ଭୋଟର ତାଲିକାରେ ଯୋଗ୍ୟ ନାଗରିକଙ୍କୁ ବାଦ କରିବା ବନ୍ଦ କର ଏବଂ ମାନଦଣ୍ଡ ସରଳ କର- ସିପିଆଇ(ଏମ)



କେନ୍ଦ୍ରାପଡ଼ା,୧୧ା୮ :ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) କେନ୍ଦ୍ରାପଡା ଜିଲ୍ଲା କମିଟିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନଙ୍କ ଉଦେଶ୍ୟରେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କୁ ଭେଟି ନିର୍ବାଚନୀ ତାଲିକା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଭୋଟର ତାଲିକାର “ସ୍ୱତନ୍ତ୍ର ଗଭୀର ପୁନଃ ନିରୀକ୍ଷଣ” ପ୍ରକ୍ରିୟା ସମ୍ପର୍କରେ ସି ପି ଆଇ (ଏମ୍‌) ଚିନ୍ତା ପ୍ରକାଶ କରି ବିଭିନ୍ନ ଦାବି ଉଠାଇଛି। ସି ପି ଆଇ (ଏମ୍‌) ମୁଖ୍ୟତଃ ଦାବି କରିଛି ଯେ ଯେଉଁମାନେ ଯୋଗ୍ୟ ଭୋଟର, ସେମାନେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ଉଚିତ। କୌଣସି ଯୋଗ୍ୟ ନାଗରିକଙ୍କୁ ତାଲିକାରୁ ବାଦ ଦେବା ଚେଷ୍ଟା ଗ୍ରହଣୀୟ ନୁହେଁ। ସେହିପରି ଭୋଟର ତାଲିକାରେ ଅନ୍ତର୍ଭୂକ୍ତ ହେବା ପାଇଁ ଯୋଗ୍ୟତା ଓ ଆବଶ୍ୟକ କାଗଜପତ୍ର/ ଡକ୍ୟୁମେଣ୍ଟ ସମ୍ପର୍କିତ ମାନଦଣ୍ଡ ଗୁଡିକୁ ଅତି ସରଳ କରାଯିବା ପାଇଁ ସି ପି ଆଇ (ଏମ୍‌) ଦାବି କରିଛି। ଏହି ପ୍ରତିନିଧି ଦଳରେ ସି ପି ଆଇ(ଏମ୍‌) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଜିଲ୍ଲା ନେତା ଜଗତଜୀବନ ଦାଶ, ଉମେଶ ଚନ୍ଦ୍ର ସିଂହ, କାଳୀପ୍ରସାଦ ନାୟକ, ନରୋତ୍ତମ ପାର୍ଥସାରଥୀ, ମାଧବ ଦାସ, ନଳିନିପ୍ରଭା ତରାଇ, ଧୀବର ବେହେରା, ରତ୍ନଞ୍ଜୟ ମଳିକ, ଭୀମସେନ ବେହେରା, ସୋମନାଥ ବିଶ୍ୱାଳ ପ୍ରମୁଖ ନେତୃବୃନ୍ଦ ଯାଇଥିଲେ। ସି ପି ଆଇ(ଏମ୍‌) ପକ୍ଷରୁ ଦୃଢ଼ ଭାବରେ ଦାବି କରଯାଇଛି ଯେ, ନିର୍ବାଚନ ପ୍ରକ୍ରିୟା ସଫଳ କରିବା ଓ ସର୍ବସାଧାରଣଙ୍କୁ ଅନୁକୂଳ ହେବା ପାଇଁ ତଦନ୍ତ ଏବଂ ପୁନଃ ନିରୀକ୍ଷଣ ପାଇଁ ସରଳ ନିୟମ ଆବଶ୍ୟକ। ନିର୍ବାଚନ କମିଶନ ପକ୍ଷପାତ ନୀତି ଅବଲମ୍ବନ କରିବା ଉଚିତ ନୁହେଁ ବୋଲି ପ୍ରତିନିଧି ଦଳ ଅଭିଯୋଗ କରିଛି।


Next Post

ମିଳିତ ଜନଶୁଣାଣୀ ଶିବିର , ୭୫ ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

Tue Aug 12 , 2025
ପଟ୍ଟାମୁଣ୍ଡାଇ ତା ୧୧/୮- ଆଜି ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।  ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ରଘୁରାମ ଆର ଆୟାର, ଏସ ପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ନବ କୃଷ୍ଣ ଜେନା, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତି,ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବିଡ଼ିଓ ଅଶୋକ […]

KANIKA