ବଲୁରିଆ ପଞ୍ଚାୟତ ପ୍ରଥମ ସରପଞ୍ଚ ଜିତେନ୍ଦ୍ର ରାଉତଙ୍କ ପରଲୋକ



ପଟ୍ଟାମୁଣ୍ଡାଇ ତା ୧୫/୫ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଲୁରିଆ ଗ୍ରାମ ପଞ୍ଚାୟତର ପ୍ରଥମ ସରପଞ୍ଚ ଜିତେନ୍ଦ୍ର କୁମାର ରାଉତ ( ଜିତୁ )ଆଜି ଗୁରୁବାର ପ୍ରାତଃ ଭ୍ରମଣ ସାରି ଘରେ ଗାଧୋଇ ସାରିବା ପରେ ହଠାତ ଅସୁସ୍ଥ ଅନୁଭବ କରି ବିଶ୍ରାମ ନେବା ସମୟରେ ହୃଦଘାତ ଶିକାର ହୋଇ ଥିଲେ I ତାଙ୍କୁ ତତକ୍ଷଣାତ ଚିକିତ୍ସା ପାଇଁ ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ବଲୁରିଆ ସରପଞ୍ଚ ଭାବେ ସ୍ବର୍ଗତ ରାଉତ ପଞ୍ଚାୟତ ବହୁବିଧ ବିକାଶ କରିଥିଲେ I ଜଣେ ନିର୍ବିବାଦୀୟ ରାଜନେତା ଭାବରେ ସ୍ବର୍ଗତ ରାଉତ ବେଶ ସୁନାମ ଅର୍ଜନ କରିଥିଲେ।ତାଙ୍କ ଅକାଳ ବିୟୋଗ ଖବର ପାଇ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ସ୍ବର୍ଗତ ରାଉତଙ୍କ ବାସଭବନରେ ପହଞ୍ଚି ତାଙ୍କ ମର ଶରୀରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଥିଲା I ଏଥିରେ ଅଣ୍ଢରା ସୋସାଇଟି ପ୍ରାକ୍ତନ ସଭାପତି ଚିତ୍ତରଞ୍ଜନ ମଲ୍ଲିକ,ପ୍ରାକ୍ତନ ସରପଞ୍ଚ କୁଳମଣି ମଳିକ,କ୍ଷମାନିଧି ସାମଲ ସାମଲ,ଚକ୍ରଧର ମଲ୍ଲିକ ଯୁବନେତା ଜ୍ୟୋତି ରଞ୍ଜନ ପ୍ରଧାନ, ନିରଞ୍ଜନ ସୁନ୍ଦରାୟ, ଅନୋଜ ରାଉତ , ପ୍ରଭାସ ରାଉତ, ଜନ୍ମେଜୟ ନାୟକ, ନୟନ ରାଉତ,ଅଶ୍ୱିନୀ ରାଉତ,ରାମଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମଳିକ, ନିଶାମଣି ମହାନ୍ତି, ବିଶ୍ୱଜିତ ମହାନ୍ତି ପ୍ରମୁଖ ଯୋଗ ଦେଇ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ଗାଁ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି I ବଡପୁଅ ଚିନ୍ମୟ ରାଉତ ମୁଖାଗ୍ନି ଦେଇଥିଲେI ଜିତୁବାବୁଙ୍କ ଆକସ୍ମିକ ବିୟୋଗରେ ବରିଷ୍ଠ ରାଜନେତା ବିଜୟ କେତନ ସ୍ବାଇଁ,ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଏମଡି ଡ଼ଃ ମନୋଜ ରଞ୍ଜନ ନାୟକ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୂର୍ବତନ ବ୍ଲକ ଅଧକ୍ଷ ମାନସ ରଞ୍ଜନ ସାମଲ, ଯୁବନେତା ରଶ୍ମି ରଞ୍ଜନ ସ୍ୱାଇଁ ବର୍ଷିଆନ ନେତା ଧନେଶ୍ୱର ପ୍ରଧାନ, ଅଜୟ ବିଶ୍ୱାଳ, ପ୍ରାକ୍ତନ ସରପଞ୍ଚ କୈଳାସ ସେଠୀ,ରତିକାନ୍ତ ସାହାଣୀ, ଅଣ୍ଢରା ସୋସାଇଟି ସଭାପତି ବୃନ୍ଦାବନ ମଲ୍ଲିକ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଜିତ ମଲ୍ଲିକ, ଅଶ୍ୱିନୀ ପାଢ଼ୀ,ଅଧ୍ୟାପକ ଦିଲ୍ଲୀପ ମଲ୍ଲିକ, ଶିକ୍ଷାବିତ୍ ପାର୍ଥ ସାରଥୀ ଦାଶ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି I


Discover more from

Subscribe now to keep reading and get access to the full archive.

Continue reading