କେନ୍ଦ୍ରାପଡ଼ା,୧୧ା୯:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ମହାବିଦ୍ୟାଳୟ ଆଭ୍ୟନ୍ତରିକ ଗୁଣବତ୍ତା ଆଶ୍ୱାସନ ପ୍ରକୋଷ୍ଠ ଦ୍ୱାରା ଏକ ବିବେକାନନ୍ଦ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମଟି କେନ୍ଦ୍ରାପଡା ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଯୁବ ଶାଖାର ସହଯୋଗରେ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଯୁବ ବିଭାଗର ମୁଖ୍ୟ ଅଧ୍ୟାପକ ସତ୍ୟରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ। […]