କେନ୍ଦ୍ରାପଡ଼ା,୫ା୯:ଗ୍ରୀନ ଡେଭଲପମେଣ୍ଟ ଫାଉଣ୍ଡେସନ ଏବଂ ଓଡିଶା ପ୍ରଗତି ମଞ୍ଚ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ଆନନ୍ଦମାର୍ଗ ବିଦ୍ୟାଳୟ ପରିସରରେ ଦଶମ ରାଜ୍ୟ ସ୍ତରୀୟ ଆଦର୍ଶ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଉଭୟ ଅନୁଷ୍ଠାନର ଅଧ୍ୟକ୍ଷ ପରିବେଶବିତ ସନ୍ତୋଷ କୁମାର ଜେନା ସଭାପତିତ୍ୱ କରି ଦେଶର ଆଗାମୀ କାଲିର ଭବିଷ୍ୟତଙ୍କୁ ଗଠନ କରିବାରେ ଜଣେ ଗୁରୁଙ୍କର ପ୍ରମୁଖ ଭୂମିକା ରହିଛି ବୋଲି […]

କେନ୍ଦ୍ରାପଡ଼ା,୫ା୯:କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲାପାଳ ରଘୁରାମ ଆର.ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଜଣେ ଆଦର୍ଶ ଶିକ୍ଷକ ହେବାକୁ ଆହ୍ୱାନ ଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର […]

ପଟ୍ଟାମୁଣ୍ଡାଇ ୫/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଥିବା ଓଡ଼ିଶାର ସର୍ବବୃହତ ପଂଚକଳାତୀର୍ଥ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ଗଡମେକରର ବର୍ଣ୍ଣାତ୍ମ୍ୟ ଗୁରୁ ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଗଡମେକର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଗୁରୁଶ୍ରୀ ସୁଶାନ୍ତ ପାଣିଙ୍କ ପୌରୋହିତ୍ୟରେ ଆୟୋଜିତ ଗୁରୁଦିବସ ଉତ୍ସବର ଅପରାହ୍ନର ବରେଣ୍ୟ ଅତିଥି ଭାବେ ଗୁରୁଶ୍ରୀ ସମୀରଞ୍ଜନ ଦାସ, ଗୁରୁଶ୍ରୀ ରମେଶ ଦେ ଏବଂ ସଂଗଠନର ସାଧାରଣ-ସମ୍ପାଦକ ଦୟାନିଧୂ ବଳ ଓ […]

କେନ୍ଦ୍ରାପଡ଼ା,୫ା୯:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡେପୁଟି ନର୍ସିଙ୍ଗ ସୁପରିନଟେଣ୍ଡେଣ୍ଟ ବାସନ୍ତି ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଏକ ସଭା ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ଼ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ମନୋରଞ୍ଜନ ରାଉତ, ଏ. ଡ଼ି. ଏମ. ଓ.଼ ମେଡିକାଲ ଡା଼. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ସଚ୍ଚିଦାନନ୍ଦ ମିଶ୍ର, […]

କେନ୍ଦ୍ରାପଡା,୪ା୯: ଆଜି କେନ୍ଦ୍ରାପଡା ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ନବାଗତ ଆଇନସ୍ନାତକ ଛାତ୍ରଛାତ୍ରୀମାନଙ୍କର ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ରବିନ୍ଦ୍ର କୁମାର ବଳ ସଭାପତିତ୍ୱ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ପ୍ରଫେସର କଳିଙ୍ଗ କେଶରୀ ବେହେରା, ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ଡ. ଚିରଞ୍ଜିବୀ ପଣ୍ଡା, ପ୍ରଫେସର ତିମିରକାନ୍ତ ପରିଡା, ପ୍ରଫେସର ରାଜକିଶୋର ମହାନ୍ତି, […]

କେନ୍ଦ୍ରାପଡ଼ା,୪ା୯:ବର୍ତ୍ତମାନ ସମସ୍ତ ଯୁବପିଢି ଓଡ଼ିଶାର ପରମ୍ପରାକୁ ଭୁଲି ବିଦେଶୀ ସଂସ୍କୃତିକୁ ଆପଣେଇ ନେଉଥିବା ବେଳେ ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ (ଓକା)ର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ପରମ୍ପରାକୁ ଆଗେଇନେବା ଲାଗି ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ସ୍ୱର ମହ୍ଳାର କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ […]

କେନ୍ଦ୍ରାପଡ଼ା,୪ା୯:ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ ଏକ ମଣ୍ଡଳ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ତଥା ମଦ୍ରାସାର ପ୍ରଧାନ ଶିକ୍ଷକମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସହିତ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନ ପାଇଁ ‘ସିଦ୍ଧି ଓ ଲକ୍ଷ୍ୟ’ ନାମକ ଏକ ବ୍ଲୁପ୍ରିଣ୍ଟର […]