ବର୍ଣ୍ଣବିଭା ସାହିତ୍ୟ ପତ୍ରିକା ଉନ୍ମୋଚିତ



ପଟ୍ଟାମୁଣ୍ଡାଇ ତା ୧୭/୬- ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟରେ ଗାଳ୍ପିକା ସରସ୍ୱତୀ ବେହେରାଙ୍କ ସମ୍ପାଦିତ ସାହିତ୍ୟ ପତ୍ରିକା ” ବର୍ଣ୍ଣବିଭା” ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ କବି ପୀତାମ୍ବର ତରାଇଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ଗାନ୍ଧିବାଦୀ ଗବେଷକ ଶୈଳଜ ରବି ମୁଖ୍ୟଅତିଥି, କେନ୍ଦ୍ର ସାହିତ୍ୟଏକାଡେମୀ ପୁରସ୍କାପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଅସିତ୍ ମହାନ୍ତି ମୁଖ୍ୟବକ୍ତା, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ବରେଣ୍ୟ ଅତିଥି,କେନ୍ଦ୍ର ସାହିତ୍ୟ ପୁରସ୍କାର ପ୍ରାପ୍ତ ଅନୁବାଦକ ସୁଭାଷ ଶତପଥୀ ବରେଣ୍ୟବକ୍ତା ଓ ସମ୍ପାଦିକା ସରସ୍ବତୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କଥାକାର ପ୍ରଦୀପ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସ୍ମୃତି ରଞ୍ଜନ ବେହେରା ସମ୍ପାଦକୀୟ ପାଠ କରିଥିଲେ । ପ୍ରମୋଦ କୁମାର ସାହୁ ଅତିଥିଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାର ବହୁ ସାରସ୍ୱତ ପ୍ରତିଭାଙ୍କୁ ସ୍ୱର୍ଗତଃ ବାମପନ୍ଥୀ ନେତା ରବୀନ୍ଦ୍ର ବେହେରା ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇ ଥିଲା। ଏହି ସଭାରେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ। ସାରଦା ପ୍ରସାଦ ବେହେରା, ଶ୍ରାବଣୀ ବାରିକ, ଜ୍ୟୋତ୍ସ୍ନା ବେହେରା, ଅବିନାଶ ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ କବି ବ୍ରଜବନ୍ଧୁ ଦାଶ ଧନ୍ୟବାଦ ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading