ସରକାରୀ ଓକିଲଙ୍କ ଦୁର୍ନୀତି ନିବାରଣ ଶପଥ ପାଠ



କେନ୍ଦ୍ରାପଡ଼ା,୩୦ା୧୦:କେନ୍ଦ୍ରାପଡା ଜିଲ୍ଲା ଅଦଲତ ପରିସରରେ ଥିବା ପବ୍ଲିକ ପ୍ରସିକ୍ୟୁଟର ସୈାଭାଗ୍ୟବତୀ ଅହଲ୍ୟାମଣୀ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ସରକାରୀ ଓକିଲ ଦୁର୍ନୀତିମୁକ୍ତ ସେବା ଯୋଗାଇଦେବାକୁ ଶପଥ ଗ୍ରହଣ କରିଛନ୍ତି। ପବ୍ଲିକ ପ୍ରସିକ୍ୟୁଟର ଶ୍ରୀମତୀ ପଟ୍ଟନାୟକ ସମସ୍ତ ସରକାରୀ ଓକିଲମାନଙ୍କୁ ଏହି ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପିପି ସଞ୍ଜୟ କୁମାର ଜେନା, ମୋନାଲିସା ବିଶ୍ୱାଳ, ସରୋଜ କୁମାର ମଲ୍ଲିକ, ସୁରେଶ ନାୟକ, ରମାକାନ୍ତ ସ୍ୱାଇଁ, ସହକାରୀ ନିର୍ଦ୍ଦେଶକ (ପ୍ରସିକ୍ୟୁସନ) ବିକ୍ରମ ସେଠୀ, ସ୍ୱତନ୍ତ୍ର ପିପି ମନୋଜ ସାହୁ, ସହକାରୀ ପିପି ସରୋଜ କୁମାର ଜେନା, ଅଜୟ କୁମାର ମହାନ୍ତି, ନିରଞ୍ଜନ ବଳ, ବ୍ରଜସୁନ୍ଦର ରାଉତ, ବୃନ୍ଦାବନ ନନ୍ଦ, ମୀର ଅଫସର ଅଲ୍ଲୀବକ୍ସ, ତମସା ପାତ୍ର, ରବି ଦାସ, ଭୀମସେନ ପ୍ରଧାନଙ୍କ ସମେତ ସମସ୍ତ ସରକାରୀ ଓକିଲ ଏଥିରେ ଯୋଗଦେଇ ମହକିଲମାନଙ୍କୁ ନିଶ୍ୱାର୍ଥପର ଭାବରେ ସେବା ଯୋଗାଇଦେବାକୁ ଶପଥ ଗ୍ରହଣ କରିଥିଲେ।


Next Post

ପଟ୍ଟାମୁଣ୍ଡାଇ ବ୍ଲକରେ ବିପର୍ଯୟ କ୍ଷୟକ୍ଷତି ହ୍ରାସ ତାଲିମ ଶିବିର

Fri Oct 31 , 2025
ପଟ୍ଟାମୁଣ୍ଡାଇ ତା ୩୦/୧୦- ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଭାବେ ପରିଚିତ ଓଡିଶାରେ ବିପର୍ଯୟ ମୁକାବିଲା, ଜିରୋ କାଜୁୟାଲିଟି ଓ କ୍ଷୟକ୍ଷତି ହ୍ରାସ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରି ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଇ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକକୁ ନେଇ ବିପର୍ଯୟ କ୍ଷୟକ୍ଷତି ହ୍ରାସ ୨ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ […]

KANIKA