କେନ୍ଦ୍ରାପଡ଼ା,୭ା୧୧:ବଙ୍କୀମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ରାଷ୍ଟ୍ରଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସାମୁହିକ ବନ୍ଦେ ମାତରମ ଗାନ କରିଛନ୍ତି। ଏହାସହିତ ସମସ୍ତ ବିଡ଼ିଓ, ତହସିଲଦାର ଏବଂ ଅନ୍ୟ ସମସ୍ତ କାର୍ଯ୍ୟାଳୟରେ ସାମୁହିକ ଗାନ କରାଯାଇଛି। ଏଥିସହିତ ଜିଲ୍ଲାପାଳ […]

କେନ୍ଦ୍ରାପଡ଼ା, ୭ା୧୧: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ କୃଷି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ନବକ୍ରିଷ୍ଣ ଜେନା, ମହାକାଳପଡ଼ା ବିଧାୟକଙ୍କ ପ୍ରତିନିଧି ଜୀବନାନନ୍ଦ ସାହୁ,କୃଷି ବିଜ୍ଞାନ […]

କେନ୍ଦ୍ରାପଡ଼ା,୭ା୧୧:ପିଏମଶ୍ରୀ କୋରୋ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରୀୟ ସୁରଭିର ମଡେଲ ପାର୍ଲାମେଣ୍ଟରେ ଯୋଗଦାନ କରି ଜଳବାୟୁ ପରିବର୍ତ୍ତନ ଓ ସସ୍ଥିର ଭବିଷ୍ୟତ ବିଲ -୨୦୨୫ ଉପରେ ଆଲୋଚନା କରିଥିଲେ। ବାଚସ୍ପତି ଭାବେ ମଧୁସ୍ମିତା ସାହୁ, ମୁଖ୍ୟମନ୍ତ୍ରୀ ଭାବେ ହରପ୍ରିୟା ରାଉତ, ପରିବେଶ ମନ୍ତ୍ରୀ ଭାବେ ସୁଚିସ୍ମିତା ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ହିମାଂଶୁ ବରାଳ, ବିରୋଧୀ ଦଳ ନେତା ଭାବେ ପ୍ରତ୍ୟୁଷା ଜେନା, ସ୍ୱାଧୀନ ବିଧାୟକ ଭାବରେ ନିବେଦିତା […]

୫ଜଣ ଡାକ୍ତରଙ୍କୁ ଚିକିତ୍ସା ସେବାରେ ଅତୁଳନୀୟ ଅବଦାନ ଲାଗି ସମ୍ବର୍ଦ୍ଧିତ କେନ୍ଦ୍ରାପଡା,୦୭ା୧୧: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ମହୋତ୍ସବରେ ସାହିତ୍ୟ ସଭା, ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ପର୍ବ ବାଲିଯାତ୍ରା କମିଟିର ସଭାପତି ପ୍ରଦୀପ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ୫ଜଣ ଡାକ୍ତରଙ୍କୁ ଚିକିତ୍ସା ସେବାରେ ଅତୁଳନୀୟ ଅବଦାନ ଲାଗି ସମ୍ବର୍ଦ୍ଧିତ କରାଯାଇଥିଲା । କେନ୍ଦ୍ରାପଡା ଚିକିତ୍ସା ସେବାରେ ଅତୁଳନୀୟ ଅବଦାନ ଲାଗି ମେଡିସିନ […]