ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିରରେ ମାତୃ ସମ୍ମିଳନୀ



ପଟ୍ଟାମୁଣ୍ଡାଇ ତା ୨୭/୧୨- ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିରରେ ମାତୃ ସମ୍ମିଳନୀ -୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଶିକ୍ଷା ମନ୍ଦିର ସମ୍ପାଦକ ଅମ୍ବୁଜ ଭୂଷଣ ନାୟକ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କଥାକାର ପ୍ରଦୀପ ନାୟକ ମୁଖ୍ୟଅତିଥି, ଶିକ୍ଷାବିତ ଅଜିତ୍ ମଲିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମା ମାନେ ଶିଶୁ ମାନଙ୍କ ଆଦ୍ୟ ଗୁରୁ ହୋଇ ଥିବାରୁ ଶିଶୁ ମାନଙ୍କୁ ସଂସ୍କାରିତ କରିବାରେ ମା ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତପ୍ରକାଶ କରିଥିଲେ । ସହକାରୀ ଆଚାର୍ଯ୍ୟ ପ୍ରଭାକର ସାହୁ ସ୍ୱାଗତଭାଷଣ ଓ ବରିଷ୍ଠ ଆଚାର୍ଯ୍ୟା ସୁଲୋଚନା ମିଶ୍ର ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ସହକାରୀ ଆଚାର୍ଯ୍ୟ ମୃତ୍ୟୁଞ୍ଜୟ ସୂତାର ଧନ୍ୟବାଦ ଦେଇଥିଲେ । ଏହି ସମ୍ମିଳନୀରେ ୨୫୦ରୁ ଉର୍ଦ୍ଧ ମା ମାନେ ଯୋଗ ଦେଇଥିଲେ ।


Next Post

ବଳଦେବ ହାଇସ୍କୁଲର ୧୯୭୯ବ୍ୟାଚ ବନ୍ଧୁମିଳନ

Sat Dec 27 , 2025
କେନ୍ଦ୍ରାପଡ଼ା,୨୭ା୧୨:କେନ୍ଦ୍ରାପଡା ଟାଉନ୍ ସ୍ଥିତ ବଳଦେବ ହାଇସ୍କୁଲର ୧୯୭୯ ମାଟ୍ରିକ ବ୍ୟାଚ ପୁରାତନ ଶିକ୍ଷାର୍ଥୀ ମାନଙ୍କ ଏକ ବନ୍ଧୁ ମିଳନ ଉତ୍ସବ ବୁଧବାର ଦାନପୁର ନିକଟ ମା’ ରାମଚଣ୍ଡୀ ପୀଠରେ ଅନୁଷ୍ଠିତ ହୋଇଯାଇଛି । ପୁରାତ୍ତନ ଛାତ୍ର ଜ୍ଞାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉକ୍ତ ଖ୍ୟାତାନାମା ହାଇସ୍କୁଲରେ ପାଠପଢି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ଉକ୍ତ ବିଦ୍ୟାଳୟକୁ ସହଯୋଗ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ […]

KANIKA