ଯୁବସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ


  • ଜାତୀୟ ତମାଖୁ ବର୍ଜନ କାର୍ଯ୍ୟକ୍ରମ
  • ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ


କେନ୍ଦ୍ରାପଡ଼ା,୧୭ା୧୦:ଧୂମପାନ ବା ତମାଖୁ ବ୍ୟବହାର କୁପରିଣାମ ଏବଂ ଏହାର ନିୟନ୍ତ୍ରଣ କରିବା ନିମନ୍ତେ ଶୁକ୍ରବାର ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକ ଶିକ୍ଷାନୁଷ୍ଠାନର ଏକଶହ ମିଟର ପରିଧିଭିତରେ ତମାଖୁ ବିକ୍ରୟ ଉପରେ ରୋକ ଲଗେଇବା, ବ୍ୟାପକ ସଚେତନତା କରିବା, ଚଢାଉକୁ ଜୋରଦାର କରିବା, ନିୟମ ଖିଲାପକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ତମାଖୁ ମୁକ୍ତ ଗ୍ରାମ ଏବଂ ପଞ୍ଚାୟତ ସୃଷ୍ଟି କରିବା। ବ୍ଲକସ୍ତରୀୟ କମିଟି ଗଠନ ସହିତ ତମାଖୁକୁ ବର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିବା ଏବଂ ତାଙ୍କ ଅଭିଜ୍ଞତାକୁ ଲୋକଙ୍କ ପାଖରେ ପହଞ୍ଚେଇବା, ଶିକ୍ଷାନୁଷ୍ଠାନ ମାନଙ୍କରେ ସ୍ୱତନ୍ତ୍ର ସଚେତନତା ସୃଷ୍ଟି କରିବା ଇତ୍ୟାଦି ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ରଖି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି। ଏଥିସହିତ ବୈଠକରେ ଯୁବସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ଅଭିଯାନର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ। ଏହି ଅଭିଯାନ ଡିସେମ୍ବର ୯ ତାରିଖ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଯୁବସମାଜକୁ ତମାଖୁର ଭୟାବହତା ଉପରେ ବ୍ୟାପକ ସଚେତନତା କରାଯିବା ସହିତ ଯୁବସମାଜକୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ବ୍ୟାପକ କାର୍ଯ୍ୟକ୍ରମ କରାଯିବ। ଏହି ଅବସରରେ ଶପଥପାଠ ମଧ୍ୟ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋରଞ୍ଜନ ରାଉତ, ଏଡିଏମଓ ଡା. ପ୍ରମୋଦ କୁମାର ପ୍ରହରାଜ, ଡା. ଶ୍ୟାମସୁନ୍ଦର ଟୁଡୁ, ଡା. ଗୌରାଙ୍ଗ ଚରଣ ମିଶ୍ର, ଡେପୁଟି ମ୍ୟାନେଜର ସୁଶାନ୍ତ ପ୍ରଧାନ, ଡ୍ରଗ ଇନିସ୍ପେକଟର ସୁକାନ୍ତ ସାହୁ, ବିଭିନ୍ନ କଲେଜର କତ୍ତୃପକ୍ଷ, ବିଭିନ୍ନ ବିଭାଗୀୟ ଅଧିକାରୀ, ନେଚରର୍ସ କ୍ଲୁବ, ପ୍ରୋଜେକ୍ଟ ସ୍ୱରାଜ୍ୟର ସଭାପତି /ସମ୍ପାଦକଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।


Next Post

ଓରମାସ ପକ୍ଷରୁ ସ୍ୱତନ୍ତ୍ର ଦୀପାବଳି ଷ୍ଟଲ ଉଦଘାଟିତ

Sat Oct 18 , 2025
କେନ୍ଦ୍ରାପଡ଼ା,୧୭ା୧୦:କେନ୍ଦ୍ରାପଡ଼ା ସହରର ଜ୍ଞାନପୀଠ ସମ୍ମୁଖରେ ଓରମାସ ପକ୍ଷରୁ ଆଲୋକର ପର୍ବ ଦୀପାବଳି ପର୍ବ ଅବସରରେ ଦୀପାବଳି ଷ୍ଟଲ ଖୋଲାଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ଏହି ଷ୍ଟଲର ଶୁଭଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିରୋଦ କୁମାର ଜେନା, ଓଡିଶା ଜୀବିକା ମିଶନର ଡିପିଏମ ପ୍ରଶାନ୍ତ କୁମାର ପାଢ଼ୀ, ଏକଜିକ୍ୱ୍ୟଟିଭ ଆସିଷ୍ଟାଣ୍ଟ ପ୍ରିୟଙ୍କା ରାଉଳ, […]

KANIKA