
କେନ୍ଦ୍ରାପଡା,୭ା୧୨: କେନ୍ଦ୍ରାପଡା ନୂଆ ବସ୍ଷ୍ଟାଣ୍ଡ ଠାରେ ଶୁକ୍ରବାର ତୁଳସୀ ବଜାର କମିଟି ଆନୁକୂଲ୍ୟରେ କେନ୍ଦ୍ରାପଡା ନଗର ଭଜପା ତରଫରୁ ମିଶ୍ରଣ ପର୍ବର ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଆୟୋଜନ ମିଶ୍ରଣ ପର୍ବରେ ସହରର ବହୁ କଂଗ୍ରେସ ଓ ବିଜେଡି ନେତାମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଜପା ନେତ୍ରୀ ଗିତାଞ୍ଜଳୀ ସେଠୀ ଯୋଗ ଦେଇ କେନ୍ଦ୍ରାପଡା ନଗର ଭଜପାର ସଂଗଠନ ସୁଦୃଢ କରିବା ସହିତ ଲୋକମାନଙ୍କର ସମସ୍ୟାକୁ ସମାଧାନ କରିବାକୁ କର୍ମିମାନଙ୍କୁ ଆହ୍ୱାନ ଦେଇଥିଲେ । ଏଥିରେ କିଶୋର ପଣ୍ଡା, ଉପିନ କୁମାର ରାଉତ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦର୍ଶରେ ଚାଲିବାକୁ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ହାତମୁଠାକୁ ଟାଣ କରିବାକୁ କହିଥିଲେ । ଏହି ମିଶ୍ରଣ ପର୍ବରେ ନୃସିଂହ ପତ୍ରୀ, ନିହାରୀକା ନାୟକ, ପ୍ରତାପ ଚନ୍ଦ୍ର ଦାସ, ଅଶୋକ କୁମାର ଲେଙ୍କା, ପ୍ରଭାତ ମହାନ୍ତି, ସରୋଜକାନ୍ତ ସ୍ୱାଇଁ, ବିଜୟ କୁମାର ନାୟକ, ଭୀମସେନ ସାହୁ, ଗୁରୁଚରଣ ବାରିକ, ମଥୁରାନନ୍ଦ ଦାସ, ଗୈାରାଙ୍ଗ ଦାସ, ବାଇଧର ମାନସିଂ, ମନୋଜ କୁମାର ମିଶ୍ର,ସୁଜିତ୍ କୁମାର ରାଉତ, ଅମିୟ ରଞ୍ଜନ ସାହୁ, ଏବଂ କେନ୍ଦ୍ରାପଡା ବିଶିଷ୍ଟ ଚଳଚିତ୍ର ପ୍ରଯୋଜକ ରବିନ୍ଦ୍ର ମୋହନ ସାହୁଙ୍କ ନାତୀ ରତ୍ନ ପ୍ରସାଦ ସାହୁଙ୍କ ସମେତ ସର୍ବାଧିକ ରାଜନେତା ଓ ସମାଜ ସେବୀ ଯୋଗ ଦେଇଥିଲେ । ସଞ୍ଜୟ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।











