
ପଟ୍ଟାମୁଣ୍ଡାଇ ୫/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଥିବା ଓଡ଼ିଶାର ସର୍ବବୃହତ ପଂଚକଳାତୀର୍ଥ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ଗଡମେକରର ବର୍ଣ୍ଣାତ୍ମ୍ୟ ଗୁରୁ ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଗଡମେକର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଗୁରୁଶ୍ରୀ ସୁଶାନ୍ତ ପାଣିଙ୍କ ପୌରୋହିତ୍ୟରେ ଆୟୋଜିତ ଗୁରୁଦିବସ ଉତ୍ସବର ଅପରାହ୍ନର ବରେଣ୍ୟ ଅତିଥି ଭାବେ ଗୁରୁଶ୍ରୀ ସମୀରଞ୍ଜନ ଦାସ, ଗୁରୁଶ୍ରୀ ରମେଶ ଦେ ଏବଂ ସଂଗଠନର ସାଧାରଣ-ସମ୍ପାଦକ ଦୟାନିଧୂ ବଳ ଓ ସମ୍ପାଦକ ଧ୍ରୁବ ଚରଣ ସାହୁ ପ୍ରମୁଖ ଯୋଗ ଦେଇ ଗୁରୁ ଦିବସ ଉପରେ ଆଲୋଚନା କରିଥିଲେ । ସେମାନେ କହିଥିଲେ ଗୁରୁ ହିଁ ଏକମାତ୍ର ବ୍ୟକ୍ତି ଯିଏ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନ ରୂପକ ଆଲୋକ ପ୍ରଦାନ କରନ୍ତି । କେବେ ଆକଟ ଭରା କଠୋର ଅନୁଶାସନ ତ କେବେ ଉତ୍ସାବପ୍ରଦ ପ୍ରେରଣା ଦେଇ ଗୁରୁ ଜୀବନରେ ଆଗକୁ ବଢିବାର ବାଟ ଦେଖାନ୍ତି । ଶିଷ୍ୟର ପ୍ରଗାଢ଼ ନିଷ୍ଠା ଓ ସାଧନା ବଳରେ ଅମାପ ଧୈର୍ଯ୍ୟ ଓ ଭରସାର ଅନବରତ ପ୍ରତିଫଳନ ହିଁ ଗୁରୁଙ୍କ ଉପଯୁକ୍ତ ଗୁରୁତ୍ୱ ଉପସ୍ଥାପନକରେ। ଉତ୍ସବର ଆଦ୍ୟପାଦପରେ ନିଷ୍ଫଳ ଜଗତଗୁରୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା ଓ ଗୁରୁବନ୍ଦନା ତଥା ପ୍ରାନ୍ତଲଗ୍ନରେ ଅନୁଷ୍ଠାନର ଶତାତ୍ୱିକ ଖଡ଼ିଛୁଆଁ ପଂଚକଳାଶିଳ୍ପୀଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମଂଚସ୍ଥ ସହିତ ବାର୍ଷିକ ସାର୍ଟିଫିକେଟ ବିତରଣ ଉତ୍ସବ ଅନୁଷ୍ଠିତ ହେଇଥିଲା। ମଂଚ ଉପସ୍ଥାପକ ସାଇ ସ୍ୱରାଜ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଗଡମେକର୍ ଗୁରୁଦିବସ ଉତ୍ସବ ସଫଳତା ପାଇଁ ସହଯୋଗ କରିଥିଲେ । ଅନୁଷ୍ଠାନର ଆଗଧାଡିର କଳାକାର ସୁଶ୍ରୀ ବୈଶାଖୀ ରାଉତ, ବିଶ୍ୱମୋହିନୀ ଦାସ, ପ୍ରିୟଙ୍କା ବେହେରା, ବିଶ୍ୱଜିତ ଦାସ, ପ୍ରମୋଦ ସାହୁ, ସରୋଜ ପଣ୍ଡା ପ୍ରମୁଖ ।ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିଲା ଗୁରୁ ବନ୍ଦନା, ଦେବୀ ବନ୍ଦନା, ବୃନ୍ଦବାଦ୍ୟ, ଓଡ଼ିଶୀ ମଙ୍ଗଳାଚରଣ ଓ ବଟୁନୃତ୍ୟ, ସମ୍ବଲପୁରୀ ଡାଲଖାଇ ନାଚ ଏବଂ ଓଡିଶୀ ମେଳଗାୟନ ରାଗ ଶଙ୍କରାଭରଣା ଆଦି ସାଇ ସମୀକ୍ଷା ସାହୁ, ସୁଶ୍ରୀ ସମନ୍ୱିତା ଦାଶ, ପ୍ରତୀକ୍ଷା ମହାନ୍ତି, ଶୁଭଶ୍ରୀ ସେଠୀ ପ୍ରମୁଖ ପଂଚକଳା ଶିଳ୍ପୀବୃନ୍ଦ ପରିବେଷଣ କରିଥିଲେ । ଏଥି ସହିତ ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍କୁଲ କଲେଜରେ ଗୁରୁଦିବସ ପାଳନ ହୋଇଯାଇଛି।











