏଇ ପରିପ୍ରେକ୍ଷୀରେ ଭାରତୀୟ ସେନାର ସାହାସିକତାକୁ ପ୍ରଶଂସା କରିବା ସହିତ ସେନାର ମନୋବଳ ବୃଦ୍ଧି ପାଇଁ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ଆଜି ସନ୍ଧ୍ୟାରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ, ବଣିକ ସଂଘ ଉପସଭାପତି ମୋହନ ଦାସ (ନମି )
କାଉନସିଲର ପ୍ରଶାନ୍ତ ବାରିକ, ବିଦ୍ୟାଧର ସେଠୀ ଓ ଲଷ୍ମୀପ୍ରିୟା ସାହୁ, ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର ଦାଶ,ଯୁଗ୍ମ ସମ୍ପାଦକ ମନୋଜ ନାୟକ,ଇଂ ତପନ ପାତ୍ର, ବରିଷ୍ଠ ସାମ୍ବାଦିକ ପତିତପାବନ ଭଦ୍ର, ଅକ୍ଷୟ ସାହୁ ଓ ଅନିଲ ଚୌଧୁରୀ,ପ୍ରତାପ ପାଢ଼ୀ, ପ୍ରମୋଦ ସାହୁ,ରାଜେନ୍ଦ୍ର ଦାଶ, ଗୋବିନ୍ଦ ସେଠୀ, ଚନ୍ଦନ ପାତ୍ର,ଶିକ୍ଷକ ନେତା ପ୍ରେମାନନ୍ଦ ଜୀବନଦାଶ,ବିଭୁତି ଦାଶ, ରବୀନ୍ଦ୍ର ସାହୁ,ଅଶୋକ ନାୟକ, ଶରତ ବିଶ୍ୱାଳ, ସଞ୍ଜୟ ଦାସ,ଶକ୍ତି ପ୍ରସାଦ ପାତ୍ର, ଶରତ ଜେନା, ମିନକେତନ ଦାସ ରାଧାରମଣ ଦାଶ, ଦିଲ୍ଲୀପ ମଲିକ, ଉତ୍ତମ ମଲିକ ବିଷ୍ଣୁ ମଲିକ, ପ୍ରଶାନ୍ତ ସୂତାର ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଜୟ ଭାରତ, ଜୟ ଯବାନ, ହିନ୍ଦୁସ୍ତାନ ଜିନ୍ଦାବାଦ ଓ ପାକିସ୍ତାନ ମୁର୍ଦାବାଡ଼ ଧ୍ୱନି ଦେଇ ପଟ୍ଟାମୁଣ୍ଡାଇ ବାଇପାସ ଠାରୁ ବାହାରି ସହର ପରିକ୍ରମା କରିବା ପରେ ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରେ ସମାପ୍ତ ହୋଇଥିଲା । ଏହି ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇର ବିଭିନ୍ନ ବର୍ଗର ଲୋକମାନେ ସାମିଲ ହୋଇ ରାଷ୍ଟ୍ରପ୍ରେମ ପ୍ରଦର୍ଶନ କରିବା ସହିତ ଭାରତୀୟ ସେନାର ଅସୀମ ସାହାସିକତାକୁ ଉଚ୍ଚ ପ୍ରଶଂସା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading