ପିଏମ ଶ୍ରୀ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ, ବନ୍ଧୁତ ପୂର୍ଣ୍ଣ କ୍ରୀଡା ସମାରୋହ


କେନ୍ଦ୍ରାପଡ଼ା, ୧୮ା୧୨: ପିଏମଶ୍ରୀ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରମାନେ, କ୍ରୀଡା ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ବନ୍ଧୁତ ପୂର୍ଣ୍ଣ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ର ଉଦଘାଟନ କରିଥିଲେ। ଏଥିରେ ଅମ୍ପାୟାର ଭାବେ ଶିକ୍ଷକ ଅରବିନ୍ଦ ବାରିକ, ସହ ଅମ୍ପାୟାର ଭାବେ ପୂର୍ବତନ ଛାତ୍ର ଚନ୍ଦ୍ରଭାନୁ ସ୍ୱାଇଁ, ଓ ଘୋଷକ ଭାବେ ଶିକ୍ଷକ ଜଗନ୍ନାଥ ପ୍ରସାଦ ଉପାଧ୍ୟାୟ, ଲିପିକ ଭାବେ ତପନ କୁମାର ସ୍ୱାଇଁ ପ୍ରମୁଖ ସୁଚାରରୂପେ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ପ୍ରତିଯୋଗିତା ୮ ଓଭର ଖେଳା ଯାଇଥିଲା। ଶେଷରେ ଦଶମ ଶ୍ରେଣୀ ବିଜୟ ହୋଇଥିଲା। ବିଜୟୀ ହୋଇଥିବା ଦଳର ପିଲାଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି। ଏଥିରେ ଚିତ୍ରସେନ ମାଝୀ, ତୃପ୍ତିରେଖା ପରିଡା, ଇତିଶ୍ରୀ ପ୍ରଧାନ, ମୋନାଲିସା ବେହୁରା, ଦୀପ୍ତିମୟୀ ମୁଦୁଲି, ଦୀପ୍ତିରେଖା ପରିଡା, ପୁଷ୍ପମିତ୍ରା ଦ୍ୱିବେଦୀ, ସାବିତ୍ରୀ ବିଶ୍ୱାଳ, ଏଲିନା ରାଉତରାୟ, ପ୍ରିୟଙ୍କା ପ୍ରତିଶ୍ରୁତି ନାୟକ ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।


Next Post

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ କର୍ମଶାଳା

Thu Dec 18 , 2025
କେନ୍ଦ୍ରାପଡ଼ା,୧୮ା୧୨:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା ପ୍ରକୋଷ୍ଠ (ଆଇକ୍ୟୁଏସି) ପକ୍ଷରୁ ଗୁରୁବାର “ଗବେଷଣା ପ୍ରସ୍ତାବ ଲେଖନ ଓ ପାଣ୍ଠି ସଂଗ୍ରହ: ଧାରଣାରୁ ଅନୁମୋଦନ ପର୍ଯ୍ୟନ୍ତ” ଶୀର୍ଷକରେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ଇଂରାଜୀ ବିଭାଗ ମୁଖ୍ୟ ଡ଼. ପୂର୍ବାଶା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମରେ ଉଦଘାଟନୀ ସମ୍ଭାଷଣ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଏହି […]

KANIKA