ରାଜ୍ୟପାଳ ପୁରସ୍କୃତ ଶିକ୍ଷୟତ୍ରୀ ଭଗବତୀ ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଜଳି ସଭା



ପଟ୍ଟାମୁଣ୍ଡାଇ ତା୨୨/୧୨-ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷୟତ୍ରୀ ଭଗବତୀ ସ୍ୱାଇଁଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା କଷଣଅଣ୍ଟା ଠାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ନେତା ପ୍ରମୋଦ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ, ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଅଧକ୍ଷ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ପ୍ରାକ୍ତନ ଵି ଇ ଓ ପାବନୀ ରାଉତ, ପ୍ରାକ୍ତନ ଏ ଵି ଇ ଓ ଅଭିମନ୍ୟୁ ପଢିଆରୀ,ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଏସ ଆଇ ସୋମନାଥ ପଢିଆରୀ, ସନାତନ ତରାଇ,କବି ସଚିତ୍ର ବେହୁରା,ପତ୍ରପୁର ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଆରାଧନା ଦାଶ, ବଣିକ ସଂଘ ସଭାପତି ଗୋପୀନାଥ କର, ବିକାଶ ପରିଷଦ ସଭାପତି ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ, ଶିକ୍ଷକ ନେତା ବିଜୟ କୁମାର ସାହୁ, ପ୍ରଫୁଲ୍ଲ ଶତପଥୀ, କଣ୍ଡୁରୀ ଚରଣ ସ୍ୱାଇଁ, ସୁରେଶ ଜେନା,ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନଆଚାର୍ଯ୍ୟ ପ୍ରଭାତ କିଶୋର ନାୟକ,ସମାଜ ସେବୀ ଧୀରେନ୍ଦ୍ର ସାହୁ,ଦେବାଶିଷ ପଣ୍ଡା, ଶିକ୍ଷକ ନେତା ଗୋକୁଳ ରାଉତ ରାଜେନ୍ଦ୍ର ପ୍ରସାଦ ସିଂହ, ଶରତ ଚନ୍ଦ୍ର ସ୍ୱାଇଁ ଧନେଶ୍ୱର ଦାସ, ଥାନପତି ରବୀନ୍ଦ୍ର ସାହୁ, କାଉନସିଲର ମଳୟ ଓଝା ଶରତ ବିଶ୍ୱାଳ ଭାଷଣ ଦେଇ ଶିକ୍ଷୟତ୍ରୀ ଭାବେ ଉତ୍ତମ ଶିକ୍ଷାଦାନ ଓ ସି ଆର ସି ସି ଭାବେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାରେ ଦିବଂଗତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷୟତ୍ରୀ ଭଗବତୀ ସ୍ୱାଇଁଙ୍କ ଅବଦାନ ଚୀରକାଳ ଅବିସ୍ମରଣୀୟ ହୋଇ ରହିବ ବୋଲି ମତ ପ୍ରକାଶ କରି ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ଆଦର୍ଶ ଶିକ୍ଷକ ଶ୍ରୀଧର ରାଉତ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ସଂଗୀତ ଗୁରୁ ସୁମିତ୍ରା ମଲ୍ଲିକଙ୍କ ନେତୃତ୍ୱରେ କଳାକାରମାନେ ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଇଂ ସ୍ଵାଗତିକା ରାଉତ, ଡା ସ୍ୱାଗତ କୁମାର ରାଉତ, ଇଂ ସ୍ୱାଧୀନ କୁମାର ରାଉତ ପରିଚାଳନା କରିଥିଲେ ।


Next Post

ମନରେଗା ଯୋଜନାରୁ ମହାତ୍ମାଗାନ୍ଧୀଙ୍କ ନାମ ବାଦ ଦିଆଯିବା ଯୋଗୁଁ , ଜିଲ୍ଲା କଂଗ୍ରେସର ବିକ୍ଷୋଭ 

Mon Dec 22 , 2025
କେନ୍ଦ୍ରାପଡ଼ା,୨୨ା୧୨:ଦେଶର ବେକାର ଯୁବକଯୁବତୀ ଓ ସାଧାରଣ ଲୋକଙ୍କର ଆତ୍ମ ନିଯୁକ୍ତି ପାଇଁ ସରକାରୀ ସ୍ତରରେ ପ୍ରଣୟନ ହୋଇଥିବା “ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା” (ଏମଜିଏନଆରଜିଏସ)ରେ ଲୋକଙ୍କୁ ବର୍ଷରେ ଏକଶହ ଦିନ କର୍ମ ଯୋଗାଇ ଦେବାର ବ୍ୟବସ୍ଥା ଥିବା ବେଳେ ସରକାର ଅଦ୍ୟାବଧି ବର୍ଷକରେ ଏକଶହ ଦିନ କର୍ମ ଯୋଗାଇବାରେ ବିଫଳ ହୋଇଛନ୍ତି। ଏଥିସହିତ କାମ ଯୋଗାଇ ନପାରିଲେ ବେକାରୀ ଭତ୍ତା ଦେବା ପାଇଁ ସରକାର ଦେଇଥିବା […]

KANIKA